ମୁଦ୍ରାସ୍ଫୀତି ସଙ୍କଟ

ଡାରୋନ ଆକେମୋଗ୍ଲୁ

ମେ’ରେ ଆମେରିକାର ବାର୍ଷିକ ମୁଦ୍ରାସ୍ଫୀତି ୫%କୁ ଛୁଇଁବା ପରେ ଦେଶର ଅର୍ଥନୀତିଜ୍ଞ ଏବଂ ନିବେଶକମାନେ ଖର୍ଚ୍ଚରେ ନିଅଣ୍ଟିଆ ସ୍ଥିତି, ସରକାରୀ ଋଣ ଏବଂ ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ ଆଶଙ୍କା ପ୍ରକାଶ କରିବା ସ୍ବାଭାବିକ। ଏବକାର ମୁଦ୍ରସ୍ଫୀତି ହାର ୪ ଦଶନ୍ଧି ମଧ୍ୟରେ ସବୁଠୁ ବେଶି। ତେବେ ଅର୍ଥ ବ୍ୟବସ୍ଥାକୁ ମାନ୍ଦା ସ୍ଥିତିରେ ରଖି ଏହି ସବୁ ସମସ୍ୟାକୁ ସାମ୍ନା କରିବା ଭୁଲ୍‌ ହୋଇଯିବ। ଯେଉଁମାନେ ମୁଦ୍ରାସ୍ଫୀତିକୁ ନେଇ ବିବ୍ରତ ସେମାନେ ଆମେରିକାକୁ ବିପଦରେ ପକାଉଥିତ୍ବା ଗମ୍ଭୀର ସମସ୍ୟାଗୁଡ଼ିକୁ ଅଣଦେଖା କରିପାରିବେ ନାହଁି। ଗମ୍ଭୀର ସମସ୍ୟାଗୁଡ଼ିକ ମଧ୍ୟରେ ରହିଛି ରାଜନୈତିକ ଧ୍ରୁବୀକରଣ ଓ ସରକାରଙ୍କ ଉପରେ ବିଶ୍ୱାସ କମିବା ଭଳି ସ୍ଥିତି। ସମ୍ପ୍ରତି ସରକାର ଓ ଲୋକତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ନିଯୁକ୍ତି ଓ ବେତନ ଅଭିବୃଦ୍ଧିକୁ ଉତ୍ସାହିତ କରୁଥିବା ସରକାରୀ ନୀତିଗୁଡ଼ିକ ଦ୍ୱାରା ଏକ ଦ୍ରୁତ ଅଥନୈତିକ ସୁଧାର ଆଣିବା ଆମେରିକା ପାଇଁ ସବୁଠୁ ଭଲ ସୁଯୋଗ ହେବ। କିନ୍ତୁ ମୁଦ୍ରାସ୍ଫୀତିରୁ ଯେଉଁ ବାସ୍ତବ ସଙ୍କଟ ସୃଷ୍ଟି ହୋଇଛି ତାହା ଏହି ମୌଳିକ ସମସ୍ୟାରୁ ଆମର ଧ୍ୟାନ ହଟାଇ ନେବ। ଏଣୁ ଆମକୁ ନିଶ୍ଚିତ ହେବାକୁ ପଡିବ ଯେ,ରାଜନୈତିକ ନିଷ୍କ୍ରିୟତା ଯୋଗୁ ଆମ ପାଇଁ କୌଣସି ସହଜ ସମାଧାନର ପଥ ନାହିଁ। ଆମେରିକା ଏବେ ଏଭଳି ଏକ ଜାଗାରେ ପହଞ୍ଚିଛି ଯେଉଁଠୁ ଫେରିବା କଷ୍ଟକର ବୋଲି କେତେକ ସମୀକ୍ଷକ ଚିନ୍ତାପ୍ରକଟ କରିଛନ୍ତି। ତେବେ ୨୦୨୦ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିଥିଲେ ବୋଲି ସଂଖ୍ୟାଧିକ ରିପବ୍ଲିକାନ୍‌ଙ୍କ ମନରେ ଭ୍ରାନ୍ତ ଧାରଣ ଏବେ ବି ଦୃଢ ଭାବେ ରହିଛି। ଆକଳନ ଅନୁଯାୟୀ,ଆମେରିକାର ୧୫% ଲୋକ ଟ୍ରମ୍ପଙ୍କ କ୍ୟୁଆନନ କନ୍‌ସିପରେସୀ ଥିଓରିର ଦୃଢ ସମର୍ଥକ ଭାବେ ରହିଛନ୍ତି। ଏହି ସଂଖ୍ୟା ଭବିଷ୍ୟତରେ ଏକ ଜଟିଳ ପଥକୁ ସୂଚିତ କରେ। କିନ୍ତୁ ଆମେ ମନେ ରଖିତ୍ବା ଉଚିତ ଯେ, ଯେତେବେଳେ ଗଣତନ୍ତ୍ରରେ ଏକ ସରକାର ତା’ର ସ୍ଥିରତା,ସହଭାଗୀ ସମୃଦ୍ଧି ଏବଂ ଗରିବୀ ବିରୋଧରେ ପ୍ରଭାବୀ ପଦକ୍ଷେପ ନେବାରେ ପ୍ରତିବଦ୍ଧତା ପ୍ରକାଶ କରିବ ସେତେବେଳେ ଲୋକେ ଗଣତନ୍ତ୍ରକୁ ବିଶ୍ୱାସ କରିବାକୁ ଲାଗିବେ। ଉଦାହରଣ ସ୍ବରୂପ , ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଏବଂ ପର୍ଯ୍ୟାପ୍ତ ସରକାରୀ ସେବା ସମ୍ପନ୍ନ ଲୋକତନ୍ତ୍ରରେ ଯେଉଁମାନେ ବିକାଶ ଲାଭ କରିଛନ୍ତି ସେମାନେ ଏକଚ୍ଛତ୍ରବାଦ ଓ ଦାୟିତ୍ୱଶୂନ୍ୟ ଟେକ୍‌ନୋକ୍ରାଟ୍‌ଗୁଡ଼ିକୁ ବିରୋଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିଭଳି ଆର୍ଥିକ ମାନ୍ଦାବସ୍ଥାର ଅବଧି ଏବଂ ବର୍ଦ୍ଧିତ ଅସମାନତା ଧ୍ରୁବୀକରଣକୁ ବଢ଼ାଇବା ସହ ଲୋକଙ୍କ ବିଶ୍ୱାସ କମ୍‌ କରିଦେବ। ଚଳିତ ଦଶନ୍ଧିରେ ଏଭଳି ସ୍ଥିତି ଆମେରିକା ସମେତ ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ଘଟିଛି।
ଆମେରିକା ଅର୍ଥବ୍ୟବସ୍ଥା ସବୁ ବର୍ଗରୁ ଆସିଥିବା ତଥା ସମସ୍ତ କୌଶଳରେ ପରିପୂର୍ଣ୍ଣ କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ଦରମା, ଉପଯୁକ୍ତ ସୁରକ୍ଷା ସହ ଭଲ ଚାକିରି ଏବଂ କ୍ୟାରିୟର ଗଢ଼ିବାର ସୁଯୋଗ ସୃଷ୍ଟି କରିବାରେ ଅଭ୍ୟସ୍ତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୩୫ ବର୍ଷ ଧରି ଉଚ୍ଚ ଓ ନିମ୍ନ ଆୟ ସ୍ତରରେ ଥିବା କର୍ମଚାରୀମାନେ ଏହି ଶକ୍ତଶାଳୀ ନିଯୁକ୍ତି ଅଭିବୃଦ୍ଧି ଏବଂ ଦ୍ରୁତ ମଜୁjରି ବୃଦ୍ଧିରୁ ଲାଭବାନ ହୋଇଥିଲେ। କିନ୍ତୁ ମଧ୍ୟମ ହାରର ମଜୁରି ବନ୍ଦ ହୋଇଯିବା ଏବଂ ଅସମାନତା ବ୍ୟାପିଯିବା ପରେ ୧୯୮୦ ଦଶକରେ ଏହି ଯୁଗର ଅବସାନ ଘଟିଲା। ବେତନର ଲାଭ ପାଇବା ବଦଳରେ କଲେଜ ଡିଗ୍ରୀ ନ ଥିବା ଲୋକମାନେ ଏକ ସଙ୍କଟଜନକ ପରିସ୍ଥିତି ସାମ୍ନା କଲେ। ସେମାନଙ୍କ ପାଇଁ ଚାକିରି ଏବଂ ଆୟପନ୍ଥା ବିକଳ୍ପର ଦ୍ରୁତ ହ୍ରାସ ଘଟିଲା। ସେବେଠୁ ଆମେରିକୀୟମାନେ କମ୍‌ ମଜୁରି ଓ ସଙ୍କୁଚିତ ସୁଯୋଗୁଡ଼ିକର ଭୟାନକ ପରିସ୍ଥିତିକୁ ସାମ୍ନା କରିଆସୁଛନ୍ତି । ଆମେରିକା ରାଜନୀତିର ଚରମପନ୍ଥୀ ଆଡ଼କୁ ଯେଉର୍ଁମାନେ ମୁହଁାଇଛନ୍ତି ସେମାନଙ୍କ ମଧ୍ୟରେ ଏମାନଙ୍କ ପ୍ରତିନିଧିତ୍ୱ ଅତ୍ୟଧିତ୍କ। ଯଦି ତୁମେ ଭାବିବ , ଅର୍ଥନୀତି ଠିକ୍‌ ଭାବେ କାମ କରୁନାହଁି କି ଆମ ପାଇଁ କିଛି କରୁନାହିଁ , ତେବେ ଏଥିରୁ ବୁଝାପଡ଼ିବ ଯେ, ତୁମର ନିଶ୍ଚିତ ଭାବେ ସୁବିଧାବାଦୀ ରାଜନେତା ଏବଂ ଗଣମାଧ୍ୟମ ଯେଉଁ ଭୁଲ ବ୍ୟବସ୍ଥାଠୁ ଦୂରେଇ ରହିବାକୁ କହୁଛି ତାହା ପ୍ରତି ସହାନୁଭୂତି ରହିଛି।
ଆର୍ଥିକ ସମସ୍ୟାଗୁଡ଼ିକ କେବଳ ଆମେରିକା ରାଜନୀତିର ଦୁଃଖଦାୟକ ଅବସ୍ଥା ପାଇଁ ଦାୟୀ ନୁହନ୍ତି। ରିପବ୍ଲିକାନ ପାର୍ଟି ମଧ୍ୟ ବ୍ୟବସ୍ଥାର ନିଷ୍କ୍ରିୟତା କ୍ଷେତ୍ରରେ ଏକ ବଡ଼ ଭୂମିକା ରହିଛି। ରିଚାର୍ଡ ନିକ୍ସନଙ୍କ ସଦର୍ନ ଷ୍ଟ୍ରାଟେଜି ଯେଉଁଥିତ୍ତ୍ରେ ଡେମୋକ୍ରାଟ୍‌ମାନଙ୍କର ୧୯୬୦ ନାଗରିକ ଅଧିକାର କାର୍ଯ୍ୟକ୍ରମ ବିରୋଧରେ ଗୋରା ଲୋକଙ୍କ ମଧ୍ୟରେ ନକାରାମତ୍କ ପ୍ରତିକ୍ରିିୟା ପୁଞ୍ଜିଭୂତ କରିବାକୁ ପ୍ରୟାସ କରିଥିଲା। ଧ୍ରୁବୀକରଣ ଏକ ଉତ୍ତମ ରାଜନୀତି ବୋଲି ଏହି ସର୍ବପୁରାତନ ପାର୍ଟି ନିଷ୍ପତ୍ତି ନେଇଥିଲା। ଅଧିକନ୍ତୁ ଏହି ପାର୍ଟି ଶ୍ୱେତାଙ୍ଗ , କଲେଜ ଶିକ୍ଷା ପ୍ରାପ୍ତ କରି ନ ଥିତ୍ବା ଭୋଟର ବା ମତଦାତାଙ୍କ ପ୍ରତିନିଧିତ୍ତ୍ତ୍ୱ କରିଆସିଛି। ଆଉ ମଧ୍ୟ କ୍ଷମତାରେ ରହିବା ପାଇଁ ମତଦାତା ଦମନ ଓ ଅନ୍ୟ ଲୋକତନ୍ତ୍ର ବିରୋଧୀ କୌଶଳ ଉପରେ ଭରସା କରିଆସିଛି। ଏହି ଧାରାକୁ ଟ୍ରମ୍ପ ମଧ୍ୟ ଆପଣାଇଛନ୍ତି। ଅନ୍ୟପକ୍ଷରେ ଡେମୋକ୍ରାଟିକ ପାର୍ଟି ବି ଦୋଷମୁକ୍ତ ନୁହେଁ। ୨୦୦୮ରେ ଦେଶରେ ଆର୍ଥିକ ସଙ୍କଟର କାରଣ ହୋଇଥିବା ଦି ଓ୍ବାଲ ଷ୍ଟ୍ରିଟ୍‌ ବ୍ୟାଙ୍କର୍ସକୁ ଜର୍ଜ ଡବ୍ଲ୍ୟୁ ବୁଶ୍‌ ଓ ବାରାକ ଓବାମା ଉଦ୍ଧାର କରିଥିଲେ। ଓବାମା ପ୍ରଶାସନ ଶେଷରେ ଯେ କୌଣସି ମୂଲ୍ୟରେ ବ୍ୟାଙ୍କ ଓ ବ୍ୟାଙ୍କରମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲା ଓ ପରେ ଏଥିତ୍ରେ ଦୋଷୀ ପକ୍ଷ ବିରୋଧରେ ନ୍ୟାୟିକ ମକଦ୍ଦମା ଚଳାଇବାକୁ ଚାହଁି ନ ଥିଲା। ଏଥିରେ ସରକାର ଓ ଅର୍ଥ ବ୍ୟବସ୍ଥା ମଧ୍ୟରେ ଅତି ମଧୁର ସମ୍ପର୍କ ଉପରେ ମତଦାତାଙ୍କ ସନ୍ଦେହ ରହିଥିବା ନିଶ୍ଚିତ ହୋଇଥିଲା। ଏହା ଯୋଗୁ ସଂସ୍ଥା ଉପରେ ଲୋକଙ୍କ ବିଶ୍ୱାସ ଆହୁରି କମ୍‌ ହୋଇଗଲା। ଯେଉଁମାନେ ସରକାରକୁ ଏକ ସମାଧାନ ନୁହେଁ ବରଂ ସମସ୍ୟା ଭାବେ ଗ୍ରହଣ କରୁଥିଲେ ସେମାନଙ୍କୁ ଏହା ପର୍ଯ୍ୟାପ୍ତ ଶକ୍ତି ଯୋଗାଇଦେଲା।
ଏହି ଆକଳନ ଯଦି ଠିକ୍‌ ହୁଏ, ତେବେ ପ୍ରଥମତଃ ଆମେରିକାର ରାଜନୈତିକ ବ୍ୟବସ୍ଥାରେ ଥିବା ତ୍ରୁଟି ବା ନିଷ୍କ୍ରିୟତା ପରିବର୍ତ୍ତନ କରି ଦେଖାଇବାକୁ ପଡିବ ଯେ,ଉଭୟ ସରକାର ଏବଂ ଅର୍ଥବ୍ୟବସ୍ଥା ସମସ୍ତଙ୍କ ପାଇଁ କାମ କରିପାରିବ। ଆମେରିକାର ସବୁ ବର୍ଗ ଓ ସବୁ କୌଶଳର ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଏବଂ ବେତନ ବୃଦ୍ଧି ଲାଗି ପ୍ରାଥମିକତା ଦିଆଯିବା ଉଚିତ। ଆମେ ସାମଗ୍ରିକ ଆର୍ଥିକ କ୍ଷେତ୍ରର ଆକାର ସମ୍ପ୍ରସାରିତ କରିବା ଏବଂ ପରେ ଏହାକୁ ପୁନଃ ବଣ୍ଟନ ଉପରେ ଧ୍ୟାନ ଦେଉଛେ। ଏହି ରଣନୀତି ଅର୍ଥବ୍ୟବସ୍ଥାରେ ନିବେଶ କରିବାର ସମ୍ଭାବନା ସୃଷ୍ଟି କରୁନାହିଁ। ଅର୍ଥବ୍ୟବସ୍ଥା ଓ ସମାଜକୁ ଉଲ୍ଲେଖନୀୟ ଯୋଗଦାନ ଦେବାକୁ ଲୋକମାନଙ୍କୁ ସକ୍ଷମ କରି ଏହି କ୍ଷେତ୍ରକୁ ଆଣିବା ସବୁଠୁ ଭଲ ହେବ। ଯଦି ଭିତ୍ତିଭୂମି ଖର୍ଚ୍ଚ, ସମ୍ପ୍ରସାରଣଶୀଳ ବିତ୍ତୀୟ ଓ ଆର୍ଥିକ ନୀତି, ସାମଗ୍ରିକ ସୁରକ୍ଷା ବୃଦ୍ଧି, ନିିଯୁକ୍ତି ସୃଷ୍ଟିକାରୀ ନିବେଶ ଏବଂ ଅନ୍ୟ ସରକାରୀ ପଦକ୍ଷେପକୁ ଅର୍ଥବ୍ୟବସ୍ଥା ସୁଧାରିବାର ଅଂଶ ଭାବେ ଗଣାଯାଏ, ତେବେ ସରକାର ଏବେ ଯେମିତି କାର୍ଯ୍ୟ କରୁଛନ୍ତି ତାହାକୁ ପୁଣି ସମର୍ଥନ କରିବ। ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ବୃଥା ଗୁଣଗାନ କଲେ ତା’ ଉପରେ ପୁଣି ଭରସା ଆସିପାରିବ ନାହଁି। ଏଣୁ ଲୋକମାନେ ନିରୀକ୍ଷଣ କରିବା ଉଚିତ ଏବଂ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରୁଥିତ୍ବା ସଂସ୍ଥାଗୁଡ଼ିକରୁ ପ୍ରାପ୍ତ ଲାଭକୁ ଅନୁଭବ କରିବା ଦରକାର।
ଆମେରିକୀୟ ଲୋକତନ୍ତ୍ର ଏକ ଉତ୍ତମ ଅର୍ଥନୈତିକ ସୁଧାର ବଳରେ ଉଦ୍ଧାର ହୋଇ ପାରିବ କି? ଏହା ଉପରେ କୌଣସି ଗ୍ୟାରେଣ୍ଟି ନାହିଁ। ଆମେରିକା ଅର୍ଥ ବ୍ୟବସ୍ଥା କଲେଜ ଡିଗ୍ରୀ ନ ଥିବା କର୍ମଚାରୀଙ୍କୁୁ ଅବହେଳା କରିଛି। ଏପରିକି କଲେଜ ଡିଗ୍ରୀଧାରୀ କର୍ମଚାରୀଙ୍କ ସଂଖ୍ୟ ବୃଦ୍ଧି କରିନାହିଁ। ବୃହତ କର୍ପୋରେଶନଗୁଡ଼ିକର ଆବଶ୍ୟକତା ପୂରଣ କରିବାରେ ଏତେ ସମୟ ନେଲା ଯେ ଏବେ ସେଥିତ୍ରେ ପରିବର୍ତ୍ତନ ଆଣିବାରେ ବହୁ ବିଳମ୍ବ ହୋଇପାରେ। ଟେକ୍‌ନୋଲୋଜିରୁ ଆରମ୍ଭ କରି ମେଶିନ ଦ୍ୱାରା କରାଯାଉଥିବା କାର୍ଯ୍ୟ, କର୍ପୋରେଟ ଆମେରିକା ନିବେଶ ବୃଦ୍ଧି ଏବଂ ବେତନ କମ୍‌ କରୁଥିବା ଯୋଗୁ ହାରାହାରି ଆମେରିକୀୟ କର୍ମଚାରୀଙ୍କ ଦୁଃଖ ଆହୁରି ସାଂଘାତିକ ହୋଇଯିବ। ଏହା ମଧ୍ୟ ବିଷାକ୍ତ ଆମେରିକୀୟ ସମାଜକୁ ବିଭାଜିତ କରୁଥିବା ଧ୍ରୁବୀକରଣରେ ପରିବର୍ତ୍ତନ ଆଣିବାରେ ବହୁ ବିଳମ୍ବ ହୋଇଯିବ। ଟ୍ରମ୍ପଙ୍କ ଅଧିକାଂଶ ଦୃଢ ସମର୍ଥକମାନେ କୌଣସି ପରିସ୍ଥିତିରେ ସେମାନଙ୍କ ମାନସିକତା ପରିବର୍ତ୍ତନ କରିବେ ନାହିଁ ବୋଲି ଜଣାଇ ସାରିଲେଣି। ଏହାବାଦ ଯଦି ସମସ୍ତେ ଏକ ହୋଇ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ କାମ କରନ୍ତି ତେବେ ତାହା ଆମେରିକା ଲୋକତନ୍ତ୍ରକୁ ଉଦ୍ଧାର କରିବାର ଏକ ସର୍ବୋତ୍ତମ ସୁଯୋଗ ହେବ। ତେବେ ସାମାନ୍ୟ ଅଧିକ ମୁଦ୍ରସ୍ଫୀତିର ସଙ୍କଟ ସୁଯୋଗ ହରାଇବାର କୌଣସି କାରଣ ହେବନାହିଁ।
ପ୍ରଫେସର ଅଫ୍‌ ଇକୋନୋମିକ୍ସ, ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସମୟଚକ୍ରରେ ଜଣେ ନିଷ୍ଠାପର ମଣିଷକୁ ତା’ ଶ୍ରମର ସ୍ବୀକୃତି ମିଳେ । ସେହି ବ୍ୟକ୍ତି ଜୀବନର ପ୍ରତୀକ୍ଷିତ ଲକ୍ଷ୍ୟ ହାସଲ କରେ। ଏମିତି ଲକ୍ଷ୍ୟସ୍ଥଳରେ ପହଞ୍ଚିଥିବା...

ଜାତିର ଭୂମିକା ନାହିଁ

କୋଭିଡ୍‌-୧୯ ମହାମାରୀ ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା କିଭଳି ରହିଛି ଦେଖାଇ ଦେଇଛି। କେବଳ ଶଯ୍ୟା ଓ ଅକ୍ସିଜେନ୍‌ ସିଲିଣ୍ଡର ଅଭାବ ଯୋଗୁ ଅସଂଖ୍ୟ ଲୋକଙ୍କ ଜୀବନ...

Dillip Cherian

ବଡ଼ ଝଟକା

ଏୟାର ଇଣ୍ଡିଆର ପୁଞ୍ଜିପ୍ରତ୍ୟାହାର ବା ଘରୋଇକରଣ ପ୍ରକ୍ରିୟା ଅଟକି ରହିଛି। କୋଭିଡ୍‌ ମହାମାରୀ ଏହାକୁ ଆହୁରି ବିଳମ୍ବ ବି କରିଦେଇଛି। ଜଟିଳ ପରିସ୍ଥିତିରେ ଥିବା ଏୟାର...

Dillip Cherian

ଆଇଆର୍‌ଏସ୍‌ ରାଡାର

ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ (ସିବିଡିଟି) ହିସାବ ବହିର୍ଭୂତ ବିଦେଶୀ ଏବଂ ବେନାମୀ ସମ୍ପତ୍ତି ଉପରେ ଏବେ ତା’ ଅଭିଯାନ ଜୋରଦାର କରିଛି। ଏଥିପାଇଁ...

ଆସୁଛି ଫଇସଲା

ଅନିଲ ବିଶ୍ୱାଳ ସବୁଆଡେ ଗୋଟିଏ ଚର୍ଚ୍ଚା। ସୁପ୍ରିମ୍‌କୋର୍ଟରେ ବହୁଚର୍ଚ୍ଚିତ ରାମମନ୍ଦିର ସମ୍ପର୍କରେ ଦୀର୍ଘ ୭୦ ବର୍ଷ ଧରି ଚାଲିଥିବା ବିଚାରର ଫଇସଲା ଆସୁଛି। ଏହା ହେଉଛି...

ଏଇ ଭାରତରେ

ପ୍ରାଚୀନ ବିଶ୍ୱାସ ବିରୋଧରେ ଲଢେଇ କରିବା ସହ ବିଲୁପ୍ତ ଦ୍ୱାରଦେଶରେ ଥିବା ଏକ ପ୍ରଜାତିର କଇଁଛ ଲାଗି ଜୟାଦିତ୍ୟ ପୁରକାୟାସ୍ଥ ଯେଉଁ ଅଭିଯାନ ଚଳାଇଛନ୍ତି ତାହା...

ଏହା ହିଁ ସତ

ଆକାର ପଟେଲ ସାମ୍ପ୍ରତିକ ସମୟରେ ଲେଖାର କମ୍‌ ତାତ୍ପର୍ଯ୍ୟ ରହୁଛି। ଏହା ହିଁ ଏକ ସମସ୍ୟା। ପ୍ରକୃତରେ ନ୍ୟୁଜ ବା ଖବରର ବାସ୍ତବତା ସହିତ ସମ୍ପର୍କ...

ଏଇ ଭାରତରେ

ଓକିଲାତି ଛାଡ଼ି ଘରଦ୍ୱାର ଜମିବାଡ଼ି ବିକ୍ରି କରି ମାଗଣାରେ ହେଲ୍‌ମେଟ ବାଣ୍ଟୁଛନ୍ତି ରାଘବେନ୍ଦ୍ର କୁମାର। ତାଙ୍କୁ ମଧ୍ୟ ଭାରତର ‘ହେଲ୍‌ମେଟ ମ୍ୟାନ’ ବୋଲି କୁହାଯାଉଛି। ସେ...

Advertisement
Archives

Model This Week