ସଂକ୍ରମଣ ହାର ୨.୯୮ ପ୍ରତିଶତ…

ନୂଆଦିଲ୍ଲୀ, ୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬୩ ହଜାର ତଳେ ରହିଛି। କେରଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି। ଦେଶରେ ସଂକ୍ରମଣ ହାର ୨.୯୮ ପ୍ରତିଶତରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଏହା ୭,୯୪୬ ରହିଛି। ଗୋଟିଏ ଦିନ ତଳେ ଏହା ୭,୨୩୧ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୭ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪୫ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୬୨ ହଜାର ୭୪୮ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୬୪ ହଜାର ୬୬୭ ଥିଲା। ସେହିପରି ୨୪ ଘଣ୍ଟାରେ ୯ ହଜାର ୮୨୮ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୦ ହଜାର ୮୨୮ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୭ ହଜାର୯୧୧ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୪ ଲକ୍ଷ ୨୮ ହଜାର ୩୯୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୮ ଲକ୍ଷ ୪୫ ହଜାର ୬୮୦ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦିପ୍‌ ପାଠକ ଏଏପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ,୧୪।୧୨(ପି.ଟି.): ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ସନ୍ଦିପ ପାଠକଙ୍କୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏହାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ଭାବେ...

କାଲି ରାତିରେ ଶୋଇପାରି ନାହିଁ, ଭାବୁକ ହୋଇ ଏମିତି କହିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୧୧।୮: ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ସଭାପତି ଏମ୍‌ ଭେଙ୍କେୟା ନାଇଡୁ ବୁଧବାର ଗୃହରେ ଭାବପ୍ରବଣ ହୋଇପଡିଛନ୍ତି। ଗୃହରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନରେ ଦୁଃଖିତ ହୋଇ...

ମୁଁ ମମତାଙ୍କ ପ୍ରଶଂସକ, ହେଲେ ଯାହା ହେଉଛି ତାହା ଭୟଙ୍କର: ଦିଗବିଜୟ

ନୂଆଦିଲ୍ଲୀ,୧୦।୭: ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ସୋମବାର ପଶ୍ଚିମବଙ୍ଗରେ ବିରୋଧ ପ୍ରଦର୍ଶନ ଓ ପଞ୍ଚାୟତ ନିର୍ବାଚନ ପରେ ହୋଇଥିବା ହିଂସାକୁ ନେଇ ନିଜର ପ୍ରତିକ୍ରିୟା...

୧୫ ପାକ୍‌ ସୈନ୍ୟ, ୮ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୧୩ା୪: ନିୟନ୍ତ୍ରଣ ରେଖା ଆରପଟେ ଥିବା କେରନ ସେକ୍ଟରରେ ଭାରତୀୟ ସେନା ପକ୍ଷରୁ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ୮ ଆତଙ୍କବାଦୀ ଏବଂ...

ରାଜଧାନୀରେ କରୋନା ସତର୍କତା: ସର୍ବସାଧାରଣସ୍ଥାନକୁ ସଂକ୍ରମଣ ମୁକ୍ତ କରିବାକୁ ବିଶୋଧକ ସ୍ପ୍ରେ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ରାଜଧାନୀରେ କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସର୍ବସାଧାରଣସ୍ଥାନକୁ ସଂକ୍ରମଣମୁକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ବିଏମ୍‌ସିର ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ବାପୁଜି...

‘ଦୁଇ ଥର ରାଜ୍ୟ ସଭା ଆସନକୁ ପ୍ରତ୍ୟାଖ୍ୟାନ କରିଛି’

ନୂଆଦିଲ୍ଲୀ,୨୦।୯: ବାସଭବନ ଓ କାର୍ଯ୍ୟାଳୟରେ ଆଇଟି ଚଢ଼ାଉ ପରେ ଟିକସ ଠକେଇ ଓ ବେଆଇନ ଫଣ୍ଡିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ।...

କୋରାପୁଟରେ ୨୪୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୮୦ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୨୨ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୮୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫୦ ପୁରୁଷ ଏବଂ ୩୦ ମହିଳା ଅଛନ୍ତି। ଆଜି ଚିହ୍ନଟ...

ତୃତୀୟ ଲହର ନିଶ୍ଚିତ, ପିଏମ୍‌ଓକୁ ଅବଗତ କଲା ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ, ୨୩।୮: କରୋନା ମହାମାରୀର ତୃତୀୟ ଲହର ନିଶ୍ଚିତ ଏବଂ ଅକ୍ଟୋବର ବେଳକୁ ଏହା ଶୀର୍ଷ ଛୁଇଁପାରେ ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (ଏନ୍‌ଆଇଡିଏମ୍‌)...

Advertisement
Archives

Model This Week