Posted inଖେଳ

ପାକିସ୍ତାନ ପାଇଁ ଖେଳିବାକୁ ଚାହୁଁଥିଲେ ହଂକଂ ଅଧିନାୟକ

ଦୁବାଇ,୧।୯: ଏସିଆ କପ ୨୦୨୨ରେ ଭାରତ ବିପକ୍ଷ ମ୍ୟାଚ ସହିତ ହଂକଂ ଦଳ ଟୁର୍ନାମେଣ୍ଟରେ ଅଭିଯାନ ଆରମ୍ଭ କରିଛି। ଯୋଗ୍ୟତା ମ୍ୟାଚରେ ସମସ୍ତ ଦଳକୁ ପରାସ୍ତ କରି ମୁଖ୍ୟ ରାଉଣ୍ଡରେ ପହଞ୍ଚିଥିବା ହଂକଂ ଦଳ ଏହି ମ୍ୟାଚ୍‌ରେ ଭାରତଠାରୁ ପରାଜିତ ହୋଇଛି। ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ହଂକଂ ଅଧିନାୟକ ନିଜାକତ ଖାନ୍‌ ନିଜ ମନର କଥା କହିଥିଲେ।
ନିଜାକତ କହିଛନ୍ତି ଯେ, ପାକିସ୍ତାନ କ୍ରିକେଟ ଦଳରେ ଖେଳିବାର ସ୍ବପ୍ନ ଥିଲା। କିନ୍ତୁ ପରେ ମୁଁ ହଂକଂ ଯାଇଥିଲି, ବର୍ତ୍ତମାନ ମୁଁ ହଂକଂ ପାଇଁ ଖେଳୁଛି ଏବଂ ହଂକଂ ହେଉଛି ମୋର ଦଳ। ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ଆମେ ସମସ୍ତେ ଉତ୍ସାହିତ, ମୁଁ ଦ୍ୱିତୀୟ ଥର ପାଇଁ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଖେଳିବି। ମୁଁ ନିଶ୍ଚିତ ଯେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଆମେ ଭଲ ଖେଳିବୁ।
ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ବିଷୟରେ ନିଜାକତ କହିଛନ୍ତି, ବାବର ଆଜମ ବର୍ତ୍ତମାନ କ୍ରିକେଟର ଏକ ବଡ ତାରକା ହେବାକୁ ଯାଉଛନ୍ତି, ସେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଅଧିନାୟକତ୍ୱ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଁ ବ୍ୟାଟିଂ ଏବଂ ଅଧିନାୟକତ୍ୱରେ ବାବର ଆଜାମଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହୁଁଛି।
ହଂକଂ ଦଳର ସ୍ଥାନୀୟ ବାସିନ୍ଦା ନାହାଁନ୍ତି। ୧୭ ଜଣିଆ ଦଳରେ ୧୨ ଜଣ ଖେଳାଳି ପାକିସ୍ତାନର। ଚାରିଜଣ ଖେଳାଳି ଭାରତର ଏବଂ ଜଣେ ଖେଳାଳି ଇଂଲଣ୍ଡର। ବିଶେଷ କଥା ହେଉଛି ଭାରତ ଏବଂ ପାକିସ୍ତାନର ଖେଳାଳିମାନେ କୌଣସି ଲିଗରେ ଏକାଠି ଖେଳନ୍ତି ନାହିଁ, କିନ୍ତୁ ହଂକଂ ଦଳରେ ଉଭୟ ଦେଶର ଖେଳାଳି ଏକାଠି ଖେଳନ୍ତି। ଯଦିଓ ଏହି ଦଳ ପାଇଁ ଖେଳୁଥିବା ଖେଳାଳିଙ୍କ ଭାରତ ଏବଂ ପାକିସ୍ଥାନ ସହିତ ସମ୍ପର୍କ ଥାଇପାରେ, କିନ୍ତୁ ବିସିସିଆଇ କିମ୍ବା ପିସିବି ସହିତ କାହାର ସମ୍ପର୍କ ନାହିଁ।
ହଂକଂ ଦଳର ଅଧିନାୟକ ନିଜାକତ ଖାନ ପାକିସ୍ତାନର ପଞ୍ଜାବର ଅଟନ୍ତି। ସେ ଅଟୋକରେ ଜନ୍ମଗ୍ରହଣ କରିଥିଲେ। ଏଥି ସହିତ ଦଳର ଉପ-ଅଧିନାୟକ କିଞ୍ଚିତ ଶାହା ଭାରତ ସହ ଜଡିତ। ସେ ମହାରାଷ୍ଟ୍ରର ମୁମ୍ବାଇ ସହରରେ ଜନ୍ମଗ୍ରହଣ କରିଥିଲେ। ଏହା ବ୍ୟତୀତ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ସ୍କଟ ମ୍ୟାକେଙ୍କି ଇଂଲଣ୍ଡର ଅଟନ୍ତି। ହଂକଂର ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ରିକେଟ ପ୍ରତି ଆଗ୍ରହ ନାହିଁ । ସେଥିପାଇଁ ସେଠାକାର ଲୋକମାନେ ଭଲ କ୍ରିକେଟର ମଧ୍ୟ ନୁହଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri