ସଂକ୍ରମିତଙ୍କ ହେବ ଜିନୋମ୍‌ ସିକ୍ୱେନ୍ସିଂ

ନୂଆଦିଲ୍ଲୀ, ୩୦।୧୨: ଡିସେମ୍ବର ୯ରୁ ୨୨ ମଧ୍ୟରେ ଭାରତ ଫେରିଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ, ଯେଉଁମାନଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି ସେମାନଙ୍କର ଜିନୋମ୍‌ ସିକ୍ୱେନ୍ସିଂ କରାଯିବ। ନିକଟରେ ବ୍ରିଟେନରେ କରୋନା ଭୂତାଣୁର ନୂଆ ରୂପ ଦ୍ରୁତ ସଂକ୍ରମିତ ହେଉଥିବାରୁ ଏଭଳି ଷ୍ଟ୍ରେନ୍‌ ଚିହ୍ନଟ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ବିଦେଶ ଫେରନ୍ତା ପଜିଟିଭ୍‌ଙ୍କ ଜିନୋମ୍‌ ସିକ୍ୱେନ୍ସିଂ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ରାଜ୍ୟ ଓ ଜିଲା ପର୍ଯ୍ୟବେକ୍ଷଣ ଅଧିକାରୀମାନେ ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ ଅନୁଯାୟୀ ଅନ୍ୟ ଯାତ୍ରୀମାନଙ୍କ ପରୀକ୍ଷା କରାଇବେ। ଏପରିକି ଫେରିବାର ୫ମରୁ ଦଶମ ଦିନ ମଧ୍ୟରେ ଯାତ୍ରୀଙ୍କଠାରେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସେମାନଙ୍କ ପରୀକ୍ଷା କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ରୂପ ବର୍ତ୍ତମାନ ସୁଦ୍ଧା ଡେନ୍‌ମାର୍କ, ନେଦରଲାଣ୍ଡସ୍‌, ଅଷ୍ଟ୍ରେଲିଆ, ଇଟାଲୀ, ସ୍ବିଡେନ, ଫ୍ରାନ୍ସ, ସ୍ପେନ୍‌, ସୁଇଜରଲାଣ୍ଡ, ଜର୍ମାନୀ, କାନାଡ଼ା, ଜାପାନ, ଲେବାନନ୍‌ ଓ ସିଙ୍ଗାପୁରକୁ ବ୍ୟାପିସାରିଲାଣି। ସେଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟ ସାର୍ସ-ସିଓଭି-୨ ଜିନୋମିକ୍ସ କନ୍‌ସଟିୟମ(ଆଇଏନ୍‌ଏସ୍‌ଏସିଓଜି) ସ୍ଥାପନ କରିଛନ୍ତି। ୧୦ଟି ଲାବରେଟୋରିରେ ଜିନୋମ୍‌ ସିକ୍ୱେନ୍ସିଂ ବ୍ୟବସ୍ଥା କରାଯାଇଛି।
ଭୂତାଣୁର ନୂଆ ଭାରିଆଣ୍ଟ ଭାରତରେ ଯେପରି ପ୍ରବେଶ ନ କରେ ସେଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରିଟେନକୁ ବିମାନ ଚଳାଚଳ ଡିସେମ୍ବର ୨୩ରୁ ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବାବେଳେ ଏହି ସମୟସୀମାକୁ ବୃଦ୍ଧି କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ବ୍ରିଟେନରୁ ଫେରିଥିବା ସମସ୍ତ ବିମାନଯାତ୍ରୀଙ୍କର ଆର୍‌ଟି-ପିସିଆର୍‌ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଦ୍ୱାରା ଚିହ୍ନଟ ୧୦ଟି ଆଞ୍ଚଳିକ ଲାବରେଟୋରିକୁ ରାଜ୍ୟଗୁଡ଼ିକ ୫ ପ୍ରତିଶତ କୋଭିଡ୍‌ ପଜିଟିଭ୍‌ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇବାକୁ କୁହାଯାଇଛି। ସେହିପରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂକ୍ରାମକ ରୋଗ ଅନୁଧ୍ୟାନ ଓ ପ୍ରତିକ୍ରିୟା ପାଇଁ ଏସ୍‌ଓପି ଜାରି କରାଯାଇଛି।
୭୦% କୋଭିଡ୍‌ ମୃତକ ପୁରୁଷ
ଭାରତରେ କରୋନା ମହାମାରୀରେ ଯେତେ ଲୋକଙ୍କର ମୃତ୍ୟୁ ଘଟିଛି ତା’ର ୭୦ ପ୍ରତିଶତ ହେଉଛନ୍ତି ପୁରୁଷ। ସେହିପରି ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୬୩ ପ୍ରତିଶତ ପୁରୁଷ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୩ ପ୍ରତିଶତ ପୁରୁଷ ହୋଇଥିବାବେଳେ ୩୭ ପ୍ରତିଶତ ମହିଳା। ୧୭ ବର୍ଷରୁ କମ୍‌ ବୟସର ଆକ୍ରାନ୍ତଙ୍କ ସଂଖ୍ୟା ୮ ପ୍ରତିଶତ ଥିବାବେଳେ ୧୮ରୁ ୨୫ ବର୍ଷ ବୟସ ବର୍ଗରେ ୧୩%, ୨୬ରୁ ୪୪ ବର୍ଷ ବର୍ଗରେ ୩୯%, ୪୫ରୁ ୬୦ ବର୍ଷ ବର୍ଗରେ ୨୬% ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଗରେ ୧୪ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି। ସେହିପରି ମୋଟ ମୃତକଙ୍କ ମଧ୍ୟରୁ ୪୫ ପ୍ରତିଶତଙ୍କ ବୟସ ୬୦ ବର୍ଷରୁ କମ୍‌ ଥିଲା। ୬ ମାସ ପରେ ଏବେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨.୭ ଲକ୍ଷ ରହିଛି। ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଛତିଶଗଡ଼ରେ ୬୦ ପ୍ରତିଶତ ସକ୍ରିୟ ମାମଲା ରହିଥିବା ସ୍ବାସ୍ଥ୍ୟ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?