ସଂକ୍ରମିତଙ୍କ ହେବ ଜିନୋମ୍‌ ସିକ୍ୱେନ୍ସିଂ

ନୂଆଦିଲ୍ଲୀ, ୩୦।୧୨: ଡିସେମ୍ବର ୯ରୁ ୨୨ ମଧ୍ୟରେ ଭାରତ ଫେରିଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ, ଯେଉଁମାନଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି ସେମାନଙ୍କର ଜିନୋମ୍‌ ସିକ୍ୱେନ୍ସିଂ କରାଯିବ। ନିକଟରେ ବ୍ରିଟେନରେ କରୋନା ଭୂତାଣୁର ନୂଆ ରୂପ ଦ୍ରୁତ ସଂକ୍ରମିତ ହେଉଥିବାରୁ ଏଭଳି ଷ୍ଟ୍ରେନ୍‌ ଚିହ୍ନଟ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ବିଦେଶ ଫେରନ୍ତା ପଜିଟିଭ୍‌ଙ୍କ ଜିନୋମ୍‌ ସିକ୍ୱେନ୍ସିଂ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ରାଜ୍ୟ ଓ ଜିଲା ପର୍ଯ୍ୟବେକ୍ଷଣ ଅଧିକାରୀମାନେ ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ ଅନୁଯାୟୀ ଅନ୍ୟ ଯାତ୍ରୀମାନଙ୍କ ପରୀକ୍ଷା କରାଇବେ। ଏପରିକି ଫେରିବାର ୫ମରୁ ଦଶମ ଦିନ ମଧ୍ୟରେ ଯାତ୍ରୀଙ୍କଠାରେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସେମାନଙ୍କ ପରୀକ୍ଷା କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ରୂପ ବର୍ତ୍ତମାନ ସୁଦ୍ଧା ଡେନ୍‌ମାର୍କ, ନେଦରଲାଣ୍ଡସ୍‌, ଅଷ୍ଟ୍ରେଲିଆ, ଇଟାଲୀ, ସ୍ବିଡେନ, ଫ୍ରାନ୍ସ, ସ୍ପେନ୍‌, ସୁଇଜରଲାଣ୍ଡ, ଜର୍ମାନୀ, କାନାଡ଼ା, ଜାପାନ, ଲେବାନନ୍‌ ଓ ସିଙ୍ଗାପୁରକୁ ବ୍ୟାପିସାରିଲାଣି। ସେଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟ ସାର୍ସ-ସିଓଭି-୨ ଜିନୋମିକ୍ସ କନ୍‌ସଟିୟମ(ଆଇଏନ୍‌ଏସ୍‌ଏସିଓଜି) ସ୍ଥାପନ କରିଛନ୍ତି। ୧୦ଟି ଲାବରେଟୋରିରେ ଜିନୋମ୍‌ ସିକ୍ୱେନ୍ସିଂ ବ୍ୟବସ୍ଥା କରାଯାଇଛି।
ଭୂତାଣୁର ନୂଆ ଭାରିଆଣ୍ଟ ଭାରତରେ ଯେପରି ପ୍ରବେଶ ନ କରେ ସେଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରିଟେନକୁ ବିମାନ ଚଳାଚଳ ଡିସେମ୍ବର ୨୩ରୁ ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବାବେଳେ ଏହି ସମୟସୀମାକୁ ବୃଦ୍ଧି କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ବ୍ରିଟେନରୁ ଫେରିଥିବା ସମସ୍ତ ବିମାନଯାତ୍ରୀଙ୍କର ଆର୍‌ଟି-ପିସିଆର୍‌ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଦ୍ୱାରା ଚିହ୍ନଟ ୧୦ଟି ଆଞ୍ଚଳିକ ଲାବରେଟୋରିକୁ ରାଜ୍ୟଗୁଡ଼ିକ ୫ ପ୍ରତିଶତ କୋଭିଡ୍‌ ପଜିଟିଭ୍‌ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇବାକୁ କୁହାଯାଇଛି। ସେହିପରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂକ୍ରାମକ ରୋଗ ଅନୁଧ୍ୟାନ ଓ ପ୍ରତିକ୍ରିୟା ପାଇଁ ଏସ୍‌ଓପି ଜାରି କରାଯାଇଛି।
୭୦% କୋଭିଡ୍‌ ମୃତକ ପୁରୁଷ
ଭାରତରେ କରୋନା ମହାମାରୀରେ ଯେତେ ଲୋକଙ୍କର ମୃତ୍ୟୁ ଘଟିଛି ତା’ର ୭୦ ପ୍ରତିଶତ ହେଉଛନ୍ତି ପୁରୁଷ। ସେହିପରି ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୬୩ ପ୍ରତିଶତ ପୁରୁଷ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୩ ପ୍ରତିଶତ ପୁରୁଷ ହୋଇଥିବାବେଳେ ୩୭ ପ୍ରତିଶତ ମହିଳା। ୧୭ ବର୍ଷରୁ କମ୍‌ ବୟସର ଆକ୍ରାନ୍ତଙ୍କ ସଂଖ୍ୟା ୮ ପ୍ରତିଶତ ଥିବାବେଳେ ୧୮ରୁ ୨୫ ବର୍ଷ ବୟସ ବର୍ଗରେ ୧୩%, ୨୬ରୁ ୪୪ ବର୍ଷ ବର୍ଗରେ ୩୯%, ୪୫ରୁ ୬୦ ବର୍ଷ ବର୍ଗରେ ୨୬% ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଗରେ ୧୪ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି। ସେହିପରି ମୋଟ ମୃତକଙ୍କ ମଧ୍ୟରୁ ୪୫ ପ୍ରତିଶତଙ୍କ ବୟସ ୬୦ ବର୍ଷରୁ କମ୍‌ ଥିଲା। ୬ ମାସ ପରେ ଏବେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨.୭ ଲକ୍ଷ ରହିଛି। ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଛତିଶଗଡ଼ରେ ୬୦ ପ୍ରତିଶତ ସକ୍ରିୟ ମାମଲା ରହିଥିବା ସ୍ବାସ୍ଥ୍ୟ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri