ଟ୍ରମ୍ପ ପ୍ରଶାସନରେ ଅସମାନତା

ଗତବର୍ଷ ଜୁନ୍‌ରେ କେତେକ ଦେଶର ନାଗରିକଙ୍କ ଆମେରିକା ପ୍ରବେଶ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଟକଣା ଲଗାଇଥିଲେ। ପୁନର୍ବାର ଗତମାସରେ ସେ ଆଉ ୨୦ଟି ଦେଶର ନାଗରିକଙ୍କ ଆମେରିକା ପ୍ରବେଶକୁ ବନ୍ଦ କରିଥିଲେ । ତେବେ ଜାତୀୟ ଏବଂ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଥିବା ବିପଦ ଦୂର କରିବାପାଇଁ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଟ୍ରମ୍ପଙ୍କ କଟକଣାର ଶିକାର ହୋଇଥିବା ଦେଶଗୁଡ଼ିକର ତାଲିକାରୁ ସ୍ପଷ୍ଟ ଯେ, ତାଙ୍କ ପଦକ୍ଷେପ ହେଉଛି କେବଳ ଜାତୀୟ ରାଷ୍ଟ୍ରବାଦ ରାଜନୀତି, ଯାହାକୁ ଆତଙ୍କବାଦ ବିରୋଧୀ ପଦକ୍ଷେପ ଭାବେ ପ୍ରସ୍ତୁତ କରାଯାଇଛି। ୨୦୨୫ରେ ଆଙ୍ଗୋଲା, ଆଣ୍ଟିଗୁଆ ଓ ବାରବୁଡ଼ା, ଡୋମିନିକା, ହାଇତି, ଲାଓସ, ମାଲାଓ୍ବି, ସେନେଗାଲ, ସିରିଆ ଲିଓନ, ଟୋଙ୍ଗା, ଜାମ୍ବିଆ ଏବଂ ଜିମ୍ବାଓ୍ବେ ସମେତ ଅନେକ ଦେଶ ଉପରେ ଆମେରିକା ପ୍ରବେଶକୁ ନେଇ ଟ୍ରମ୍ପ କଟକଣା ଲଗାଇଥିଲେ। ଦେଖିବାକୁ ଗଲେ ବାସ୍ତବରେ ଏହି ଦେଶଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ସନ୍ତ୍ରାସବାଦରେ ଲିପ୍ତ ଥିବାର କୌଣସି ଇତିହାସ ନାହିଁ। କିନ୍ତୁ ଗତମାସରେ କଟକଣା ଘୋଷଣା କରାଯାଇଥିବା ୨୦ଟି ଦେଶ ମଧ୍ୟରୁ ୧୬ଟି ଦେଶ ଏବଂ ୨୦୨୫ରେ କଟକଣାର ଶିକାର ହୋଇଥିବା ୩୯ଟି ଦେଶ ମଧ୍ୟରୁ ୨୬ଟି ଦେଶ ହେଉଛନ୍ତି ଆଫ୍ରିକାର। ଟ୍ରମ୍ପଙ୍କ ବ୍ୟାପକ କାର୍ଯ୍ୟସୂଚୀରୁ ଜଣାପଡ଼ୁଛି ଯେ, ବର୍ଣ୍ଣ ବୈଷ୍ଣବ ଆମେରିକା ନୀତିକୁ ପ୍ରଭାବିତ କରୁଛି। ଏହା ହେଉଛି ୨୦୧୭ରେ ଟ୍ରମ୍ପଙ୍କ ପ୍ରଥମ ପ୍ରଶାସନରେ ଧର୍ମୀୟ ଭେଦଭାବ ଭଳି ଘଟଣା, ଯେଉଁଥିରେ ସେ ୭ଟି ମୁସଲମାନ ବହୁଳ ଦେଶର ନାଗରିକଙ୍କ ଆମେରିକା ପ୍ରବେଶ ତଥା ପୁନର୍ବାସ ଉପରେ କଟକଣା ଲଗାଇଥିଲେ।
ଆମେରିକାର ଅଧିକାରୀମାନେ କହନ୍ତି, ସେମାନଙ୍କ ନିଷ୍ପତ୍ତି ବା ଯୋଜନାରେ ସ୍କ୍ରିନିଂ, ଯାଞ୍ଚ ଓ ତଥ୍ୟ ଶେୟାରିଂରେ ଅଭାବ ପରିଲକ୍ଷିତ ହେଉଛି। ଏହାସହ କୌଣସି ଦେଶର ନାଗରିକ ଆଇନଗତ ଭାବେ ସାମୟିକ ଭିଜା ବଳରେ ଆମେରିକାକୁ ଆସି ଅନ୍ୟାୟ ଭାବେ ରହିଯାଉଛନ୍ତି । କିନ୍ତୁ ସାବଧାନ ପୂର୍ବକୁ ତ୍ରୁଟିଶନ୍ୟ ଭାବେ ଏହାକୁ ସମାଧାନ କରିବା ପରିବର୍ତ୍ତେ କେତେକ ଅଜବ ଯୁକ୍ତି ଉପସ୍ଥାପନ କରାଯାଉଛି। ଉଦାହରଣ ସ୍ବରୂପ, ଆମେରିକୀୟ ପ୍ରବାସନ ପରିଷଦ ଯୁକ୍ତି ଦର୍ଶାଉଛି, ଅଣ-ଅପ୍ରବାସୀ ଭିଜା (ଯେଉଁମାନେ ଅସ୍ଥାୟୀ ଭିଜାରେ ଆସି ତାହା ପୂରଣ ହେବା ପରେ ରହିଯାଆନ୍ତି) ପ୍ରତିଶତକୁ ଦର୍ଶାଇ ପ୍ରବାସନ ଭିଜା ଉପରେ ଟ୍ରମ୍ପ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି। ତେବେ ଟ୍ରମ୍ପଙ୍କ ଟାରିଫ ଭଳି ଏହିସବୁ ମାନଦଣ୍ଡକୁ ବିଶେଷକରି ବାଛି ବାଛି କେତେକ ଦେଶ ଉପରେ ଲାଗୁ କରାଯାଇଛି। ଏହାସହ କେତେକ ଦେଶ ଯଥା ଇଜିପ୍ଟ ଓ କୁଏଟ୍‌ର ଲୋକେ ଅଧିକ ସଂଖ୍ୟାରେ ଭିଜା ଅବଧି ପୂରଣ ହେବା ପରେ ଆମେରିକାରେ ରହୁଥିଲେ ମଧ୍ୟ ସେମାନେ କୌଣସି କଟକଣାର ସମ୍ମୁଖୀନ ହେଉନାହାନ୍ତି। ଏପରି କି ଦୀର୍ଘ ସମୟ ଧରି ବିଶ୍ୱସ୍ତରରେ ଜିହାଦବାଦ ସହ ଜଡ଼ିତ ଥିବା ପାକିସ୍ତାନ ଓ କତାର ଭଳି ଦେଶକୁ କଟକଣାମୁକ୍ତ ରଖାଯାଇଛି। ଅନ୍ୟପକ୍ଷରେ ସାଉଦି ଆରବ ମଧ୍ୟ ଏଯାବତ୍‌ ଏହା ଟ୍ରମ୍ପଙ୍କ ଆକ୍ରୋଶର ଶିକାର ହୋଇନାହିଁ।
ଏଭଳି ସୁବିଧା ପାଉଥିବା ଦେଶଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ ବିପଜ୍ଜନକ। କିନ୍ତୁ ସେମାନେ ଆମେରିକା ପାଇଁ ଉପଯୋଗୀ ହୋଇଛନ୍ତି। ଇଜିପ୍ଟ ଓ ଇରାକ ଭଳି ଦେଶଗୁଡ଼ିକୁ ରଣନୀତିକ ଦୃଷ୍ଟିରୁ ଅପରିହାର୍ଯ୍ୟ ବୋଲି ବିଚାର କରାଯାଉଛି। ସାଉଦି ଆରବ କେବଳ ଆମେରିକାର ପ୍ରତିରକ୍ଷା ଅଂଶୀଦାର ନୁହେଁ, ବରଂ ଏହା କତାର ଭଳି ଆମେରିକାରେ ଏକ ପ୍ରମୁଖ ନିବେଶକ ହୋଇଛି ଏବଂ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ କୁଶନରଙ୍କ ଫାର୍ମରେ ନିବେଶ କରିଛି। ପାକିସ୍ତାନ ଓ୍ବାଲର୍‌ଡ ଲିବରିଟି ଫାଇନାନ୍ସିଆଲ ସହ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିଛି। ଏହା ହେଉଛି ଏକ କ୍ରିପ୍ଟୋକରେନ୍ସି କମ୍ପାନୀ, ଯେଉଁଥିରେ ଟ୍ରମ୍ପଙ୍କ ପରିବାରର ପ୍ରମୁଖ ଅଂଶଧନ ରହିଛି। ଟ୍ରମ୍ପ ପ୍ରଶାସନ ଅନେକ ଦେଶ ଉପରେ କଟକଣାକୁ କଠୋର କରିଥିବାବେଳେ ତୁର୍କମେନିସ୍ତାନ ଉପରେ ପୂର୍ବରୁ ଥିବା ଅଣ-ଅପ୍ରବାସୀ ଭିଜା କଟକଣା ଉଠାଇ ନେଇଥିଲା। ଏହା ସ୍ପଷ୍ଟ ଯେ, ଏହି ଦେଶ ଆମେରିକା ସହ ଶକ୍ତି ଓ ଗୁରୁତ୍ୱପୂର୍ଣ୍ଣ ଖଣିଜଦ୍ରବ୍ୟ ଉପରେ ସହଯୋଗ କରିବାକୁ ଏବଂ ଆମେରିକୀୟ କମ୍ପାନୀଗୁଡ଼ିକୁ ଅଧିକ ସୁଯୋଗ ଦେବାକୁ ରାଜି ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଏଥିରୁ ସ୍ପଷ୍ଟ ଶିକ୍ଷା ମିଳେ ଯେ, ଟ୍ରମ୍ପ ପ୍ରଶାସନର ଯେଉଁ ଦେଶଗୁଡ଼ିକ ସହିତ ଘନିଷ୍ଠତା ରହିଛି କିମ୍ବା ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ଲାଭଜନକ ବ୍ୟବସାୟିକ ସମ୍ପର୍କ ଅଛି, ସେମାନଙ୍କୁ ଶୁଭ ଦୃଷ୍ଟିରେ ଦେଖାଯାଉଛି। ଆମେରିକାର ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟକ୍ତିଗତ ସ୍ବାର୍ଥ ମଧ୍ୟରେ କୌଣସି ସୀମା ନାହିଁ, ଯେଉଁଥିପାଇଁ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି।
ଆମେରିକାର ସୁରକ୍ଷା ପ୍ରତି ବିପଦର କୌଣସି ଇତିହାସ ନ ଥିବା ଦେଶ ବ୍ରୁକିନାଫାସୋର ଜଣେ ନାଗରିକଙ୍କୁ ଆମେରିକାରେ ପ୍ରବେଶ ପାଇଁ ବାରଣ କରାଯାଇଛି। କିନ୍ତୁ ଇସ୍‌ଲାମିକ ହିଂସା ଓ ଆମେରିକା ବିରୋଧୀ ଉଗ୍ରବାଦ ଆକ୍ରାନ୍ତ ଜଣେ ବାଂଲାଦେଶୀ ନାଗରିକ ପ୍ରତି ଏଭଳି କଟକଣା ନାହିଁ। ଏହି ପ୍ରକାର ଅସଙ୍ଗତି ବା ଅସମାନତା ଆମେରିକାର କୂଟନୀତି ଓ ଆତଙ୍କବାଦ ବିରୋଧୀ ପଦକ୍ଷେପର ଗୁରୁତ୍ୱକୁ ହ୍ରାସ କରୁଛି। ଯଦି ଟ୍ରମ୍ପ ପ୍ରକୃତରେ ଆମେରିକାକୁ ରକ୍ଷା କରିବାକୁ ଚାହଁୁଥିଲେ ସେ ଗୁରୁତ୍ୱପୂର୍ଣ୍ଣ ଗୋଇନ୍ଦା ଓ ସୁସଙ୍ଗତ ମାନଦଣ୍ଡ ବା ନିୟମକୁ ଆଧାର କରି ଏକ ରଣନୀତି ପ୍ରସ୍ତୁତ କରିପାରି ଥାଆନ୍ତେ। ଏହା ସହ ସେ ଆମେରିକାର ସହଯୋଗୀ ଓ ଶତ୍ରୁମାନଙ୍କୁ ସମାନ ଭାବେ ସାମ୍ନା କରିବା ପାଇଁ ତତ୍ପରତା ପ୍ରଦର୍ଶନ କରିଥାଆନ୍ତେ। ଦୁର୍ଭଗ୍ୟବଶତଃ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କିତ କଥା ପଛରେ ତାଙ୍କର ନିଜସ୍ବ ସ୍ବାର୍ଥ ନିହିତ ଥିବା ପ୍ରମାଣ କରିଛନ୍ତି। ତେବେ ଜାତୀୟ ସୁରକ୍ଷା କଥା କିଭଳି ଆକ୍ରମଣାତ୍ମକ କୂଟନୀତି ଓ ବ୍ୟକ୍ତିଗତ ଲାଭ ପାଇଁ ଉପଯୋଗ କରାଯାଇପାରେ ତାହାର ଏକ ଉଦାହରଣ ହେଉଛି ଏବକାର ଯାତ୍ରା ସମ୍ବନ୍ଧିତ କଟକଣା। ବାସ୍ତବରେ ‘ଆମେରିକା ପ୍ରଥମ’ ବିଚାରଧାରାରୁ ଏହା ସ୍ବାଭାବିକ ଭାବେ ସୃଷ୍ଟି ହୋଇଥିଲା। ସବୁବେଳେ ଏହି ଧାରଣାର ଉଦ୍ଦେଶ୍ୟ ଥିଲା ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟରେ ଏକ ନେଣଦେଣ ଦୃଷ୍ଟିକୋଣକୁ ଯୁକ୍ତିଯୁକ୍ତ ସାବ୍ୟସ୍ତ କରିବା। କିନ୍ତୁ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ ସମୟରେ ଏହା ନିରାଶବାଦର ଉଚ୍ଚସ୍ତରରେ ପହଞ୍ଚିଯାଇଛି। ଆମେରିକାର ସୁରକ୍ଷା ସ୍ଥିତି ଯାହା ବି ହେଉ, ଏବେ ଯେଉଁମାନେ ଟମ୍ପଙ୍କୁ ପର୍ଯ୍ୟାପ୍ତ ଲାଭ ଦେବାରେ ବିଫଳ ହେଉଛନ୍ତି ସେମାନେ ଦଣ୍ଡିତ ହେଉଛନ୍ତି ଏବଂ ଯେଉଁମାନେ ତାଙ୍କ ପାଇଁ ଉପକାରୀ ପ୍ର୍ରମାଣିତ ହେଉଛନ୍ତି ସେମାନେ ଦଣ୍ଡରୁ ମୁକ୍ତ ହେଉଛନ୍ତି।

ବ୍ରହ୍ମ ଚେଲାନି
ପ୍ରାଧ୍ୟାପକ, ଏମରିଟସ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ୍‌,
ସେଣ୍ଟର୍‌ ଫର୍‌ ପଲିସି ରିସର୍ଚ୍ଚ (ନୂଆଦିଲ୍ଲୀ)


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri