ଲୁହା ପଥର ଦର ହ୍ରାସ ଆଶାରେ ଶିଳ୍ପ ସମୂହ

ଯାଜପୁର ଅଫିସ,୧୭ା୬:କଳିଙ୍ଗନଗର ଶିଳ୍ପାଞ୍ଚଳରେ ନୂତନ ନିଯୁକ୍ତି ବଦଳରେ ପୁଣି କର୍ମଚାରୀ ଓ ଶ୍ରମିକ ଛଟେଇ ଆଶଙ୍କା ଦେଖାଦେଇଛି। ଆବଶ୍ୟକ କଞ୍ଚାମାଲ ଅଭାବ, ଲୁହାପଥର, କ୍ରୋମାଇଟ ମୂଲ୍ୟ ବଢ଼ିବା ସହ ତୈଳ ଦରବୃଦ୍ଧି କାରଣରୁ ଟ୍ରକ ମାଲିକମାନେ ପରିବହନ ଦର ବୃଦ୍ଧି କରିବା ପ୍ରମୁଖ କାରଣ ହୋଇଛି। ଶୁକ୍ରବାର ଭୁବନେଶ୍ୱର ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବାରୁ ସେଥିରେ ଲୁହାପଥର ମୂଲ୍ୟ ହ୍ରାସ ପାଇଁ କଳିଙ୍ଗନଗର ଶିଳ୍ପସମୂହ ଚାତକ ପରି ଚାହିଁ ବସିଛନ୍ତି।
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନୀତି ଓ ଶିଳ୍ପସମୂହଙ୍କ ଆବଶ୍ୟକତା ଭିତରେ ତାଳ ମେଳ ନ ଥିଲା ପରି ମନେହେଉଛି। କେନ୍ଦ୍ର ସରକାର ଇସ୍ପାତ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି। ସେହିପରି ଭାରତର ସର୍ବବୃହତ୍‌ ଲୁହାପଥର ଉତ୍ପାଦନକାରୀ ସଂସ୍ଥା ନ୍ୟାଶନାଲ ମିନେରାଲ ଡେଭଲପ୍‌ମେଣ୍ଟ କର୍ପୋରେଶନ (ଏନ୍‌ଏମ୍‌ଡିସି) ଲୁହାପଥର ଦର ହ୍ରାସ କରିଛି। କିନ୍ତୁ ଓଏମ୍‌ସି ହାତବାନ୍ଧି ବସିଛି। ଏଭଳି ସ୍ଥିତିିରେ ରାଜ୍ୟ ସରକାର ଓ ଶିଳ୍ପସଂସ୍ଥା ମଝିରେ ସାଧାରଣ ଖଟିଖିଆ ଦିନ ମଜୁରିଆ ଓ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ କର୍ମଜୀବୀ ସତେ ଯେମିତି ପେଷି ହୋଇ ଢୋକେ ପିଇ ଦଣ୍ଡେ ଜିଇଛନ୍ତିି।
ଗତ ମାସରେ କେନ୍ଦ୍ର ସରକାର ଇସ୍ପାତ ଉତ୍ପାଦ ଉପରେ ୧୫ ପ୍ରତିଶତ, ପେଲେଟ ଉପରେ ୪୫ ପ୍ରତିଶତ ଓ ଲୁହାପଥର ଉପରେ ୫୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି। ଏହାର ପ୍ରଭାବରେ ଭାରତରେ ଇସ୍ପାତ ମୂଲ୍ୟ ଟନ୍‌ ପିଛା ୭,୦୦୦ରୁ ୧୦,୦୦୦ ଟଙ୍କା ହ୍ରାସ ପାଇଛି। ସେହିଭଳି ଭାବରେ ସ୍ପଞ୍ଜ ଆଇରନ ଟନ୍‌ ପିଛା ମୂଲ୍ୟ ୩୬,୦୦୦ ଟଙ୍କାରୁ ଖସି ୩୦,୦୦୦ରେ ପହଞ୍ଚିଛି । ଏଭଳି ଭାବେ କ୍ରମାଗତ ଭାବରେ ଦର ନିମ୍ନଗାମୀ ହେଉଛି। ଭାରତୀୟ ବଜାରରେ ଇସ୍ପାତ ମୂଲ୍ୟ ଓ ଇସ୍ପାତ ଉତ୍ପାଦନ ପାଇଁ ଆବଶ୍ୟକ ପେଲେଟ, ସ୍ପଞ୍ଜ ଆଇରନ ମୂଲ୍ୟ ହ୍ରାସ ହେବା ଦେଖି ଏନ୍‌ଏମ୍‌ଡିସି ଲୁହା ପଥରର ଟନ ପିଛା ମୂଲ୍ୟ ଗତ ୨୫ା୫ା୨୦୨୨ରେ ୭୫୦ ଟଙ୍କା ଓ ୫ା୬ା୨୦୨୨ରେ ୧୩୨୦ ଟଙ୍କା ହ୍ରାସ କରିଛି। ଦେଖିବାକୁ ଗଲେ ଏନ୍‌ଏମ୍‌ଡିସି ଗତ ୧୦ଦିନ ମଧ୍ୟରେ ଲୁହାପଥର ମୂଲ୍ୟରେ ଟନ୍‌ ପିଛା ୨୦୦୦ ଟଙ୍କା ହ୍ରାସ କରିଛି। କିନ୍ତୁ ଓଡ଼ିଶା ଖଣି ନିଗମ ଲୁହାପଥର ମୂଲ୍ୟ ହ୍ରାସ କରିବାରେ ବିଳମ୍ବ କରିଚାଲିଛି ବୋଲି କଳିଙ୍ଗନଗର ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନ ଓ ଆସୋସିଏଟେଡ୍‌ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ଅଫ୍‌ ଇଣ୍ଡିଆ(ଆସୋଚାମ) ଅଭିଯୋଗ କରିଛନ୍ତି। ଏନେଇ ଏହି ଦୁଇ ସଂସ୍ଥା ଖଣି ନିଗମର ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତଥ୍ୟ ମୁତାବକ ଖଣି ନିଗମ ଅଧୀନରେ ଥିବା ଦୈତାରୀ ଲୁହା ପଥର ଖଣିରୁ ଉତ୍ପାଦିତ ଲୁହାପଥର ମୂଲ୍ୟରେ ଟନ୍‌ ପିଛା ଏଯାବତ୍‌ ମାତ୍ର ୫୫୦ ଟଙ୍କା ହ୍ରାସ କରାଯାଇଛି, ଯାହାକି ଯଥେଷ୍ଟ ନୁହେଁ। ପାଖାପାଖି ୨୦୦୦ ଟଙ୍କା ହ୍ରାସ ହେବା ଉଚିତ ବୋଲି ଆସୋସିଏଶନ ଦାବି କରିଛି। ଅନ୍ୟପକ୍ଷରେ ଗନ୍ଧମାର୍ଦ୍ଧନ, ଜିଲିଂ ଓ ଗୁଆଳି ଖଣିରୁ ଉତ୍ପାଦିତ ଲୁହାପଥର ମୂଲ୍ୟରେ ଟନ୍‌ ପିଛା ଯଥାକ୍ରମେ ୯୦୦ ଟଙ୍କା, ୧୩୦୦ ଟଙ୍କା ଓ ୧୪୭୫ ଟଙ୍କା ହ୍ରାସ କରାଯାଇଛି। ଫଳରେ ଦୈତାରୀ ଖଣି ଉପରେ ନିର୍ଭର କରି କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା କାରଖାନାଗୁଡ଼ିକ ବାରମ୍ବାର କ୍ଷତି ସହିବା ସହ ତାଲା ଝୁଲିବା ଆଶଙ୍କା ସୃଷ୍ଟି ହୋଇଛି। ଗତ ନିଲାମ ପ୍ରକ୍ରିୟାରେ ଖଣି ନିଗମ ଲୁହାପଥରର ପ୍ରାରମ୍ଭିକ ମୂଲ୍ୟ ଟନ୍‌ ପିଛା ୫୦୫୦ ରଖିଥିବାରୁ କୌଣସି ଶିଳ୍ପସଂସ୍ଥା ଏହି ମୂଲ୍ୟ ଦେଇ ଲୁହାପଥର କ୍ରୟ କରିବା ପାଇଁ ଆଗେଇ ଆସୁନାହାନ୍ତି। ଫଳରେ ଲକ୍ଷାଧିକ ଟନ୍‌ ଲୁହାପଥର ବିକ୍ରି ନ ହୋଇ ପଡ଼ି ରହିଛି । ଏଥିଯୋଗୁ ରାଜ୍ୟ ରାଜକୋଷକୁ ବିପୁଳ କ୍ଷତିହେବା ସହିତ ଖଣି ଅଞ୍ଚଳରେ ଟ୍ରକ ମାଲିକମାନେ ଭଡ଼ା ନ ପାଇ ହାତବାନ୍ଧି ବସିଛନ୍ତି। ସେହିପରି କାରଖାନାଗୁଡ଼ିକ କ୍ରମଶଃ ବନ୍ଦ ହେବାକୁ ଲାଗିଲାଣି। ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ କଳିଙ୍ଗନଗର ଇଣ୍ଡଷ୍ଟ୍ରିଜ ଆସୋସିଏଶନ ଓ ଆସୋଚାମ ଖଣି ନିଗମର ବାରମ୍ବାର ଦୃଷ୍ଟି ଆକର୍ଷଣ କଲାପରେ ମଧ୍ୟ କିଛି ସୁଫଳ ମିଳୁନଥିବାରୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଭବିଷ୍ୟତ ଅସ୍ପଷ୍ଟ ମନେହେଉଛି ବୋଲି ଅଭିଯୋଗ ହୋଇଛି। ଆସନ୍ତା ୨୧ା୬ା୨୦୨୨ରେ ଖଣି ନିଗମ ଦ୍ୱାରା ଆହୂତ ହେବାକୁ ଥିବା ଲୁହାପଥର ନିଲାମ ପ୍ରକ୍ରିୟା ପୂର୍ବରୁ ଶୁକ୍ରବାର ଏହି ମାମଲା ଉପରେ ଆଲୋଚନା ପାଇଁ ଖଣି ନିଗମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା ପାଇଁ ଧାର୍ଯ୍ୟ ହୋଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri