Posted inଜାତୀୟ

ଭାରତୀୟ ପ୍ରକଳ୍ପରେ ସିନ୍ଧୁ ଜଳ ଚୁକ୍ତି ପାଳନ କରାଯାଉଛି, ପାକିସ୍ତାନକୁ ଭାରତର ଉତ୍ତର…

ନୂଆଦିଲ୍ଲୀ, ୧।୬ : ସ୍ଥାୟୀ ସିନ୍ଧୁ ଆୟୋଗର ଦୁଇ ଦିନିଆ ବୈଠକର ଶେଷ ଦିନରେ ଭାରତ ସ୍ପଷ୍ଟ ଭାବରେ ପାକିସ୍ତାନକୁ କହିଛି ଯେ ଏହାର ପ୍ରକଳ୍ପରେ ସିନ୍ଦୁ ଜଳ ଚୁକ୍ତି ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଉଛି। ଭାରତ ଏହି ସମସ୍ୟାର ଦ୍ୱିପାକ୍ଷିକ ସମାଧାନ ପାଇଁ ପ୍ରତିବଦ୍ଧ।

ଦିଲ୍ଲୀରେ ଅନୁଷ୍ଠିତ ସ୍ଥାୟୀ ସିନ୍ଧୁ ଆୟୋଗର ୧୧୮ ତମ ବୈଠକରେ ପାକିସ୍ତାନର ପରାମର୍ଶ ଉପରେ ଭାରତ ଏଭଳି କହିଛି। ସୂତ୍ରରୁ ପ୍ରକାଶ ଯେ ବନ୍ୟା ସମୟରେ ଅଧିକ ଜଳ ଛାଡିବା ବିଷୟରେ ପୂର୍ବ ସୂଚନା ପାଇଁ ପାକିସ୍ତାନ କହିଥିଲା। ପାକିସ୍ତାନର ଅନୁରୋଧ ଉପରେ ଭାରତ ସ୍ପଷ୍ଟ ସୂଚନା ଦେଇଛି ଯେ ଏଭଳି ସବୁବେଳେ କରାଯାଉଛି। ବନ୍ୟା ଜଳ ଛଡ଼ା ଯିବା ପୂର୍ବରୁ ପୂର୍ବ ସୂଚନା ପ୍ରଦାନ କରାଯାଉଛି।

ଏହି ବୈଠକରେ ନିର୍ଦ୍ଧିଷ୍ଟ ଉପାୟରେ ଜଳ ବଣ୍ଟନ ସହ ଜଡିତ ବିବାଦର ସମାଧାନ ପାଇଁ ଉଭୟ ଦେଶ ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନାରେ ଉଭୟ ପକ୍ଷ ଜଳ ବାଣ୍ଟିବା ନେଇ ବ୍ୟାପକ ଆଲୋଚନା କରିଥିଲେ। ନୂଆଦିଲ୍ଲୀରେ ଆୟୋଗର ଦୁଇ ଦିନିଆ ବୈଠକ ଶେଷ ହେବା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୨୦୨୨ ମାର୍ଚ୍ଚ ୩୧ ଶେଷ ହୋଇଥିବା ବର୍ଷ ପାଇଁ ସ୍ଥାୟୀ ଆୟୋଗର ବାର୍ଷିକ ରିପୋର୍ଟ ଚୂଡ଼ାନ୍ତ ହୋଇଛି ଏବଂ ଆଲୋଚନା ସମୟରେ ଉଭୟ ପକ୍ଷଙ୍କ ଦ୍ୱାରା ଦସ୍ତଖତ କରାଯାଇଛି।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏହି ବୈଠକ ଏକ ଆନ୍ତରିକ ପରିବେଶରେ ଅନୁଷ୍ଠିତ ହୋଇଥିଲା ଏବଂ ସ୍ଥାୟୀ ଆୟୋଗ ଉଭୟ ଦଳର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଆୟୋଗର ପରବର୍ତ୍ତୀ ବୈଠକ ପାକିସ୍ତାନରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ତାରିଖ ଉଭୟ ପକ୍ଷଙ୍କ ସହମତିରେ ସ୍ଥିର ହେବ। ଏହି ଆଲୋଚନାରେ ଭାରତୀୟ ସିନ୍ଧୁ ଜଳ କମିଶନର ଏ.କେ ପାଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଯୋଗଦେଇଥିବାବେଳେ ପାକିସ୍ତାନୀ ଦଳର ନେତୃତ୍ୱ ସୟଦ ମହମ୍ମଦ ମେହେର ଅଲି ଶାହ ନେଇଥିଲେ। ଏହି ଆଲୋଚନାରେ ଭାଗ ନେବାକୁ ପାକିସ୍ତାନର ଏକ ୬ ଜଣିଆ ଦଳ ଭାରତ ଆସିଥିଲେ।

ସୂତ୍ରରୁ ପ୍ରକାଶ ଯେ କଶ୍ମୀରର ପଶ୍ଚିମରେ ପ୍ରବାହିତ ନଦୀଗୁଡ଼ିକ ଉପରେ ଭାରତ ଦ୍ୱାରା ନିର୍ମିତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଉପରେ ପାକିସ୍ତାନୀ ପକ୍ଷ ଆପତ୍ତି ଉଠାଥିଲେ। ଏ ସମ୍ପର୍କରେ ଭାରତର ଜବାବ ଲୋଡାଯାଇଛି। ୧୦୦୦ ମେଗାୱାଟ ପାକାଲ ଢୁଲ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ବହିର୍ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ଆଗାମୀ ବର୍ଷା ଋତୁରେ ପାକିସ୍ତାନୀ ଦଳକୁ ପରିଦର୍ଶନ ଏବଂ ତଦାରଖ କରିବାର ସୁଯୋଗ ଦେବାକୁ ଭାରତ ରାଜି ହୋଇଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ନଅ ବର୍ଷର ଆଲୋଚନା ପରେ ୧୯୬୦ରେ ସିନ୍ଧୁ ଜଳ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏଥିରେ କଶ୍ମୀରର ପୂର୍ବରେ ଥିବା ସତଲେଜ, ବ୍ୟାସ ଏବଂ ରାବିରୁ ୩୩ ମିଲିୟନ ଏକର ଫୁଟର ଜଳ ଭାରତକୁ ଏବଂ ପାକିସ୍ତାନକୁ ପଶ୍ଚିମରେ ପ୍ରବାହିତ ସିନ୍ଧୁ, ଝେଲମ୍‌, ଚେନାବ୍‌ ନଦୀର ୧୩୫ ମିଲିୟନ ଏକର ଫୁଟ ଜଳ ପ୍ରଦାନ କରିବାକୁ ସହମତି ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ

ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ…

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?