ଇନ୍ଦ୍ରାବତୀ କେନାଲରେ ଘାଇ: ଲୋକଙ୍କ ଘରେ ପଶିଲା ପାଣି

ଭବାନୀପାଟଣା,୪।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଦେପୁର ଠାରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ରବିବାର ବିଳମ୍ବିତ ରାତିରେ ପ୍ରାୟ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଯାହାଫଳରେ କେନାଲରୁ ପାଣି ନିଷ୍କାସନ ହୋଇ ସ୍ଥାନୀୟ ଅଞ୍ଚଳ ଜଳମଗ୍ନ ହେଇଛି। ସେହିପରି ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶିବା ସହ ଲୋକଙ୍କ ଘରେ ମଧ୍ୟ ପାଣି ପଶିଥିବା ସୂଚନା ମିଳିଛି । ମିକିଥିବା ସୂଚନା ଅନୁସାରେ, ଗତ ଜାନୁୟାରୀ ୮ ତାରିଖରେ ରବି ଫସଲ ପାଇଁ ଉଭୟ ବାମ, ଦକ୍ଷିଣ ଓ ଲିଫ୍ଟ କେନାଲରେ ପାଣି ଛଡା ଯାଇଥିଲା। ହେଲେ ଏହାର କିଛି ଦିନ ଭିତରେ ଦକ୍ଷିଣ କେନାଲରେ ଘାଇ ସୃଷ୍ଟି ହୋଇଛି। ଖବରପାଇ ଘଟଣା ସ୍ଥଳରେ କଲମପୁର ବ୍ଲକ ତହସିଲଦାର, ବିଡ଼ିଓ, ବିଭାଗୀୟ ଅଧିକାରୀ ପହଞ୍ଚି ତଦାରଖ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା...

କେନ୍ଦ୍ରାପଡ଼ା କେନାଲ ବନ୍ଧରେ ୧୨ଫୁଟର ଘାଇ

ଡେରାବିଶ,୯ା୫(ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ଶାଖାର ୮ ନଂ. କେନାଲ ବନ୍ଧରେ ମଙ୍ଗଳବାର ସନ୍ଧ୍ୟାରେ ୧୨ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଫଳରେ କେନ୍ଦ୍ରାପଡ଼ା ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri