Posted inଜାତୀୟ

ଶୀନା ବୋରା ଜୀବିତ ଦାବି କଲେ ଇନ୍ଦ୍ରାଣୀ

ନୂଆଦିଲ୍ଲୀ,୧୬।୧୨: ବହୁ ଚର୍ଚ୍ଚିତ ଶୀନା ବୋରା ମର୍ଡର ମିଷ୍ଟ୍ରିରେ ଏକ ରୋମାଞ୍ଚକର ମୋଡ଼ ଆସିଛି। ୨୦୧୨ ଏହି ଘଟଣାରେ ଚାଞ୍ଚଲ୍ୟକର କଥା କହିଛନ୍ତି ମୁଖ୍ୟ ଅଭିଯୁକ୍ତ ତଥା ଶୀନାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ। ୨୦୧୫ରୁ ଜେଲରେ ବନ୍ଦୀ ଥିବା ପୂର୍ବତନ ମିଡିଆ ଏକ୍‌ଜିକ୍ୟୁଟିଭ୍‌ ଇନ୍ଦ୍ରାଣୀ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଶୀନା ଜୀବିତ ଥିବା ଏବଂ ଏବେ କଶ୍ମୀରରେ ରହିଥିବା ଇନ୍ଦ୍ରାଣୀ ଦାବି କରି ତାଙ୍କୁ ଖୋଜିବାକୁ ଅନୁରୋଧ କରିଛନ୍ତି। ଜେଲରେ ଥିବା ଅନ୍ୟଜଣେ ମହିଳା ଶୀନା ବୋରାଙ୍କୁ କଶ୍ମୀରରେ ଦେଖିଥିବା ଇନ୍ଦ୍ରାଣୀଙ୍କୁ କହିଥିବା ଜଣାପଡ଼ିଛି। ମୁମ୍ବାଇର ବାୟକୁଲା ଜେଲରୁ ଇନ୍ଦ୍ରାଣୀ ସିବିଆଇକୁ ଏହି ଚିଠି ପଠାଇଥିବା ତାଙ୍କ ଓକିଲ ସାନା ରନିଜ୍‌ ଖାନ୍‌ ସ୍ପଷ୍ଟ କରିଛନ୍ତି।

ସିବିଆଇ ଅଧିକାରୀମାନେ ଏହି ବିବାଦୀୟ ଚିଠି ଉପରେ କୌଣସି ପ୍ରତିକ୍ରିୟା ରଖିବାରୁ ଦୂରରେ ରହିଛନ୍ତି। ଫରେନ୍ସିକ ରିପୋର୍ଟରେ ଜବତ କଙ୍କାଳ ଶୀନା ବୋରାଙ୍କର ଥିଲା ବୋଲି ପୂର୍ବରୁ ସ୍ପଷ୍ଟ ହୋଇସାରିଛି। ଏମ୍ସର ଫରେନ୍ସିକ ଡିପାର୍ଟମେଣ୍ଟ ସେହି କଙ୍କାଳ ଶୀନାଙ୍କର ବୋଲି ମେଡିକାଲ ରିପୋର୍ଟରେ ଦର୍ଶାଇଥିବା ସିବିଆଇ ପୂର୍ବରୁ ଏହାର ଚାର୍ଜଶିଟ୍‌ରେ ଉଲ୍ଲେଖ କରିଥିଲା। ୨୪ ବର୍ଷୀୟା ଶୀନାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ବିଶେଷଜ୍ଞ ଟିମ୍‌ ମଧ୍ୟ ସ୍ପଷ୍ଟ କରିଥିଲେ। ଏ ସବୁ ପରେ ଶୀନାଙ୍କୁ ହତ୍ୟା କରାଯାଇଥିବା ସିବିଆଇ ନିଷ୍କର୍ସରେ ପହଞ୍ଚିଥିଲା। ତେଣୁ ଇନ୍ଦ୍ରାଣୀଙ୍କ ସଦ୍ୟ ଦାବି ଉପରେ ପୋଲିସ କିପରି ତଦନ୍ତ କରିବ ତାହା ଉପରେ ସଭିଙ୍କ ନଜର ରହିଛି।

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ମୁତାବକ, ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ପୂର୍ବ ସ୍ବାମୀ ସଞ୍ଜୀବ ଖାନ୍ନାଙ୍କ ଝିଅ ଶୀନା ବୋରାଙ୍କୁ ୨୦୧୨ରେ ହତ୍ୟା କରାଯାଇଥିଲା। ଏଥିରେ ଇନ୍ଦ୍ରାଣୀ, ସଞ୍ଜୀବଙ୍କ ସମେତ ଇନ୍ଦ୍ରାଣୀଙ୍କ ଦ୍ୱିତୀୟ ସ୍ବାମୀ ପିଟର ମୁଖାର୍ଜୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଇନ୍ଦ୍ରାଣୀଙ୍କ ଡ୍ରାଇଭର ଶ୍ୟାମବର ରାଏଙ୍କୁ ମୁମ୍ବାଇ ପୋଲିସ ୨୦୧୫ରେ ଏକ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ପଚରାଉଚରା ବେଳେ ସେ ଶୀନା ବୋରାଙ୍କ ହତ୍ୟାକାଣ୍ଡର ସାକ୍ଷୀ ବୋଲି ବୟାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri