ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ବ୍ଲାକ ବକ୍ସ

ଜାକର୍ତ୍ତା,୧୦।୧- ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଇଣ୍ଡୋନେସିଆ ବିମାନର ବ୍ଲାକବକ୍ସ ରବିବାର ଠାବ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନରୁ ଦୁଇଟି ବ୍ଲାକ୍‌ ବକ୍ସର ସ୍ଥାନ ମିଳିସାରିଥିବା ଅଧିକାରୀମାନେ କହିଛନ୍ତି। ବ୍ଲାକ ବକ୍ସରେ ରେକର୍ଡ ହୋଇଥିବା ବିମାନର କକ୍‌ପିଟ୍‌ ଭିତରେ ପାଇଲଟ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଓ ପ୍ଲାଇଟ୍‌ର ଡାଟା ରେକର୍ଡରୁ ଦୁର୍ଘଟଣାର କାରଣ ଜଣାପଡ଼ିବ।

ଉଦ୍ଧାର କାର୍ଯ୍ୟରେ ନିଯୁକ୍ତ ଟିମ୍‌କୁ ଲାକି ଦ୍ୱୀପ ନିକଟ ଜଳରୁ ବିମାନ ଯାତ୍ରୀଙ୍କ ଶରୀର ଓ ବିମାନର ଧ୍ୱଂସାବଶେଷ ମିଳିଛି। ଉଭୟ ବ୍ଲାକ ବକ୍ସର ସ୍ଥାନ ପାଇସାରିଛୁ। ତାକୁ ଡାଇଭର୍ସମାନେ ଏବେ ଖୋଜୁଛନ୍ତି ବୋଲି ଇଣ୍ଡୋନେସିଆ ପରିବାହନ ସୁରକ୍ଷା ଏଜେନ୍ସିର ମୁଖ୍ୟ ସୋରଜାଣ୍ଟୋ ଜାଜାଣ୍ଟୋ କହିଛନ୍ତି। ଉଲ୍ଲେଖଥାଉ କି, ୫୬ ଯାତ୍ରୀଙ୍କ ସମେତ ୬୨ ଜଣଙ୍କୁ ନେଇ ଯାଉଥିବା ଶ୍ରୀଓ୍ବିଜ ଏୟାର ପାସେଞ୍ଜର ଜେଟ୍‌ ଉଡାଣର ୪ ମିନିଟ୍‌ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭଳି ଭାଇରସ୍‌ ରାଫେଲଙ୍କ ଜୀବନ ନେଇଥିଲା

ନୂଆଦିଲ୍ଲୀ,୨୦ା୭: ୫୦୦ ବର୍ଷ ତଳେ ଇଟାଲୀରେ ଶିଳ୍ପକଳାର ଉଚ୍ଚ ପୁନର୍ଜାଗରଣ (ହାଇ ରେନେସଁ। ) ସମୟ ଚାଲିଥିଲା। ୧୪୯୫ରୁ ୧୫୨୦ ମଧ୍ୟରେ ଯେଉଁ ତିନିଜଣ ମହାନ...

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମା’

ଲାହୋର,୨୨।୧୧-ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମା’ ବେଗମ ଶମୀମ ଅଖତରଙ୍କ ରବିବାର ପରଲୋକ ହୋଇଯାଇଛି। ଲଣ୍ଡନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ...

ନିର୍ବାଚନ ଫଳାଫଳ ବଦଳାଇବାକୁ ଅଧିକାରୀଙ୍କ ଉପରେ ଚାପ ପକାଉଥିଲେ ଟ୍ରମ୍ପ: ଅଡିଓ ଭାଇରାଲ!

ୱାଶିଂଟନ,୪ ।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନକୁ ବହୁମତ ମିଳିଛି । ଜାନୁୟାରୀ ୨୦ରେ ସେ ଶାସନ କ୍ଷମତା ଗ୍ରହଣ କରିବେ । ଏହାପରେ...

ବଳାତ୍କାରୀଙ୍କୁ ଆଉ କ୍ଷମା ନାହିଁ: କରି ଦିଆଯିବ ନପୁଂସକ

ଇସଲାମାବାଦ୍‌,୧୬।୧୨: ବଳାତ୍କାରୀଙ୍କୁ ଏବେ ପାକିସ୍ତାନରେ ଆଉ କ୍ଷମା ଦିଆଯିବ ନାହିଁ। ଦୋଷୀଙ୍କୁ ନପୁଂସକ କରି ଦିଆଯିବ। ଏନେଇ ଏକ କ୍ୟାବିନେଟ୍‌ ପ୍ରସ୍ତାବକୁ ରାଷ୍ଟ୍ରପତି ଆରଫ୍‌ ଆଲଭି...

ଗ୍ରେଟାଙ୍କ ନାମରେ ନୂଆ ପ୍ରଜାତି ଗେଣ୍ଡାର ହେଲା ନାମକରଣ

ବନ୍ଦର ସେରି ବେଗାଓ୍ବନ,୨୨।୨: ବ୍ରୁନେଇରେ ଗବେଷକ ଗେଣ୍ଡାର ଏକ ନୂଆ ପ୍ରଜାତି ସମ୍ପର୍କରେ ସନ୍ଧାନ ପାଇଛନ୍ତି। ଏହି ଗେଣ୍ଡା ପ୍ରଜାତିର ନାମକରଣ ପରିବେଶବିତ୍‌ ଗ୍ରେଟା ଥନବର୍ଗଙ୍କ...

ପ୍ରଥମ ଲକ୍‌ଡାଉନ୍‌କୁ ପୂରିଲା ବର୍ଷେ

ଉହାନ,୨୪।୧: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସେଠାରେ ୨୦୨୦ ଜାନୁୟାରୀ ୨୩ ତାରିଖରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା।...

ସୀମା ଲଂଘିଲା ଇରାନ

ତେହେରାନ୍‌,୩ା୭: ୟୁରାନିୟମ୍‌ ଉତ୍ପାଦନ କ୍ଷେତ୍ରରେ ସୀମା ଲଂଘିଛି ଇରାନ। ୨୦୧୫ରେ ବିଶ୍ୱ ଶକ୍ତିଗୁଡ଼ିକ ସହ ଚୁକ୍ତି ଅନୁସାରେ ନିର୍ଦ୍ଧାରିତ ପରିମାଣ ୩୦୦ କେ.ଜି.ଠାରୁ ଅଧିକ ୟୁରାନିୟମ୍‌...

ଏସିଆର ମହଙ୍ଗା ଛାଡ଼ପତ୍ର: ରାତାରାତି କୋଟିପତି ପାଲଟିଲେ ମହିଳା

ବେଜିଂ, ୨।୬: ଏସିଆର ଏକ ମହଙ୍ଗା ଛାଡ଼ପତ୍ରରେ ଜଣେ ମହିଳା ରାତାରାତି କୋଟିପତି ପାଲଟି ଯାଇଛନ୍ତି। ଚାଇନା ଶେଜ୍ନେନର କାଙ୍ଗଟଇ ବାୟୋଲୋଜିକାଲ ପ୍ରଡକ୍ଟର ଅଧ୍ୟକ୍ଷ ଡ୍ୟୁ...

BGU
Play 250+ Trending Games
Archives

Model This Week

Why Dharitri