ବ୍ୟକ୍ତିତ୍ୱ, ଦଳ, ଅସନ୍ତୁଷ୍ଟକୁ ନେଇ ଅଙ୍କକଷା

ଜଗତ୍‌ସିଂହପୁର ଅଫିସ,୧୧ା୨: ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ୪ନଂ. ଜିଲା ପରିଷଦ ଜୋନର ଗୁରୁତ୍ୱ ରହିଛି। କାରଣ ଏହି ଜୋନର ଜିଲା ପରିଷଦ ସଭ୍ୟା ବବିତା ସ୍ବାଇଁ ବାଲିକୁଦା ବ୍ଲକ ଉପାଧ୍ୟକ୍ଷ ଓ ପରେ ଅଧ୍ୟକ୍ଷ ହୋଇଥିଲେ। ଏଥିସହ ରାଜ୍ୟ ବିଜୁ ମହିଳା ଜନତା ଦଳ ଉପସଭାପତି ମଧ୍ୟ ହୋଇଛନ୍ତି। ସେହିପରି ରାଖଲ ଦାସ କୁସୁପୁର ପଞ୍ଚାୟତ ସମିତିସଭ୍ୟ ସାଙ୍ଗକୁ ବାଲିକୁଦା ବ୍ଲକ ଉପାଧ୍ୟକ୍ଷ ଥିଲେ। ବବିତା ଓ ରାଖଲ ଏଥର ଜିଲା ପରିଷଦ ସଭ୍ୟ ପଦବୀ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ତାହା ଫସର ଫାଟି ଯାଇଥିଲା। ଅନ୍ୟପକ୍ଷେ ଗତ ନିର୍ବାଚନରେ ବିଜେଡି ଦଖଲରେ ଜୋନ ଥିଲେ ସୁଦ୍ଧା ଏବେ ଚିତ୍ର ବଦଳିଯାଇଛି। ଭାଜପାର ସଙ୍ଗଠନ ସେଭଳି ନ ଥିଲେ ସୁଦ୍ଧା ଦଳୀୟ ପ୍ରାର୍ଥୀଙ୍କ ଲୋକ ସମ୍ପର୍କ ବିଜେଡି ଓ କଂଗ୍ରେସର ଚିନ୍ତା ବଢାଇ ଦେଇଛି। ଏଥର ଜୋନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଥିବା ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି।
ବାଲିକୁଦା ୪ନଂ. ଜୋନଟି ଗତଥର ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ଏଥର ଅଣସଂରକ୍ଷିତ କରାଯାଇଛି। ଏହି ଜୋନ ଅନନ୍ତପୁର, ଅପଣ୍ଡରା, ଓଷକଣା, କୁସୁପୁର, ଖାଲଗଁା, ନହରଣା, ବରମୁଣ୍ଡଳୀ ଓ ମରିଚପୁର ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନର ଭୋଟର ସଂଖ୍ୟା ୩୫,୫୧୫ ଥିଲା। କିନ୍ତୁ ଏଥର ଅଧିକ ୧,୭୦୫ ଜଣ ଯୋଡି ହୋଇଛନ୍ତି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଏହି ଜୋନରୁ ବିଜେଡି ପ୍ରାର୍ଥୀ ବବିତା ସ୍ବାଇଁଙ୍କୁ ୧୪,୪୧୩ ଖଣ୍ଡ, ଅର୍ଥାତ୍‌ ମୋଟ ମତଦାନର ୪୦.୫୮% ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଚିନ୍ମୟୀ ସେଠୀଙ୍କ ସପକ୍ଷରେ ୮,୯୬୦ ଖଣ୍ଡ, ଅର୍ଥାତ୍‌ ୨୫.୨୨% ଭୋଟ ଯାଇଥିଲା। ଭାଜପାର ଜ୍ୟୋତ୍ସ୍ନାରାଣୀ ନାୟକଙ୍କୁ ୫,୧୯୪ ଖଣ୍ଡ, ଅର୍ଥାତ୍‌ ୧୪.୬୨% ଭୋଟ ମିଳିଥିଲା। ଉକ୍ତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସେଠୀଙ୍କଠାରୁ ବିଜେଡିର ସ୍ବାଇଁ ଅଧିକ ୫,୪୫୩ ଖଣ୍ଡ ଭୋଟ ପାଇ ଜିତିଥିଲେ। ଆସନ୍ତା ୧୬ ତାରିଖ ଉକ୍ତ ଜୋନରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥର ବିଜେଡିରୁ ତଟିନା ସ୍ବାଇଁ, କଂଗ୍ରେସରୁ ନୃସିଂହ ଚରଣ ଦାସ, ଭାଜପାରୁ ଡ. ଶଶାଙ୍କ ଶେଖର ସାହାଣୀ, ସ୍ବାଧୀନରୁ ରମେଶ ଚନ୍ଦ୍ର ପାଇଟାଳ ଓ ବୀରବର ଦଳାଇ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ଲଢେଇ ହେବ। ସ୍ବାଧୀନ ପ୍ରାର୍ଥୀ ପାଇଟାଳ ମଧ୍ୟ ଏହି ନିର୍ବାଚନରେ କେତେକାଂଶରେ ପ୍ରଭାବ ପକାଇ ପାରନ୍ତି। କାରଣ ସେ ଗତ ନିର୍ବାଚନରେ ବିଜେଡି ସମର୍ଥନରେ ଅନନ୍ତପୁର ସରପଞ୍ଚ ହୋଇଥିଲେ। ଏଥର ସେ ବିଜେଡିରୁ ଜିଲା ପରିଷଦ ସଭ୍ୟ ପଦ ପାଇଁ ପ୍ରାର୍ଥୀ ହେବେ ବୋଲି ଆଶା ରଖିଥିଲେ। ଦଳ ତାଙ୍କୁ ନିରାଶ କରିବାରୁ ସେ ବାଧ୍ୟ ହୋଇ ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେହିପରି ଆଇନଜୀବୀ ଯୁଗଳ ମହାନ୍ତି ଏଥର ଜୋନରୁ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ତାଙ୍କ ବାପା ମହେଶ୍ୱର ମହାନ୍ତି ସେ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ମହେଶ୍ୱର ବରମୁଣ୍ଡଳୀ ପଞ୍ଚାୟତ ସରପଞ୍ଚ ଥିଲେ। ଶେଷରେ ଯୁଗଳଙ୍କୁ ଉପେକ୍ଷା କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା। ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ଦଳୀୟ ପ୍ରାର୍ଥୀ ସମ୍ପର୍କରେ କହିଛନ୍ତି, ଦାସ ଅପଣ୍ଡରା ପଞ୍ଚାୟତ ସରପଞ୍ଚ ଥିଲେ। ସେ ୩ ଥର ସମବାୟ ସେବା ସମିତି ସଭାପତି ଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ଲୋକପ୍ରିୟ ନେତା ଭାବେ ପରିଚିତ। ତେଣୁ ଜନମତ କଂଗ୍ରେସ ସପକ୍ଷରେ ଯିବ। ବିଜେଡି ଜିଲା ପରିଷଦ ପ୍ରାର୍ଥୀ ପୂର୍ବରୁ କଂଗ୍ରେସରେ ଥିଲେ। ସେ ୨୦୧୨-୧୭ ପର୍ଯ୍ୟନ୍ତ କଂଗ୍ରେସ ସମର୍ଥନରେ ବରମୁଣ୍ଡଳୀ ପଞ୍ଚାୟତ ସରପଞ୍ଚ ଥିଲେ। ୨୦୧୭ ନିର୍ବାଚନରେ ମଧ୍ୟ ଏହି ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀ ହୋଇ ଜିତିଥିଲେ। ନିକଟରେ କଂଗ୍ରେସ ଛାଡି ବିଜେଡିରୁ ଜିଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ଏହାଦ୍ୱାରା କଂଗ୍ରେସର କୌଣସି କ୍ଷତି ହେବନାହିଁ ବୋଲି ମହାପାତ୍ର କହିଛନ୍ତି। ବିଜେଡି ପ୍ରାର୍ଥୀ ସ୍ବାଇଁ କହିଛନ୍ତି, ରାଜ୍ୟ ସରକାରଙ୍କ ସ୍ବଚ୍ଛ ଶାସନ ଯୋଗୁ ଲୋକେ ଶଙ୍ଖ ଚିହ୍ନକୁ ଭୋଟ ଦେବେ। ଯେହେତୁ ବରମୁଣ୍ଡଳୀ ପଞ୍ଚାୟତରୁ ସେ ନିକଟରେ ୨ ଥର ଲୋକ ପ୍ରତିନିଧି ହୋଇ ପାରିଛନ୍ତି। ତେଣୁ ଏଥର ଜିଲା ପରିଷଦ ପ୍ରାର୍ଥୀ ହିସାବରେ ଅଧିକ ସମର୍ଥନ ପାଇବେ। ବିଶେଷ କରି କୁସୁପୁର ଏବଂ ଓଷକଣା ପଞ୍ଚାୟତରୁ ଅଧିକ ଭୋଟ ପାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଭାଜପା ପ୍ରାର୍ଥୀ ଡ.ସାହାଣୀ କହିଛନ୍ତି ସେ ଜଣେ ଡାକ୍ତର ହୋଇଥିଲେ ସୁଦ୍ଧା ଅଞ୍ଚଳରେ ଲୋକଙ୍କ ସାଙ୍ଗରେ ରହିଛନ୍ତି। ତଳମାଳ ବିକାଶ ପରିଷଦର ସଭାପତି ଭାବେ ବିଭିନ୍ନ ସମୟରେ ସ୍ଥାନୀୟ ସମସ୍ୟାକୁ ନେଇ ଆନ୍ଦୋଳନ କରିଛନ୍ତି। ଜୋନ ଅନ୍ତର୍ଗତ ନହରଣା, ମରୀଚପୁର, ଅପଣ୍ଡରା, ଓଷକଣା ଓ ବରମୁଣ୍ଡଳୀରୁ ଅଧିକ ଜନମତ ଆସିବ ବୋଲି ସାହାଣୀ କହିଛନ୍ତି। ଆଗକୁ ଦେଖିବାର ଅଛି ସମୀକରଣ ମୋଡ କେଉଁ ଆଡ଼କୁ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri