Odisha Elections 2024
Posted inଜାତୀୟ

ବାୟୁସେନାରେ ସ୍ବଦେଶୀ ହେଲିକପ୍ଟର ଏଲସିଏଚ…

ଯୋଧପୁର,୩।୧୦ : ବାୟୁସେନାରେ ଆନୁଷ୍ଠାନିକ ଭାବରେ ବିକଶିତ ଲାଇଟ କମ୍ବାଟ ହେଲିକପ୍ଟର (ଏଲସିଏଚ)କୁ ସୋମବାର ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀଙ୍କ ଉପସ୍ଥିତିରେ ଯୋଧପୁରର ବାୟୁସେନା ଷ୍ଟେଶନରେ ଆୟୋଜିତ ହୋଇ ଥିବା କାର୍ଯ୍ୟକ୍ରମରେ ଏଲସିଏଚ ବାୟୁସେନାରେ ସାମିଲ ହୋଇଛି।

ଏହା ବାୟୁସେନାର ଶକ୍ତିକୁ ଆହୁରି ବୃଦ୍ଧି କରିବ। ଏହି ବହୁମୁଖୀ ହେଲିକପ୍ଟର ଏକାଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିବାରେ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାରେ ସକ୍ଷମ। ସାର୍ବଜନୀନ କ୍ଷେତ୍ରର କାର୍ଯ୍ୟ କରୁଥିବା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ଦ୍ୱାରା ଏହା ବିକଶିତ ହୋଇଛି। ଏହାକୁ ମୁଖ୍ୟତଃ ଉଚ୍ଚ ଉଚ୍ଚତା ଅଞ୍ଚଳରେ ନିୟୋଜିତ ହେବା ପାଇଁ ପରିକଳ୍ପନା କରାଯାଇଛି। ୫.୮ ଟନ ଓଜନ ବିଶିଷ୍ଟ ଏହି ହେଲିକପ୍ଟରରେ ଦୁଇଟି ଇଞ୍ଜିନ ରହିଛି। ପୂର୍ବରୁ ବହୁ ଅସ୍ତ୍ରଶସ୍ତ୍ର ଏହା ମାଧ୍ୟମରେ ବ୍ୟବହାର କରାଯାଇସାରିଛି।

ଚଳିତ ବର୍ଷ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ କମିଟି (ସିସିଏସ) ୩,୮୮୭ କୋଟି ଟଙ୍କାରେ ୧୫ଟି ସ୍ବଦେଶୀ ଏଲସିଏଚ କ୍ରୟକୁ ଅନୁମୋଦନ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ହେଲିକପ୍ଟର ମଧ୍ୟରୁ ୧୦ ଟି ବାୟୁସେନା ଏବଂ ପାଞ୍ଚଟି ସ୍ଥଳସେନା ପାଇଁ କାର୍ଯ୍ୟକରିବ। ଅଧିକାରୀ କହିଛନ୍ତି ଯେଏହା ଆଡଭାନ୍ସ ଲାଇଟ ହେଲିକପ୍ଟର ଧ୍ରୁବ ସହ ସମାନ।

ଏହାର ଷ୍ଟିଲଥ୍‌ ବୈଶିଷ୍ଟ୍ୟ, ବିକଶିତ ସୁରକ୍ଷା ବ୍ୟବସ୍ଥା, ରାତ୍ରି କାଳୀନ ଆକ୍ରମଣ ଏବଂ ଜରୁରୀକାଳୀନ ଅବତରଣ କ୍ଷମତା ରହିଛି। ହାଲୁକା ହୋଇଥିବାରୁ ଏହା କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ ଉଚ୍ଚ ଉଚ୍ଚତା ଅଞ୍ଚଳରେ ଆରାମରେ କାର୍ଯ୍ୟ କରିପାରିବାକୁ ସକ୍ଷମ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ଏହି ହେଲିକପ୍ଟରଗୁଡିକରେ ୪୫ ପ୍ରତିଶତ ସ୍ବଦେଶୀ ଉପକରଣ ବ୍ୟବହୃତ ହୋଇଛି। ଯାହା ପରବର୍ତ୍ତୀ ସଂସ୍କରଣରେ ୫୫ ପ୍ରତିଶତକୁ ବୃଦ୍ଧି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

ମୋଦି କେବେ ଓ କାହିଁକି ଚୁପ ହୋଇ ଯାଆନ୍ତି, ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୦।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଭାଜପାକୁ ସୁଯୋଗ ଦିଅନ୍ତୁ। ଏହି ସମୟ ମଧ୍ୟରେ ସେ ଲୋକମାନଙ୍କୁ...

ଯେ କୌଣସି ସ୍ତରକୁ ଯାଇ ପାରନ୍ତି ମୋଦି: ସଞ୍ଜୟ ସିଂଙ୍କ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ,୨୦।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ନିବେଦନ କରିଛନ୍ତି। ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି,...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri