Posted inଖେଳ

ପ୍ରଥମ ଭାରତୀୟ ଭାବେ ଏମିତି ସମ୍ମାନ ପାଇଲେ ସ୍ମୃତିି

ନୂଆଦିଲ୍ଲୀ,୨୪।୧: ସମସ୍ତ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନା ୨୦୨୧ ମସିହା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ମନୋନୀତ ହୋଇଛନ୍ତି। ସେ ଇଂଲଣ୍ଡର ଟମସିନ୍‌ ବିମୋଣ୍ଟ, ଦକ୍ଷିଣ ଆଫ୍ରିକାର ଲିଜେଲ ଲି ଏବଂ ଆୟର୍ଲାଣ୍ଡର ଗାବି ଲୁଇସଙ୍କୁ ପଛରେ ପକାଇ ଏହି ସମ୍ମାନ ଜିତିଛନ୍ତି।
ମନ୍ଧନା ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି । ଏହାପୂର୍ବରୁ ସେ ୨୦୧୮ରେ ଶ୍ରେଷ୍ଠ ମହିଳା କ୍ରିକେଟର ତଥା ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର ପୁରସ୍କାର ଜିତିଥିଲେ। ଦୁଇଥର ଏହି ପୁରସ୍କାର ଜିତିଥିବା ମନ୍ଧାନା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳ। ଏହାପୂର୍ବରୁ ଝୁଲାନ ଗୋସ୍ବାମୀ (୨୦୦୭) କେବଳ ଥରେ ଏହି ପୁରସ୍କାର ଜିତିଛନ୍ତି। ଏଥି ସହିତ, ସାମଗ୍ରିକ ଭାବେ ମନ୍ଧାନା ହେଉଛନ୍ତି ଦ୍ୱିତୀୟ ମହିଳା କ୍ରିକେଟର। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଏଲିସ ପେରି ଦୁଇଥର (୨୦୧୭, ୨୦୧୯) ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ପୁରସ୍କାର ଜିତିଥିଲେ।

ଭାରତୀୟ ମହିଳା କ୍ରିକେଟ ଦଳର ଓପନର୍‌ ସ୍ମୃତି ଗତ ବର୍ଷ ହାରାହାରି ୩୮.୮୬ରେ ୨୨ଟି ଅନ୍ତର୍ଜାତୀୟ ମ୍ୟାଚରେ ୮୫୫ ରନ ସଂଗ୍ରହ କରିଥିଲେ। ସେ ଗତ ବର୍ଷ ୧ ଶତକ ଏବଂ ୫ ଅର୍ଦ୍ଧଶତକ ହାସଲ କରିଥିଲେ। ଗତ ବର୍ଷ ଭାରତୀୟ ଦଳ ପାଇଁ ଭଲ ବର୍ଷ ହୋଇ ନ ଥାଇପାରେ, କିନ୍ତୁ ସ୍ମୃତି ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରିଟାୟର୍ଡ ହର୍ଟ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଲିଟନ, ନଇମ ବଦଳ ଖେଳାଳିଭାବେ ମେହିଦି, ତାଇଜୁଲ ସାମିଲ

କୋଲକାତା,୨୩।୧୧(ପି.ଟି.)- ପ୍ରଥମ ଦିବାରାତ୍ର ଟେଷ୍ଟରେ ଦୁଇଟି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦୁଇ ବାଂଲାଦଶ ବ୍ୟାଟ୍ସମ୍ୟାନ ଲିଟନ ଦାସ ଓ ନଇମ ହାସନ ରିଟାୟାର୍ଡ ହର୍ଟ...

ମୋଦି ସରକାର ଥିବା ପର୍ଯ୍ୟନ୍ତ ହୋଇପାରିବ ନାହିଁ ଭାରତ-ପାକିସ୍ତାନ ସିରିଜ୍‌: କାହିଁକି ଏମିତି କହିଲେ ପାକିସ୍ତାନୀ କ୍ରିକେଟର୍‌

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଭାରତୀୟ କ୍ରିକେଟର୍‌ଙ୍କୁ ଖେଳିବାକୁ ସୁଯୋଗ ମିଳୁନାହିଁ। ଏହାକୁ ନେଇ ପାକିସ୍ତାନ କ୍ରିକେଟର୍‌ଙ୍କ ରାଗ ଦେଖିବାକୁ ମିଳୁଛି। ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ୍‌...

ଭାରତ ବିପକ୍ଷ ସିରିଜ ପାଇଁ ଟିମ୍‌ ଘୋଷଣା କଲା ଓ୍ବେଷ୍ଟଇଣ୍ଡିଜ୍‌; ୩ ଅଭିଜ୍ଞ ଖେଳାଳି ଫେରିଲେ

ପୋର୍ଟ ଅଫ ସ୍ପେନ,୨୭।୧: କ୍ରିକେଟ ୱେଷ୍ଟଇଣ୍ଡିଜ ପକ୍ଷରୁ ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି।...

ଜାତୀୟ ସବ୍‌ଜୁନିୟର ଟେନିସ କ୍ରିକେଟ: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)- ଜାତୀୟ ସବ୍‌ଜୁନିୟର ଟେନିସ କ୍ରିକେଟର ୪ର୍ଥ ସଂସ୍କରଣ ସୋମବାର ଉଜ୍ଜୟିନୀରେ ଉଦ୍‌ଯାପିତ ହୋଇଛି। ଏହାର ଫାଇନାଲରେ ଝାଡ଼ଖଣ୍ଡକୁ ୬୬ ରନରେ ହରାଇ...

ଆଇପିଏଲ ପୂର୍ବରୁ ଆରସିବିକୁ ଲାଗିଲା ବଡ଼ ଝଟ୍‌କା

ଚେନ୍ନାଇ, ୪ା୪- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଲାଗିଛି ବଡ଼ ଝଟ୍‌କା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆସନ୍ତା ୯ ତାରିଖରେ ଖେଳାଯିବାକୁ ଚଳିତ ଆଇପିଏଲର ଉଦ୍‌ଘାଟନୀ...

ସହାୟତାର ହାତ ବଢ଼ାଇଲେ ପନ୍ତ

ନୂଆଦିଲ୍ଲୀ, ୯ା୫ (ପି.ଟି.)- କୋଭିଡ୍‌ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛନ୍ତି ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ। ସଂକ୍ରମିତ ରୋଗୀଙ୍କୁ ଶଯ୍ୟା ସହ ଅକ୍ସିଜେନ...

ୟୁରୋପ ଗସ୍ତ: ଭାରତ- ବ୍ରିଟେନ ହକି ମ୍ୟାଚ୍‌ ଡ୍ର

ଆଣ୍ଟରେପ,୭।୩(ପି.ଟି.): ୟୁରୋପ ଗସ୍ତରେ ଯାଇଥିବା ଭାରତୀୟ ପୁରୁଷ ହକି ଦଳ ଶନିବାର ତା’ର ତୃତୀୟ ମ୍ୟାଚ୍‌ରେ ଗ୍ରେଟ୍‌ ବ୍ରିଟେନକୁ ଭେଟିଥିଲା। ଏହି ମ୍ୟାଚ୍‌ ୧-୧ ଗୋଲରେ...

ଫିଫା ସର୍ଭେ: ୭୦ ପ୍ରତିଶତ ମହିଳା କ୍ଲବ କ୍ଷତିରେ ଚାଲୁଛି

ଜେନେଭା,୨୮।୫(ଏପି): ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫାର ଏକ ସର୍ଭେ ବିଶ୍ୱ ମହିଳା ଫୁଟ୍‌ବଲର ସମସ୍ୟାକୁ ପଦାରେ ପକାଇଛି। ଅନ୍ତର୍ଜାତୀୟସ୍ତରର ୭୦ ପ୍ରତିଶତ ମହିଳା...

Advertisement
Archives

Model This Week