କାନ୍ସରେ ଭାରତର ଐତିହାସିକ ଶୋ’: ପାୟଲ କାପାଡିଆଙ୍କୁ ଗ୍ରାଣ୍ଡପ୍ରିକ୍ସ ପୁରସ୍କାର

ନୂଆଦିଲ୍ଲୀ,୨୭।୫: ୭୭ତମ କାନ୍ସ ଫିଲ୍ମ ସମାରୋହରେ ଭାରତର ପ୍ରଦର୍ଶନ ଅଭୂତପୂର୍ବ ରହିଛି, ଯେଉଁଥିରେ ୨ ଜଣ ଚଳଚ୍ଚିତ୍ର ନିର୍ମାତା, ଜଣେ ଅଭିନେତ୍ରୀ ଏବଂ ଜଣେ ସିନେମାଟୋଗ୍ରାଫର ବିଶ୍ୱର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବରେ ଶୀର୍ଷ ପୁରସ୍କାର ଜିତିଛନ୍ତି । ସମୃଦ୍ଧ ଫିଲ୍ମ ଉଦ୍ୟୋଗ ସହିତ ଏକ ବୃହତ୍ତମ ଚଳଚ୍ଚିତ୍ର ନିର୍ମାଣକାରୀ ରାଷ୍ଟ୍ର ଭାବରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନେ କାନ୍ସରେ ବହୁତ ପ୍ରଶଂସା ପାଇଛନ୍ତି ।

୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାୟଲ କପାଡିଆଙ୍କ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍‌’ ନାମକ ଏକ ଭାରତୀୟ ଚଳଚ୍ଚିତ୍ର, ଯାହା କି ଦୁଇ ଜଣ ନର୍ସଙ୍କ ଜୀବନ ଉପରେ ଆଧାରିତ, ତାହା ଉତ୍ସବର ସର୍ବୋଚ୍ଚ ପୁରସ୍କାର ପାଲମେ ଡି’ଅର୍ ପାଇଁ ମନୋନୀତ ହୋଇଥିଲା । ଏହି ବର୍ଗରେ ଦ୍ୱିତୀୟ ସ୍ଥାନରେ ଥିବା କାପାଡିଆଙ୍କ ଫିଲ୍ମ ଗ୍ରାଣ୍ଡ ପ୍ରିକ୍ସରେ ବିଜୟୀ ହୋଇଥିଲା । ଏହି ବିଜୟ ସହ ଏଫଟିଆଇଆଇର ପୂର୍ବତନ ଛାତ୍ରୀ ପାୟଲ କାପାଡିଆ ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି । ୩୦ ବର୍ଷ ତଳେ ଶାଜି ଏନ୍ କରୁଣଙ୍କ ‘ସ୍ୱାହମ’ ସର୍ବୋଚ୍ଚ ସମ୍ମାନ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏତେ ବର୍ଷ ପରେ କାପାଡିଆ ପୁରସ୍କୃତ ହୋଇଛନ୍ତି ।

ଭାରତ ଓ ଫ୍ରାନ୍ସ ମଧ୍ୟରେ ସ୍ୱାକ୍ଷରିତ ଅଡିଓ – ଭିଜୁଆଲ ଚୁକ୍ତି ଅନୁଯାୟୀ ପାୟଲଙ୍କ ଫିଲ୍ମକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅଧିକାରିକ ରୂପରେ ଭାରତ – ଫ୍ରାନ୍ସ ସହ – ନିର୍ମାଣ ମାନ୍ୟତା ମିଳିଥିଲା । ମନ୍ତ୍ରଣାଳୟ ଦ୍ୱାରା ମହାରାଷ୍ଟ୍ର (ରତ୍ନଗିରି ଏବଂ ମୁମ୍ବାଇ)ରେ ଚଳଚ୍ଚିତ୍ରର ସୁଟିଂ ପାଇଁ ଅନୁମତି ମଧ୍ୟ ପ୍ରଦାନ କରାଯାଇଥିଲା । ସରକାରୀ ସହ-ପ୍ରଯୋଜନା ପାଇଁ ଭାରତ ସରକାରଙ୍କ ପ୍ରୋତ୍ସାହନ ଯୋଜନା ଅଧୀନରେ ଯୋଗ୍ୟ ସହ-ପ୍ରଯୋଜନା ଖର୍ଚ୍ଚର ୩୦% ପାଇଁ ଚଳଚ୍ଚିତ୍ରଟି ଅନ୍ତରୀଣ ଅନୁମୋଦନ ପାଇଥିଲା ।

ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଛାତ୍ର ଚିଦାନନ୍ଦ ଏସ୍ ନାଏକ କନ୍ନଡ଼ ଲୋକକଥା ଉପରେ ଆଧାରିତ ୧୫ ମିନିଟର କ୍ଷୁଦ୍ର ଚଳଚ୍ଚିତ୍ର ‘ସନ୍‌ଫ୍ଲାୱାର୍ସ ୱେୟାର ଦି ଫାଷ୍ଟ ୱାନ୍ସ ଟୁ ନୋ’ ପାଇଁ ଲା ସିନେଫ୍ ବିଭାଗରେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି । ଏହି ଏଫଟିଆଇଆଇ ଫିଲ୍ମ ଏଫ୍‌ଟିଆଇଆଇର ଟିଭି ୱିଙ୍ଗର ଏକ ବର୍ଷିଆ କାର୍ଯ୍ୟକ୍ରମର ପ୍ରଯୋଜନା, ଯେଉଁଥିରେ ବିଭିନ୍ନ ବିଭାଗ ଯଥା ନିର୍ଦ୍ଦେଶନା, ଇଲେକ୍ଟ୍ରୋନିକ୍ ସିନେମାଟୋଗ୍ରାଫି, ଏଡିଟିଂ, ସାଉଣ୍ଡର ୪ ଜଣ ଛାତ୍ରଛାତ୍ରୀ ବର୍ଷ ଶେଷ ସମନ୍ୱିତ ଅଭ୍ୟାସ ଭାବରେ ଗୋଟିଏ ପ୍ରୋଜେକ୍ଟ ପାଇଁ ଏକାଠି କାମ କରିଥିଲେ ।

୨୦୨୨ରେ ଏଫଟିଆଇଆଇରେ ଯୋଗ ଦେବା ପୂର୍ବରୁ ଚିଦାନନ୍ଦ ଏସ୍ ନାଏକ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ରେ ସିନେମା କ୍ଷେତ୍ରରେ ଉଦୀୟମାନ ଯୁବ କଳାକାରମାନଙ୍କୁ ସ୍ୱୀକୃତି ଓ ସମର୍ଥନ ପ୍ରଦାନ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଉଦ୍ଦିଷ୍ଟ ଏକ ପଦକ୍ଷେପ କ୍ରିଏଟିଭ୍ ମାଇଣ୍ଡ୍‌ରେ ୭୫ଜଣଙ୍କ ମଧ୍ୟରୁ ଜଣେ ଭାବେ ମନୋନୀତ ହୋଇଥିଲେ । ସୂଚନାଯୋଗ୍ୟ, ଭାରତରେ ଜନ୍ମିତ ମାନସୀ ମାହେଶ୍ୱରୀଙ୍କ ‘ବନିହୁଡ୍‌’ ନାମକ ଏକ ଆନିମେଟେଡ୍ ଚଳଚ୍ଚିତ୍ର ଲା ସିନେଫ୍ ସିଲେକ୍ସନରେ ତୃତୀୟ ପୁରସ୍କାର ହାସଲ କରିଛି ।

ବିଶ୍ୱପ୍ରସିଦ୍ଧ ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ କାର୍ଯ୍ୟକୁ ଏହି ମହୋତ୍ସବରେ ପାଳନ କରାଯାଇଥିଲା । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ଫିଲ୍ମ ଆର୍କାଇଭ୍ସ ଅଫ୍ ଇଣ୍ଡିଆ (ଏନ୍‌ଏଫ୍‌ଡିସି – ଏନ୍‌ଏଫ୍‌ଏଆଇ)ରେ ସଂରକ୍ଷିତ ଏବଂ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଦ୍ୱାରା ପୁନରୁଦ୍ଧାର କରାଯାଇଥିବା ବେନେଗଲ୍ସଙ୍କ ‘ମନ୍ଥନ’ ଭାରତରେ ମୁକ୍ତିଲାଭର ୪୮ ବର୍ଷ ପରେ କ୍ଲାସିକ୍ ବିଭାଗରେ କାନ୍ସ ଠାରେ ପ୍ରଦର୍ଶିତ ହୋଇଥିଲା ।

ଭାରତୀୟ ସିନେମା ଜଗତରେ ନିଜର ସମୃଦ୍ଧ କାର୍ଯ୍ୟ ପାଇଁ ଜଣାଶୁଣା ପ୍ରଖ୍ୟାତ ସିନେମାଟୋଗ୍ରାଫର ସନ୍ତୋଷ ଶିବନ ପ୍ରଥମ ଏସୀୟ ଭାବେ ତାଙ୍କ କ୍ୟାରିୟର ଏବଂ ଅସାଧାରଣ ଗୁଣାତ୍ମକ କାର୍ଯ୍ୟ ପାଇଁ ୨୦୨୪ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ସମ୍ମାନଜନକ ପିଏରି ଆଞ୍ଜେନିକ୍ସ ଟ୍ରିବ୍ୟୁଟ୍ ପୁରସ୍କାରରେ ସମ୍ମାନିତ ହୋଇଥିଲେ । କାନ୍ସରେ ଇତିହାସ ରଚିଥିବା ଅନ୍ୟ ଜଣେ ବ୍ୟକ୍ତି ହେଉଛନ୍ତି ଅନସୂୟା ସେନଗୁପ୍ତା ଯିଏ କି ପ୍ରଥମ ଭାରତୀୟ ଭାବେ ‘ଅନ୍ ସର୍ଟନ ରିଗାର୍ଡ’ ବର୍ଗରେ ‘ଦ ଶେମଲେସ୍‌’ ଫିଲ୍ମରେ ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ।

କାନ୍ସରେ ଚମକିଥିବା ଅନ୍ୟ ଜଣେ ସ୍ୱାଧୀନ ଚଳଚ୍ଚିତ୍ର ନିର୍ମାତା ହେଉଛନ୍ତି ମୈସମ ଅଲ୍ଲୀ, ଯିଏ କି ଏଫଟିଆଇଆଇର ପୂର୍ବତନ ଛାତ୍ର । ତାଙ୍କ ଫିଲ୍ମ ‘ଇନ୍ ରିଟ୍ରିଟ୍‌’ ଏସିଆଇଡି କାନ୍ସ ସାଇଡବାର୍ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିଲା । ୧୯୯୩ ମସିହାରେ ଆରମ୍ଭ ହେବା ପର ଠାରୁ ଆସୋସିଏସନ୍ ଫର୍ ଦି ଡିଫ୍ୟୁଜନ୍ ଅଫ୍ ଇଣ୍ଡିପେଣ୍ଡେଣ୍ଟ ସିନେମା ଦ୍ୱାରା ପରିଚାଳିତ ବିଭାଗରେ ପ୍ରଥମ ଥର ପାଇଁ ଏକ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ।

୭୭ତମ କାନ୍ସ ଫିଲ୍ମ ମହୋତ୍ସବରେ ଆମେ ଭାରତୀୟ ସିନେମା ପାଇଁ ଏକ ଐତିହାସିକ ବର୍ଷର ସାକ୍ଷୀ ହୋଇଥିବାବେଳେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସଫଳତାକୁ ପାଳନ କରିବାର ଏକ ବିଶେଷ କାରଣ ରହିଛି, କାରଣ ଏହାର ପୂର୍ବତନ ଛାତ୍ରଛାତ୍ରୀ, ଯଥା ପାୟଲ କାପାଡିଆ, ସନ୍ତୋଷ ଶିବନ, ମୈସମ ଅଲ୍ଲୀ ଏବଂ ଚିଦାନନ୍ଦ ଏସ ନାଏକ କାନ୍ସରେ ଚମକିଛନ୍ତି । ଏଫଟିଆଇଆଇ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ଅନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ବିତ୍ତୀୟ ସହାୟତାରେ ଏକ ସମିତି ଭାବରେ କାର୍ଯ୍ୟ କରେ ।

ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ମାଧ୍ୟମରେ ସୁବିଧା, ବିଭିନ୍ନ ଦେଶ ସହ ମିଳିତ ପ୍ରଯୋଜନା, ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଭଳି ସ୍ୱୟଂଶାସିତ ଅନୁଷ୍ଠାନ ମାଧ୍ୟମରେ ସିନେମା କ୍ଷେତ୍ରରେ ଶିକ୍ଷାକୁ ସମର୍ଥନ କରିବା କିମ୍ବା ଭାରତକୁ ବିଶ୍ୱର ବିଷୟବସ୍ତୁ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ଦିଗରେ ବହୁମୁଖୀ ପ୍ରୟାସ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସକାରାତ୍ମକ ପ୍ରଭାବ ପକାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri