ଭାରତର ପ୍ରଥମ ଏକଜିଟ ପୋଲ, ଯେଉଁଥିରେ ଭାଜପା ଜିତିବ ବୋଲି ହୋଇଥିଲା ପୂର୍ବାନୁମାନ, ରେଜଲ୍ଟରେ ତାଜୁବ ହୋଇଯାଇଥିଲା ସାରା ଦୁନିଆ

ନୂଆଦିଲ୍ଲୀ,୩୧।୫: ଭାରତରେ ଗଣତନ୍ତ୍ରର ଏହି ବଡ଼ ପ୍ରତିଯୋଗିତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ୧ରେ ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟର ମତଦାନ ଅନୁଷ୍ଠିତ ହେବ ଏବଂ ଜୁନ ୪ରେ ଏହାର ରେଜଲ୍ଟ ପ୍ରକାଶ ପାଇବ। ତେବେ ଆସନ୍ତାକାଲି ଅର୍ଥାତ୍‌ ଜୁନ ୧ରେ ଶେଷ ମତଦାନ ସରିବାର ଅଧ ଘଣ୍ଟା ପରେ ଏକଜିଟ ପୋଲ ଆସିବା ଆରମ୍ଭ ହେବ। ଏହା ମାଧ୍ୟମରେ ପ୍ରତ୍ୟେକ ଦଳ କେତେ ସିଟ ପାଇବେ ତାହା ଆକଳନ କରାଯିବ।

ବିଭିନ୍ନ ଏଜେନ୍ସି ଦ୍ୱାରା କରାଯାଇଥିବା ଏହି ଏଗଜିଟ ପୋଲ କେତେ ସଠିକ ପ୍ରମାଣିତ ହେବ, ତାହା ନିର୍ବାଚନ ଫଳାଫଳ ଘୋଷଣା ଦିନ ଜଣାପଡିବ। ଏହାପୂର୍ବରୁ, ଆସନ୍ତୁ ଜାଣିବା ଦୁନିଆରେ ପ୍ରଥମ ଏକଜିଟ ପୋଲ କେଉଁଠାରେ ଆରମ୍ଭ ହୋଇଥିଲା ଏବଂ ଏହାର ଫଳାଫଳ କେତେ ସଠିକ ଥିଲା ।

ଭାରତରେ ଏକଜିଟ ପୋଲ ଆରମ୍ଭ ହେବାର ବହୁ ପୂର୍ବରୁ ଏହା ଅନେକ ଦେଶରେ ଆରମ୍ଭ ହୋଇ ଯାଇଥିଲା। ବର୍ତ୍ତମାନ ଆମେରିକା, ଦକ୍ଷିଣ ଆମେରିକା, ଦକ୍ଷିଣ ଏସିଆ, ୟୁରୋପ ଏବଂ ଦକ୍ଷିଣ ପୂର୍ବ ଏସିଆ ସମେତ ଦୁନିଆର ଅନେକ ଦେଶରେ ଭୋଟ ଦେବା ପରେ ଏକଜିଟ ପୋଲ କରାଯାଉଛି। ଏହାର ଆରମ୍ଭ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିଲା। ୧୯୩୬ ମସିହାରେ, ଆମେରିକାର ନ୍ୟୁୟର୍କ ସିଟିରେ ଜର୍ଜ ଗାଲୁପ ଏବଂ କ୍ଲୋଡ ରବିନ୍ସଙ୍କ ଦ୍ୱାରା ପ୍ରଥମ ନିର୍ବାଚନ ସର୍ଭେ ବା ଏକଜିଟ୍‌ ପୋଲ କରାଯାଇଥିଲା । ଏହି ପ୍ରଥମ ସର୍ଭେରେ ଭୋଟରମାନେ ଭୋଟ ଦେଇ ଫେରିବା ସମୟରେ କେଉଁ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେଇଚନ୍ତି ବୋଲି ପଚରାଯାଇଥିଲା। ଏହି ସର୍ଭେରୁ ମିଳିଥିବା ତଥ୍ୟରୁ ଫ୍ରାଙ୍କଲିନ ଡି ରୁଜଭେଲ୍ଟ ନିର୍ବାଚନରେ ଜିତିବେ ବୋଲି ପୂର୍ବାନୁମାନ କରାଯାଇଥିଲା। ତେବେ ଏହି ସର୍ଭେ ଆମେରିକାର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଥିଲା। ସେତେବେଳେ ଏହାକୁ ଏକଜିଟ ପୋଲ ବଦଳରେ ସର୍ଭେ କୁହାଯାଉଥିଲା ।

ଭାରତରେ, ସ୍ବାଧୀନତା ପାଇବା ପରେ ହୋଇଥିବା ଦ୍ୱିତୀୟ ସାଧାରଣ ନିର୍ବାଚନରେ ପ୍ରତମ ଏକଜିଟ ପୋଲ ହୋଇଥିଲା। ୧୯୫୭ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଓପିନିଅନ ମୁଖ୍ୟ ଏରିକ ଡି’କୋସ୍ତା ନିର୍ବାଚନର ପ୍ରଥମ ସର୍ଭେ କରିଥିଲେ। ସେତେବେଳେ ଏହାକୁ ଏକଜିଟ ପୋଲ ଭାବରେ ବିବେଚନା କରାଯାଇ ନ ଥିଲା। ତା’ପରେ ୧୯୮୦ ଏବଂ ୧୯୮୪ରେ ଡକ୍ଟର ପ୍ରଣୟ ରୟଙ୍କ ନେତୃତ୍ୱରେ ଏକ ସର୍ଭେ କରାଯାଇଥିଲା।

୧୯୯୬ରେ ସେଣ୍ଟର୍‌ ଫର ଷ୍ଟଡି ଅଫ ଡେଭଲପମେଣ୍ଟ ସୋସାଇଟି (CSDS) ଦ୍ୱାରା ଦେଶରେ ଏକଜିଟ ପୋଲ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା। ତା’ପରେ ସାମ୍ବାଦିକ ନଲିନୀ ସିଂ ଦୂରଦର୍ଶନରେ ଏକ ଏକଜିଟ ପୋଲ କରିଥିଲେ, ଯେଉଁଥିରେ ତାଙ୍କୁ CSDS ତଥ୍ୟ ସଂଗ୍ରହ କରବାକୁ ପଡିଥିଲା। ଏହି ସର୍ଭେରେ ଲୋକ ସଭା ନିର୍ବାଚନରେ ଭାଜପା ଜିତିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଏବଂ ସତକୁ ସତ ତାହା ମଧ୍ୟ ହୋଇଥିଲା। ଏହା ପରେ ଦେଶରେ ଏକଜିଟ ପୋଲର ଧାରା ବୃଦ୍ଧି ପାଇଲା। ୧୯୯୮ ମସିହାରେ, ଏକ ଘରୋଇ ନ୍ୟୁଜ ଚ୍ୟାନେଲ ପ୍ରଥମ ଥର ପାଇଁ ଏକ ଏଗଜିଟ ପୋଲ ଟେଲିକାଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?