Posted inଖେଳ

ଭାରତର ପଞ୍ଚମ ପରାଜୟ

ରାଉରକେଲା,୧୫।୨(ଦିନେଶ ମିଶ୍ର): ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ର ବୁଧବାର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୦-୧ ଗୋଲରେ ନେଦରଲାଣ୍ଡ୍ସଠାରୁ ହାରି ଯାଇଛି। ଫଳରେ ଚଳିତ ପ୍ରୋ ଲିଗ୍‌ରେ ଭାରତୀୟ ମହିଳା ଦଳ ୬ ମ୍ୟାଚରୁ ୫ମ ପରାଜୟ ବରଣ କରିଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୪ ମ୍ୟାଚରୁ ୧ ବିଜୟ ଓ ୩ ପରାଜୟ ଲଭିଥିବା ଭାରତୀୟ ଦଳ ଏଠାରେ କ୍ରମାଗତ ଦ୍ୱିତୀୟ ମ୍ୟାଚ ହାରିଛି। ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରଥମ ଚରଣରେ ମଧ୍ୟ ଭାରତ ୧-୩ ଗୋଲରେ ନେଦରଲାଣ୍ଡ୍ସଠାରୁ ହାରି ଯାଇଥିଲା। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୬ ମ୍ୟାଚରୁ ମାତ୍ର ୩ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ୧୦ ମ୍ୟାଚରୁ ୧୦ ବିଜୟ ସହ ୩୦ ପଏଣ୍ଟ ପାଇ ଟେବୁଲରେ ନିଜର ଶୀର୍ଷସ୍ଥାନକୁ ମଜଭୁତ କରିଦେଇଛି।
ଏଠାରେ ପୂରା ମ୍ୟାଚରେ ନେଦରଲାଣ୍ଡ୍ସ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଭାରତୀୟ ଖେଳାଳିମାନେ ପ୍ରଥମ କ୍ୱାର୍ଟରକୁ ଗୋଲଶୂନ୍ୟ ରଖିବାରେ ସକ୍ଷମ ହୋଇଥିଲେ ହେଁ ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍‌ ୨୭ତମ ମିନିଟ୍‌ରେ ନେଦରଲାଣ୍ଡ୍ସର ଫରଓ୍ବାର୍ଡ ଖେଳାଳି ଫେଲିସ୍‌ ଆଲବେର୍ସ ଗୋଲ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ ରଖିଥିଲେ। ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଅନେକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ହୋଇପାରି ନ ଥିଲା। ମ୍ୟାଚରେ ନେଦରଲ୍ୟାଣ୍ଡ୍ସ ୭ଟି ପେନାଲ୍‌ଟି ସୁଯୋଗ ପାଇଥିବାବେଳେ ଗୋଲ କରି ପାରି ନ ଥିଲା। ସେହିପରି ୫ଟି ପେନାଲ୍‌ଟି ସୁଯୋଗ ମିଳିଥିଲେ ମଧ୍ୟ ଭାରତ ଗୋଲ ପରିଶୋଧ କରିବାରେ ଅସମର୍ଥ ରହିଥିଲା। ପୂର୍ବରୁ ଚାଇନା ସହିତ ହୋଇଥିବା ତ୍ରୁଟିକୁ ପୁଣିଥରେ ଦୋହରାଇ ଭାରତ ପରାଜିତ ହୋଇଥିଲା। ଭାରତୀୟ ଦଳର ଅଧିନାୟିକା ସବିତା ପୁନିଆ ୪୩ତମ ମିନିଟରେ ୟେଲୋ କାର୍ଡ ପାଇଥିଲେ। ଉନ୍ନତ ପ୍ରଦର୍ଶନ ପାଇଁ ଏହି ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ଦଳର ଫେଲିସ୍‌ ଆଲବେର୍ସ ପ୍ଲେୟ୍‌ର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ଭାବ୍ୟ ବାତ୍ୟା: ୧୭ରୁ ୨୦ ଯାଏ ସମୁଦ୍ରକୁ ଯିବା ମନା, ଓଡ଼ିଶାର ଏହି ଜିଲାକୁ ଆଲର୍ଟ

ଭୁବନେଶ୍ୱର, ୧୪ା୧୧: ଆସନ୍ତା ୧୬ ତାରିଖରେ ସମୁଦ୍ରରେ ବାତ୍ୟା ରୂପ ନେବ ଏବଂ ଏହା ୧୮ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରାଯାଇଛି ।…

୬ଟି ଚୌକା, ୪ଟି ଛକା…ଓଡ଼ିଶା ବୋଲରଙ୍କ ହୋସ ଉଡ଼ାଇଲେ ଉର୍ଭିଲ ପଟେଲ! SMAT ରେ CSK ଖେଳାଳିଙ୍କ ଦମଦାର୍‌ ଇନିଂସ

ନୂଆଦିଲ୍‌ଲୀ,୧୪।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରୁ ହିଁ କିଛି ବ୍ୟାଟ୍ସମ୍ୟାନ ସେମାନଙ୍କର ଦମ୍‌ ଦେଖାଇଛନ୍ତି। ଏଥିରେ ଗୁଜୁରାଟର ୱିକେଟକିପର ବ୍ୟାଟ୍ସମ୍ୟାନ ଉର୍ଭିଲ…

CM ଶିବକୁମାରଙ୍କୁ ଟାର୍ଗେଟ୍‌ କଲେ ତାମିଲନାଡୁ କଂଗ୍ରେସ ମୁଖ୍ୟ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୪ା୧୧: କାବେରୀ ନଦୀ ଉପରେ ପ୍ରସ୍ତାବିତ ମେକେଦାଟୁ ଡ୍ୟାମ୍‌ ନିର୍ମାଣକୁ ନେଇ କଂଗ୍ରେସ ଭିତରେ ମତଭେଦ ସାମ୍ନାକୁ ଆସିଛି । କର୍ନାଟକ ସରକାର ଏହି ପ୍ରକଳ୍ପକୁ ଆଗକୁ…

ମନରେଗା କାମରେ କୋଟିକୋଟି ଟଙ୍କାର ଦୁର୍ନୀତି ଅଭିଯୋଗ, ବିଡିଓଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ଜବକାର୍ଡଧାରୀ

ଥୁଆମୂଳ ରାମପୁର,୧୪ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ବଡ଼ବଫଲା ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା…

ରାଜପୁରରେ ଚାଞ୍ଚଲ୍ୟ: ହତ୍ୟାକରି ଧାନବିଲରେ ଦୋକାନୀଙ୍କ ମୃତଦେହ ଫିଙ୍ଗିଦେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼ର,୧୪ା୧୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ନିରୀହ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହକୁ ଧାନ ବିଲରେ ଫିଙ୍ଗି ଫେରାର ହୋଇଯାଇଛନ୍ତି…

ଏହି ତାରିଖରେ ବିବାହ କରିବେ କ୍ରିକେଟର ରିଙ୍କୁ ସିଂ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ନିମନ୍ତ୍ରଣପତ୍ର

ଲକ୍ଷ୍ନୌ,୧୪ା୧୧: ଭାରତୀୟ କ୍ରିକେଟ୍‌ ଦଳକୁ ପୁଣି ଫେରିବା ପାଇଁ ଉଦ୍ୟମ ଜାରି ରଖିଥିବା ଷ୍ଟାର୍‌ କ୍ରିକେଟର ରିଙ୍କୁ ସିଂ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଡିସେମ୍ବର…

IMDର ବଡ଼ ଆକଳନ; ୧୮ରେ ଭୀଷଣ ବାତ୍ୟା, ପବନର ବେଗ….

ଭୁବନେଶ୍ୱର, ୧୪ା୧୧: ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବଡ଼ ଆକଳନ କରାଯାଇଛି । ବାତ୍ୟା ସହ ଜଡ଼ିତ ପବନ ଓ ଗତିପଥ ନେଇ…

କାନ୍ଥ ଖୋଳି ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ମୁନିଗୁଡ଼ା,୧୪ା୧୧(ନନ୍ଦକିଶୋର ପଟ୍ଟନାୟକ): ମୁନିଗୁଡ଼ାର ବସଷ୍ଟାଣ୍ଡ ନିକଟ ଶହୀଦ ଲକ୍ଷ୍ମଣ ନାୟକ ଛକ ନିକଟସ୍ଥ ମୁରଲୀ ଜୁଏଲର୍ସ ନାମକ ଏକ ସୁନା ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରରେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?