‘ଭାରତର ଡିଜିଟାଲ ସ୍ବାସ୍ଥ୍ୟ ପ୍ରଯୁକ୍ତି ବିଶ୍ୱକୁ ଶିକ୍ଷା ଦେଇପାରିବ’

ହାଇଦ୍ରାବାଦ, ୬ା୬: ଭାରତ ସଫଳତାର ସହ ଆପଣାଇଥିବା ଡିଜିଟାଲ ସ୍ବାସ୍ଥ୍ୟସେବା ପ୍ରଯୁକ୍ତି ସାରା ବିଶ୍ୱରେ ସ୍ବାସ୍ଥ୍ୟସେବା ବଢ଼ାଇବା ଦିଗରେ ଶିକ୍ଷା ଦେଇପାରିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୋମବାର କୁହାଯାଇଛି। ସବୁ ଦେଶ ଏହି ଟେକ୍‌ନୋଲୋଜି ଆପଣାଇବା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ ବୋଲି ଡବ୍ଲ୍ୟୁଏଚ୍‌ଓର ଡିଜିଟାଲ ହେଲ୍‌ଥ ଆଣ୍ଡ ଇନୋଭେଶନ ବିଭାଗର ନିର୍ଦ୍ଦେଶକ ଡ. ଆଲେନ୍‌ ଲାବ୍ରିକ୍‌ କହିଛନ୍ତି। ତୃତୀୟ ଜି୨୦ ହେଲ୍‌ଥ ଓ୍ବାର୍କିଂ ଗ୍ରୁପ୍‌ ବୈଠକର ଦ୍ୱିତୀୟ ଦିନରେ ‘ଡିଜିଟାଲ ହେଲ୍‌ଥ ଇନୋଭେଶନ ଆଣ୍ଡ ସଲ୍ୟୁଶନ ଟୁ ଏଡ୍‌ ୟୁନିଭର୍ସାଲ ହେଲ୍‌ଥ କଭରେଜ୍‌ ଆଣ୍ଡ ଇମ୍ପ୍ରୁଭ୍‌ ହେଲ୍‌ଥ କେୟାର ସର୍ଭିସ ଡେଲିଭରି’ ଉପରେ ଉଦ୍‌ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି।
ଯେତେବେଳେ ଆମେ ଡିଜିଟାଲ ସ୍ବାସ୍ଥ୍ୟସେବା କଥା କହୁଛୁ, ସେତେବେଳେ ଆମେ ପ୍ରାଥମିକ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ସୁଦୃଢ଼ୀକରଣ, ଠିକ୍‌ ସମୟରେ ନିଷ୍ପତ୍ତି ନେବା ପାଇଁ ଆନୁଷଙ୍ଗିକ ଡେଟା ଏବଂ ସମ୍ବଳ ଉପରେ ହିଁ କହୁଛୁ। କେହି ଯେପରି ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ନ ହେବେ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଡିଜିଟାଲ ହେଲ୍‌ଥ ହିଁ ସାର୍ବଜନୀନ ସ୍ବାସ୍ଥ୍ୟସେବା ଲକ୍ଷ୍ୟ ହାସଲ କରିପାରିବ, ଏହା ପ୍ରମାଣିତ ହୋଇଥିବା ଡ. ଲାବ୍ରିକ୍‌ କହିଛନ୍ତି। ଡିଜିଟାଲ ହେଲ୍‌ଥ କ୍ଷେତ୍ରରେ ଭାରତ ନେତୃତ୍ୱ ନେଇଛି। ସବୁ ଦେଶ ଯେପରି ଏହାର ସଫଳତା ପାଇପାରିବେ, ସେଥିପାଇଁ ଉଦ୍ୟମ କରିବାକୁ ହେବ। କୋଭିଡ୍‌ ମହାମାରୀ ପରେ ସାରା ବିଶ୍ୱ ଡିଜିଟାଲ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଛି। ତେଣୁ ଭାରତ ଭଳି ଦେଶଠାରୁ ଏହାର ସଫଳତା ସମ୍ପର୍କରେ ଶିକ୍ଷାଲାଭ କରି ଏହାକୁ ଅନ୍ୟ ଦେଶଗୁଡ଼ିକ କାର୍ଯ୍ୟରେ ଲଗାଇବା ଆବଶ୍ୟକ ବୋଲି ଲାବ୍ରିକ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri