Posted inଖେଳ

ଶୁଟିଂରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ: ସରବଜୋତ୍‌, ଦିବ୍ୟାଙ୍କୁ ରୌପ୍ୟ

ହାଙ୍ଗଝୋ,୧।୧୦: ଚଳିତ ଏସିଆନ ଗେମ୍ସର ଶୁଟିଂରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ଶନିବାର ଭାରତୀୟ ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଏକ ରୌପ୍ୟ ପଦକ ହାସଲ କରିବା ଫଳରେ ଗୋଟିଏ ସଂସ୍କରଣରେ ଶୁଟିଂରେ ସର୍ବାଧିକ ପଦକ ହାସଲର ରେକର୍ଡ ଭାଙ୍ଗିଛି ଭାରତ। ୨୦୦୬ ଦୋହା ଏସିଆନ ଗେମ୍ସରେ ଭାରତ ଶୁଟିଂରୁ ୧୪ ପଦକ ପାଇଥିବା ବେଳେ ଚଳିତ ସଂସ୍କରଣରେ ୧୯ ପଦକ ହାସଲ କରିଛି। ଏହା ମଧ୍ୟରେ ୬ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ସାମିଲ ରହିଛି। ଶନିବାର ବାର୍ଥ ଡେ ବୟ ସରବଜୋତ ସିଂ ଓ ଦିବ୍ୟା ଟିଏସ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ତେବେ ଶେଷ ଆଡକୁ ସାମାନ୍ୟ ଖରାପ ପ୍ରଦର୍ଶନ କାରଣରୁ ଅଳ୍ପକେ ସ୍ବର୍ଣ୍ଣ ପଦକ ହାସଲରୁ ବଞ୍ଚିତ ହୋଇଥିଲେ। ଚାଇନାର ଝାଙ୍ଗ ବୋଓ୍ବେନ୍‌ ଓ ଜିଆଙ୍ଗ ରାନକ୍ସିନ୍‌ ୧୬-୧୪ରେ ଏହି ଫାଇନାଲ ମ୍ୟାଚ୍‌ ଜିତି ନେଇଥିଲେ। ଉଭୟ ସରବଜୋତ ଓ ଦିବ୍ୟା ଚଳିତ ଏସିଆନ ଗେମ୍ସରେ ନିଜର ଦ୍ୱିତୀୟ ପଦକ ହାସଲ କରିଛନ୍ତି। ସରବଜୋତ ପୂର୍ବରୁ ୧୦ ମିଟର ଏୟାର ପିସ୍ତଲ ପୁରୁଷ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ଓ ଦିବ୍ୟା ୧୦ ମିଟର ଏୟାର ପିସ୍ତଲ ମହିଳା ଟିମ୍‌ରେ ଏକ ରୌପ୍ୟ ପଦକ ହାସଲ କରିଥିଲେ। ଶନିବାର ଭାରତୀୟ ଯୋଡିଙ୍କ ଆରମ୍ଭ ବେଶ୍‌ ଚମତ୍କାର ରହିଥିଲା। ଉଭୟ ୧୧-୭ରେ ଅଗ୍ରଣୀ ମଧ୍ୟ ହାସଲ କରିଥିଲେ। ତେବେ ୧୫ ତମ ଶଟ୍‌ରେ ଚାଇନା ଖେଳାଳି ପଛରୁ ଆସି ମ୍ୟାଚ୍‌ ଜିତିବାରେ ସମର୍ଥ ହୋଇଥିଲେ। ଚାଇନାର ଦୁଇ ଖେଳାଳି ୧୦.୭ ଓ ୧୦.୩ ପଏଣ୍ଟ ଶୁଟ୍‌ କରିଥିବା ବେଳେ ସରବଜୋତ ୯.୯ ଓ ଦିବ୍ୟା ୧୦.୫ ପଏଣ୍ଟ ଶୁଟ କରିଥିଲେ। ଏହା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ୫୭୭ ପଏଣ୍ଟ ସହିତ ଏକ ନମ୍ବର ସ୍ଥାନରେ ରହି ଭାରତୀୟ ଖେଳାଳି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ।
ଟ୍ରାପ୍‌ରେ କିନାନ୍‌ ଦ୍ୱିତୀୟ: ଭାରତୀୟ ଟ୍ରାପ୍‌ ଶୁଟର କିନାନ୍‌ ଚେନାଇ ଯୋଗ୍ୟତା ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ଦିନରେ ୭୩ ପଏଣ୍ଟ ସହ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରତି ରାଉଣ୍ଡରେ ୨୫ ଶଟ୍‌ ରହିଥିବା ବେଳେ କିନାନ୍‌ ଚମତ୍କାର ୭୩ ପଏଣ୍ଟ ଅର୍ଜନ କରିଥିଲେ। ଅନ୍ୟତମ ଭାରତୀୟଙ୍କ ମଧ୍ୟରେ ଜୋରାଓ୍ବର ସିଂ ସାନ୍ଧୁ ୭୨ ପଏଣ୍ଟ ସହିତ ଷଷ୍ଠ ସ୍ଥାନରେ ରହିଥିବା ବେଳେ ପୃଥ୍ବୀରାଜ ୭୦ ପଏଣ୍ଟ ସହ ୧୯ ତମ ସ୍ଥାନରେ ରହିଥିଲେ। ଭାରତୀୟ ଦଳ ୨୧୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କୁଏଟ୍‌ ୨୧୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri