Posted inଖେଳ

ଇତିହାସ ରଚିଲେ ଅନୁ ରାଣୀ

ନୂଆଦିଲ୍ଲୀ, ୨୧।୭: ଭାରତୀୟ ଜାଭେଲିନ ଥ୍ରୋ ଖେଳାଳି ଅନୁ ରାଣୀ ପୁଣି ଥରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୨ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଗ୍ରୁପ ବି’ର ଯୋଗ୍ୟତା ପର୍ଯ୍ୟାୟରେ ଗୁରୁବାର ୫୯.୬୦ ମିଟର ଜାଭେଲିନ ଫିଙ୍ଗି ଫାଇନାଲରେ ପ୍ରବେଶ କରିଛନ୍ତି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ବର୍ତ୍ତମାନ ଫାଇନାଲରେ ୧୨ ଜଣ ଖେଳାଳି ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖିବାକୁ ମିଳିବ।
ଯୋଗ୍ୟତା ରାଉଣ୍ଡରେ ଅନୁଙ୍କର ଖରାପ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ସେ ପ୍ରଥମ ପ୍ରୟାସରେ ଏକ ଖରାପ ଥ୍ରୋ ଫିଙ୍ଗିଥିଲେ। ଦ୍ୱିତୀୟ ପ୍ରୟାସରେ ସେ ୫୫.୩୫ ମିଟର ଜାଭେଲିନ ଥ୍ରୋ ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ତା’ପରେ ୫୯.୬୦ ମିଟର ଦୂରତା ସହିତ ଶେଷ ପ୍ରୟାସରେ ସେ ଗ୍ରୁପ ବି’ରେ ପଞ୍ଚମ ସ୍ଥାନ ହାସଲ କରିଥିଲେ। ଏହିପରି ଗ୍ରୁପ-ଏ ଏବଂ ଗ୍ରୁପ-ବିକୁ ମିଶାଇ ସେ ଅଷ୍ଟମ ସ୍ଥାନରେ ରହି ଫାଇନାଲକୁ ଟିକେଟ ପାଇଥିଲେ।
ଏହି ସିଜନରେ ୨୯ ବର୍ଷୀୟ ଅନୁଙ୍କ ସର୍ବୋତ୍ତମ ପ୍ରଦର୍ଶନ ହେଉଛି ୬୩.୬୨ ମିଟର। ଏହା ମଧ୍ୟ ତାଙ୍କର ସାମଗ୍ରିକ ଶ୍ରେଷ୍ଠ ପ୍ରଦର୍ଶନ। ବିଶ୍ୱ ଚାମ୍ପିୟନଶିପରେ ସେ ଏହି ରେକର୍ଡଠାରୁ ବହୁ ପଛରେ ଥିଲେ ମଧ୍ୟ ଏହା ସତ୍ତ୍ୱେ ସେ ଫାଇନାଲରେ ପହଞ୍ଚତ୍ବାରେ ସଫଳ ହୋଇଥିଲେ।
ଅନୁ ରାଣୀ ଏହା ପୂର୍ବରୁ ୨୦୧୯ରେ ଦୋହାଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଥିଲେ। ତା’ପରେ ସେ ୬୧.୧୨ ମିଟର ଥ୍ରୋ ସହିତ ଫାଇନାଲରେ ଅଷ୍ଟମ ସ୍ଥାନ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟେଷ୍ଟରୁ ପାଟିନସନ ବାସନ୍ଦ

ସିଡନୀ,୧୭।୧୧(ଏଏଫ୍‌ପି): ବ୍ରିସ୍‌ବେନ୍‌ରେ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପାଟିନସନ ବାସନ୍ଦ ହୋଇଛନ୍ତି।...

ଏମିତି ଫଟୋ ଛାଡିଲେ କୋହଲି: ପ୍ରଶଂସକ ହେଲେ ଖୁସି

ଦୁବାଇ,୨୦।୧୦:ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିଜ ଇନ୍‌ଷ୍ଟାଗ୍ରାମରେ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର...

ବୋଲିଂ ହେଉ ଅବା ଲେଖାଲେଖି, ସବୁ ଡାହାଣହାତରେ କରୁଥିଲେ ଗାଙ୍ଗୁଲି…ଜାଣନ୍ତୁ କିଭଳି ପାଲଟିଲେ ବାମହାତୀ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୮।୭: ଭାରତର ପୂର୍ବତନ ଅଧିନାୟକ, ଲୋକପ୍ରିୟ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଆଜି ୪୯ତମ ଜନ୍ମଦିନ। ପ୍ରଶଂସକଙ୍କ ମଧ୍ୟରେ ସେ ‘ଦାଦା’,...

ଦାବି ପ୍ରତ୍ୟାହାର ପାଇଁ ବେଦୀଙ୍କୁ ଅନୁରୋଧ କରିବ ଡିଡିସିଏ

ନୂଆଦିଲ୍ଲୀ,୨୮ା୧୨- କିମ୍ବଦନ୍ତୀ ଭାରତୀୟ ସ୍ପିନର ବିଶନ ସିଂ ବେଦୀଙ୍କୁ ଦିଲ୍ଲୀ କ୍ରିକେଟର ‘ବିସ୍ମ ପିତାମହ’ ଅଭିହିତ କରିଛନ୍ତି ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ସଭାପତି...

କ୍ରିକେଟର ସ୍ବାମୀଙ୍କଠାରୁ ଅଧିକ ଲୋକପ୍ରିୟ ଏହି ଆଙ୍କର୍‌: ଫୁଟବଲ୍‌ ବିଶ୍ୱକପ୍‌ ଏବଂ କମନଓ୍ବେଲ୍‌ଥ୍‌ ଗେମ୍ସ୍‌‌ରେ ଆସିଛନ୍ତି ନଜର

ନୂଆଦିଲ୍ଲୀ,୧୫।୯: ଭାରତରେ ବହୁତ କମ୍‌ କ୍ରିକେଟ ଖେଳାଳି ଅଛନ୍ତି ଯେଉଁମାନଙ୍କ ଜୀବନସାଥୀ ମଧ୍ୟ କ୍ରିକେଟଜଗତ ସହ ଡଡ଼ିତ। ସେଭଳି ଗୋଟିଏ ଦମ୍ପତ୍ତି ହେଲେ ଷ୍ଟୁଅର୍ଟ ବିନ୍ନି...

ଟସ୍‌ ଜିତିଲା ଆର୍‌ସିବି, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୧୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର(ଆର୍‌ସିବି) ଟସ ଜିତି ପ୍ରଥମେ...

ଲଢେଇ କରି ହାରିଗଲେ ମହିଳା ହକି ଦଳ

ଟୋକିଓ,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ ଚାଲିଥିବା ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଫଳରେ ଅଲିମ୍ପିକ୍ସରେ...

ହେପ୍ଟାଥଲନରେ ପୂର୍ଣ୍ଣିମାଙ୍କୁ ରୌପ୍ୟ

ରାଞ୍ଚି,୧୯ା୫ (ପି.ଟି.): ଚଳିତ ଫେଡେରେଶନ କପ୍‌ ଆଥଲେଟକ୍ସ ଚାମ୍ପିୟନଶିପ୍‌ ହେପ୍ଟାଥଲନରେ ଓଡ଼ିଆ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ ରୌପ୍ୟ ପଦକ ହାସଲ କରିଛନ୍ତି। ପୂର୍ଣ୍ଣିମା ୫୧୨୮ପଏଣ୍ଟ ସହ...

Advertisement
Archives

Model This Week