Posted inଖେଳ

ଭାରତୀୟ ମହିଳା ଭଲିବଲ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୦।୫: (କ୍ରୀଡ଼ା ପ୍ରତିନିଧି): ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ(କାଭା) ଚ୍ୟାଲେଞ୍ଜ୍‌ କପ୍‌ ମହିଳା ଭଲିବଲ ଚାମ୍ପିୟନଶିପ୍‌ ନେପାଳର କାଠମାଣ୍ଡୁରେ ଚଳିତ ମାସ ୨୨ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ଭାରତୀୟ ମହିଳା ଭଲିବଲ ଦଳ ଘୋଷଣା କରାଯାଇଛି। ଏଥିରେ କେରଳରୁ ୬, ରେଲଓ୍ବେରୁ ୫ ଏବଂ ଓଡ଼ିଶା, ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶରୁ ଜଣେ ଲେଖାଏ ଖେଳାଳି ସ୍ଥାନ ପାଇଛନ୍ତି। ଓଡ଼ିଶାର ଅନନ୍ୟା ଦାସ ଖେଳାଳି ଓ ସୁଧାଂଶୁ ଭୂଷଣ ମିଶ୍ର ମ୍ୟାନେଜରଭାବେ ଦଳରେ ସାମିଲ ହୋଇଛନ୍ତି। ଭଲିବଲ୍‌ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା କାଭା ବୋର୍ଡର ପ୍ରଶାସନିକ ସଦସ୍ୟ ଅଚ୍ୟୁତ ସାମନ୍ତ ଫାଇନାଲ ମ୍ୟାଚର ପ୍ରତ୍ୟକ୍ଷଦର୍ଶୀ ହେବାସହ ପୁରସ୍କାର ବିତରଣୀ ଉତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି। କାଠମାଣ୍ଡୁ ଟୁର୍ନାମେଣ୍ଟ ପରେ ଭାରତୀୟ ଦଳ ଇଣ୍ଡୋନେସିଆର ପୂର୍ବ ଜାଭାସ୍ଥିତ ଗ୍ରେସିଆଠାରେ ୪ର୍ଥ ଏଭିସି ମହିଳା ଚ୍ୟାଲେଞ୍ଜରରେ ଅଂଶଗ୍ରହଣ କରିବ। ଏହା ଜୁନ୍‌ ୧୮ରୁ ୨୮ ପର୍ଯ୍ୟନ୍ତ ଚାଲିବ। ଆଗାମୀ ସମ୍ମାନଜନକ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭିଏଫ୍‌ଆଇ ଓଡ଼ିଶା ଭଲିବଲ ଆସୋସିଏଶନକୁ କୋଚିଂ କ୍ୟାମ୍ପ ପାଇଁ ଅନୁମତି ପ୍ରଦାନ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୪ ଜଣ ଖେଳାଳିଙ୍କୁ ନେଇ କିଟ୍‌ ବିଶ୍ୱବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଗତ ୨ ତାରିଖରେ କୋଚିଂ କ୍ୟାମ୍ପ ଆରମ୍ଭ ହୋଇଥିଲା। ଏଥିରୁ ୧୪ ଖେଳାଳିଙ୍କ ସମେତ ୩ ଅଫିସିଆଲ ମନୋନୀତ ହୋଇ ଭୁବନେଶ୍ୱରରୁ କାଠମାଣ୍ଡୁ ଯାତ୍ରା କରିଛନ୍ତି।
ଭାରତୀୟ ଦଳ
ନିର୍ମାଲ (ଅଧିନାୟିକା), ଜିନ୍‌ସି ଜନସନ, ଆଞ୍ଜେଲ ଜୋସେଫ, ଏସ. ଶାଲିନି, ଅଶ୍ୱିନୀ କେ., ମାୟା ଥୋମାସ, ଅନୁଶ୍ରୀ କେ.ପି., ସୂର୍ଯ୍ୟା ଏସ୍‌., ଜିନି କେ.ଏସ., ଶିଳ୍ପା ଆର.ଏସ୍‌., ପ୍ରେରଣା ପାଲ, ହେମଲତା, ଅଶ୍ୱଥୀ ଆର. (ଲିବେରୋ), ଅନନ୍ୟା ଦାସ (ଲିବେରୋ)। ମ୍ୟାନେଜର: ସୁଧାଂଶୁ ଭୂଷଣ ମିଶ୍ର, ମୁଖ୍ୟ କୋଚ୍‌: ପ୍ରୀତମ୍‌ ସିଂ ଚୌହାନ, ସହକାରୀ କୋଚ୍‌: ବୈଶାଳୀ ଫଡଟାରେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri