Posted inଖେଳ

ପରାଜୟ ପରେ ମୁହଁ ଖୋଲିଲେ ଭାରତୀୟ ଦଳର ବ୍ୟାଟିଂ କୋଚ୍‌, କହିଲେ…

ଅହମଦାବାଦ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ସୁପର-୮ ମ୍ୟାଚ୍‌ରେ ପରାଜୟ ପରେ ଭାରତୀୟ ଦଳର ଟପ୍‌ ଅର୍ଡରରେ ବଡ଼ ପରିବର୍ତ୍ତନ ହୋଇପାରେ। ଏ ନେଇ ଭାରତୀୟ ଦଳର ବ୍ୟାଟିଂ କୋଚ୍‌ ସୀତାଂଶୁ କୋଟାକ ସଙ୍କେତ ଦେଇଛନ୍ତି।

ଦକ୍ଷିଣ ଆଫ୍ରିକାଠାରୁ ମିଳିଥିବା ୭୬ ରନର ବଡ଼ ପରାଜୟ ଯୋଗୁ ଭାରତୀୟ ଦଳକୁ ବର୍ତ୍ତମାନ ତା’ର ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଦରକାର। ଏଭଳି ପରିସ୍ଥିତିରେ ଫର୍ମରେ ନ ଥିବା ବ୍ୟାଟରଙ୍କୁ ଟପ୍‌ ଅର୍ଡରରୁ ବାଦ୍‌ ଦିଆଯାଇପାରେ ବୋଲି ଆଶା କରାଯାଉଛି। ବିସ୍ଫୋରକ ଓପନର ଅଭିଷେକ ଶର୍ମା ୪ ମ୍ୟାଚ୍‌ରେ ୧୫ ରନ କରିଥିବା ବେଳେ ତିଲକ ବର୍ମା ୧୧୮ ଷ୍ଟ୍ରାଇକ୍‌ରେଟ୍‌ରେ ୧୦୭ ରନ କରିଛନ୍ତି। ଫିନିଶର ଭାବେ ଖେଳୁଥିବା ରିଙ୍କୁ ଏପର୍ଯ୍ୟନ୍ତ ୨୯ ବଲରେ ୮୨.୭୫ ଆଭରେଜରେ ୨୪ ରନ କରିଛନ୍ତି।

ମୁଖ୍ୟ କୋଚ୍‌ ଓ ଟିମ୍‌ ମ୍ୟାନେଜମେଣ୍ଟ ଅନୁଭବ କରେ, ଆମକୁ କିଛି ଭିନ୍ନ କରିବାର ଅଛି, ତେବେ ଆମେ ନିଶ୍ଚିତ କରିବୁ। ଯଦି ଆମକୁ ପରିବର୍ତ୍ତନ କରିବାର ଅଛି, ତେବେ ଆମେ କ’ଣ ବଦଳାଇବାର ଚିନ୍ତା କରିବାକୁ ପଡ଼ିବ। ଦଳରେ ସ୍ପେଶାଲିଷ୍ଟ ବ୍ୟାଟର ଉପଲବ୍ଧ ନ ଥିବା ଚିନ୍ତାର ବିଷୟ। ଏଥିଯୋଗୁ ସଞ୍ଜୁ ସାମସନଙ୍କୁ ଟପ ଅର୍ଡରରେ ସୁଯୋଗ ଦିଆଯାଇପାରେ। ଯାହା ଫଳରେ ଦଳକୁ ଟପ ଅର୍ଡରରେ ଜଣେ ଡାହାଣହାତୀ ବ୍ୟାଟର ମିଳିପାରିବ। ଆଗକୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଥିବାରୁ ଏ ସମ୍ପର୍କରେ ମ୍ୟାନେଜମେଣ୍ଟ ମଧ୍ୟରେ ନିଶ୍ଚିତ ଆଲୋଚନା ହେବ ବୋଲି କୋଟାକ କହିଛନ୍ତି। ଏହା ବ୍ୟତୀତ ଅକ୍ଷରଙ୍କ ବଦଳରେ ଓ୍ବାଶିଂଟନ ସୁନ୍ଦରଙ୍କୁ ଚୟନ କରାଯିବା ସମ୍ପର୍କରେ ସେ ପ୍ରକାଶ କରିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ଦଳରେ ୩ ବାମହାତୀ ବ୍ୟାଟର ଥିବାରୁ ଦଳକୁ ଜଣେ ଅଫ୍‌ ସ୍ପିନରଙ୍କ ଆବଶ୍ୟକତା ରହିଥିଲା। ଏଥିଯୋଗୁ ଓ୍ବାଶିଂଟନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ହେଲେ ଆମକୁ ଆରମ୍ଭରୁ ଉଇକେଟ ମିଳିଥିଲା। ଏଥିଯୋଗୁ ଓ୍ବାଶିଂଟନ ପାଓ୍ବରପ୍ଲେରେ ବୋଲିଂ କରି ନ ଥିଲେ। ମାତ୍ର ତାଙ୍କୁ ପାଓ୍ବରପ୍ଲେରେ ବୋଲିଂ କରିବା ଲାଗି ଚୟନ କରାଯାଇଥିଲା। ଏଣୁ ମ୍ୟାଚ୍‌ର ପରିସ୍ଥିତି ଆଧାରରେ ଯୋଜନାରେ ପରିବର୍ତ୍ତନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ହଇଚଇ…CVC ରିପୋର୍ଟରେ ବଡ଼ ଖୁଲାସା, ଦୁର୍ନୀତି ଅଭିଯୋଗରେ ଏହି ବିଭାଗ ଆଗରେ

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫…

ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

ନୂଆଗାଁ,୨ା୯ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ଥାନା ନୂଆଗାଁ ସଦର ପଂଚାୟତ କାଚପଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ…

ବାୟୁସେନାରେ ଥିଲା ୧.୮୨ ଲକ୍ଷ ଦରମା! ଏବେ ରାମ ମନ୍ଦିର CEO ଭାବେ କେତେ ପ୍ୟାକେଜ୍ ପାଇବେ ଜିତେନ୍ଦ୍ର ମିଶ୍ରା?

ଅଯୋଧ୍ୟା,୨।୯: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛନ୍ତି ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ…

ଖସୁଛି ସୁନା ଦର, ମୁହଁ ମାଡ଼ି ପଡ଼ିଲା ରୂପା: ୬ ଦିନରେ ୧୧,୦୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଏବଂ ରୂପା ମୂଲ୍ୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଏବଂ ବିକ୍ରି ଚାପ ଯୋଗୁ ଦେଶୀୟ…

ଶାଢ଼ି ସେଣ୍ଟର ନାଁରେ ବଲାଙ୍ଗୀରରୁ ଗଞ୍ଜେଇ ଚାଲାଣ, ଆମାଜନ୍ ନାଁରେ ପାର୍ସଲ କରି ବିକୁଥିଲେ

ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri