Posted inଖେଳ

ଇଣ୍ଡିଆନ ସୁପରଲିଗ୍‌ ସିନିୟର ଦଳରେ ୫ ଜୁନିୟର ଚୁକ୍ତିବଦ୍ଧ

ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଗତବର୍ଷ ୧୮ ବର୍ଷରୁ କମ୍‌ ଦଳରେ ଥିବା ୫ ଖେଳାଳିଙ୍କୁ ଓଡ଼ିଶା ଏଫସି ଏଥର ସିନିୟର ଦଳପାଇଁ ଚୁକ୍ତିବଦ୍ଧ କରିଛି। ହିରୋ ଏଲିଟ୍‌ ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ସିନିୟର ଦଳରେ ପେସାଦାର କ୍ୟାରିୟର ଆରମ୍ଭ କରିବାକୁ ସୁଯୋଗ ପାଇଥିବା ଏହି ଖେଳାଳିମାନେ ହେଲେ ଡିଫେଣ୍ଡର ଜୋନ୍ସ ଲାଲଥାକିମା(ଗତ ସିଜନର ଅଧିନାୟକ), ରୋନାଲ୍ଡୋ ଓ୍ବାରୋକପାମ୍‌, ମିଡ୍‌ଫିଲ୍ଡର ନିଶ୍ଚୟ ଅଧିକାରୀ, ଫରଓ୍ବାର୍ଡ ରିଷବ ଦୋବ୍ରିଆଲ ଓ ଅକ୍ଷୁନ୍ନ ତ୍ୟାଗୀ। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣ ଏମାନଙ୍କ ପାଇଁ ସୁଯୋଗ ଆଣିବ।
୧୮ ବର୍ଷରୁ କମ୍‌ ଦଳର ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ମାଧ୍ୟମରେ ସିନିୟର ଦଳକୁ ଆସିଥିବାରୁ ମୁଁ ବହୁତ ଖୁସି। ଏମାନଙ୍କୁ ଚିହ୍ନଟ କରିଥିବା ୧୮ ବର୍ଷରୁ କମ୍‌ କୋଚିଂ ଓ ସ୍କାଉଟିଂ ଟିମ୍‌ ଧନ୍ୟବାଦର ପାତ୍ର। ଖେଳାଳି ମାନଙ୍କୁ ମଧ୍ୟ ପ୍ରଶଂସା କରିବାକୁ ପଡ଼ିବ। କାରଣ ସେମାନେ କଠିନ ପରିଶ୍ରମ କରିଥିବାରୁ ଏଠାରେ ପହଞ୍ଚତ୍ ପାରିଛନ୍ତି। ସିନିୟର ଦଳରେ ସେମାନେ ସେହି ନିଷ୍ଠା ଜାରି ରଖିବା ଆଶା ରହିଛି ବୋଲି ଓଡ଼ିଶା ଏଫସି ସଭାପତି ରୋହନ ଶର୍ମା ପ୍ରକାଶ କରିଛନ୍ତି। ଯୁବ ଦଳର ୫ ଖେଳାଳି ପେସାଦାର ଫୁଟବଲ ଖେଳିବାକୁ ଯୋଗ୍ୟ ହୋଇଥିବାରୁ ମୋତେ ବହୁତ ଖୁସି ଲାଗୁଛି। ସେମାନେ ନିଜ ଦକ୍ଷତା ପ୍ରଦର୍ଶନ କରି ହିରୋ ଏଲିଟ୍‌ ଲିଗ୍‌ର ଫାଇନାଲରେ ଦଳକୁ ପ୍ରବେଶ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଆଗକୁ ତାଙ୍କ ପାଇଁ କଠିନ ସମୟ ଆସୁଛି ବୋଲି ୟୁଥ୍‌ ଟିମ୍‌ କୋଚ୍‌ ସନ୍ଦିପ ଆଲହାନ କହିଛନ୍ତି। ”୧୮ ବର୍ଷରୁ କମ୍‌ ଦଳର କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ କଠିନ ପରିଶ୍ରମ କରୁଥିବା ଏଥିରୁ ପ୍ରମାଣ ମିଳୁଛି। ବର୍ଷ ବର୍ଷ ଧରି କ୍ଲବ ମ୍ୟାନେଜମେଣ୍ଟ ୟୁଥ୍‌ ସେଟ୍‌ଅପ୍‌କୁ ସମର୍ଥନ କରି ଆସୁଛନ୍ତି। ଗତବର୍ଷ ଆଇଏସଏଲର ଶେଷ ଭାଗ କ୍ଲବ ପାଇଁ ଭଲ ରହି ନ ଥିଲା। ମାତ୍ର ଏଥର ଦଳ ଭଲ କରିବା ନେଇ ଆଶା ରହିଛି। ସିନିୟର ଦଳରେ ଭାଗ ନେଇପାରି ନ ଥିବା ଖେଳାଳିମାନେ ନିରାଶ ହେବା ଉଚିତ ନୁହେଁ। ସେମାନଙ୍କ ପାଇଁ ଅନ୍ୟ ଦ୍ୱାର ନିଶ୍ଚିତ ଖୋଲା ରହିବ। ଆଗାମୀ ସିଜନ ସମସ୍ତଙ୍କ ପାଇଁ ସ୍ମରଣୀୟ ହେବା ଆଶା“ ବୋଲି ଫୁଟବଲ ଡେଭ୍‌ଲପ୍‌ମେଣ୍ଟ ମୁଖ୍ୟ ଆକାଶ ନରୁଲା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?