Posted inଖେଳ

ଇଣ୍ଡିଆନ ସୁପରଲିଗ୍‌ ସିନିୟର ଦଳରେ ୫ ଜୁନିୟର ଚୁକ୍ତିବଦ୍ଧ

ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଗତବର୍ଷ ୧୮ ବର୍ଷରୁ କମ୍‌ ଦଳରେ ଥିବା ୫ ଖେଳାଳିଙ୍କୁ ଓଡ଼ିଶା ଏଫସି ଏଥର ସିନିୟର ଦଳପାଇଁ ଚୁକ୍ତିବଦ୍ଧ କରିଛି। ହିରୋ ଏଲିଟ୍‌ ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ସିନିୟର ଦଳରେ ପେସାଦାର କ୍ୟାରିୟର ଆରମ୍ଭ କରିବାକୁ ସୁଯୋଗ ପାଇଥିବା ଏହି ଖେଳାଳିମାନେ ହେଲେ ଡିଫେଣ୍ଡର ଜୋନ୍ସ ଲାଲଥାକିମା(ଗତ ସିଜନର ଅଧିନାୟକ), ରୋନାଲ୍ଡୋ ଓ୍ବାରୋକପାମ୍‌, ମିଡ୍‌ଫିଲ୍ଡର ନିଶ୍ଚୟ ଅଧିକାରୀ, ଫରଓ୍ବାର୍ଡ ରିଷବ ଦୋବ୍ରିଆଲ ଓ ଅକ୍ଷୁନ୍ନ ତ୍ୟାଗୀ। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣ ଏମାନଙ୍କ ପାଇଁ ସୁଯୋଗ ଆଣିବ।
୧୮ ବର୍ଷରୁ କମ୍‌ ଦଳର ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ମାଧ୍ୟମରେ ସିନିୟର ଦଳକୁ ଆସିଥିବାରୁ ମୁଁ ବହୁତ ଖୁସି। ଏମାନଙ୍କୁ ଚିହ୍ନଟ କରିଥିବା ୧୮ ବର୍ଷରୁ କମ୍‌ କୋଚିଂ ଓ ସ୍କାଉଟିଂ ଟିମ୍‌ ଧନ୍ୟବାଦର ପାତ୍ର। ଖେଳାଳି ମାନଙ୍କୁ ମଧ୍ୟ ପ୍ରଶଂସା କରିବାକୁ ପଡ଼ିବ। କାରଣ ସେମାନେ କଠିନ ପରିଶ୍ରମ କରିଥିବାରୁ ଏଠାରେ ପହଞ୍ଚତ୍ ପାରିଛନ୍ତି। ସିନିୟର ଦଳରେ ସେମାନେ ସେହି ନିଷ୍ଠା ଜାରି ରଖିବା ଆଶା ରହିଛି ବୋଲି ଓଡ଼ିଶା ଏଫସି ସଭାପତି ରୋହନ ଶର୍ମା ପ୍ରକାଶ କରିଛନ୍ତି। ଯୁବ ଦଳର ୫ ଖେଳାଳି ପେସାଦାର ଫୁଟବଲ ଖେଳିବାକୁ ଯୋଗ୍ୟ ହୋଇଥିବାରୁ ମୋତେ ବହୁତ ଖୁସି ଲାଗୁଛି। ସେମାନେ ନିଜ ଦକ୍ଷତା ପ୍ରଦର୍ଶନ କରି ହିରୋ ଏଲିଟ୍‌ ଲିଗ୍‌ର ଫାଇନାଲରେ ଦଳକୁ ପ୍ରବେଶ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଆଗକୁ ତାଙ୍କ ପାଇଁ କଠିନ ସମୟ ଆସୁଛି ବୋଲି ୟୁଥ୍‌ ଟିମ୍‌ କୋଚ୍‌ ସନ୍ଦିପ ଆଲହାନ କହିଛନ୍ତି। ”୧୮ ବର୍ଷରୁ କମ୍‌ ଦଳର କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ କଠିନ ପରିଶ୍ରମ କରୁଥିବା ଏଥିରୁ ପ୍ରମାଣ ମିଳୁଛି। ବର୍ଷ ବର୍ଷ ଧରି କ୍ଲବ ମ୍ୟାନେଜମେଣ୍ଟ ୟୁଥ୍‌ ସେଟ୍‌ଅପ୍‌କୁ ସମର୍ଥନ କରି ଆସୁଛନ୍ତି। ଗତବର୍ଷ ଆଇଏସଏଲର ଶେଷ ଭାଗ କ୍ଲବ ପାଇଁ ଭଲ ରହି ନ ଥିଲା। ମାତ୍ର ଏଥର ଦଳ ଭଲ କରିବା ନେଇ ଆଶା ରହିଛି। ସିନିୟର ଦଳରେ ଭାଗ ନେଇପାରି ନ ଥିବା ଖେଳାଳିମାନେ ନିରାଶ ହେବା ଉଚିତ ନୁହେଁ। ସେମାନଙ୍କ ପାଇଁ ଅନ୍ୟ ଦ୍ୱାର ନିଶ୍ଚିତ ଖୋଲା ରହିବ। ଆଗାମୀ ସିଜନ ସମସ୍ତଙ୍କ ପାଇଁ ସ୍ମରଣୀୟ ହେବା ଆଶା“ ବୋଲି ଫୁଟବଲ ଡେଭ୍‌ଲପ୍‌ମେଣ୍ଟ ମୁଖ୍ୟ ଆକାଶ ନରୁଲା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳରନ୍ନ ପାଇଁ ପ୍ରମୋଦଙ୍କ ନାମ ସୁପାରିସ

ଭୁବନେଶ୍ୱର, ୬।୭(କ୍ରୀଡ଼ା ପ୍ରତିନିଧି)-ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆଉ ୨ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିସ...

ୟାମାଗୁଚି ମହିଳା, ନିଶିମୋତୋ ପୁରୁଷ ଫାଇନାଲରେ

ବ୍ୟାଙ୍କକ୍‌, ୨୫ା୧ (ଏଏଫ୍‌ପି)-ଟପ୍‌ ସିଡ୍‌ ତଥା ବିଶ୍ୱର ନମ୍ବର ୩ ଖେଳାଳି ଜାପାନର ଆକାନେ ୟାମାଗୁଚି ଥାଇଲାଣ୍ଡ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଏବଂ...

ଏଥର ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ପକ୍କା! ୬ ଫୁଟ ୨ ଇଞ୍ଚର ଏହି ଭାରତୀୟ ପେସର୍‌ଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨୫ ବର୍ଷୀୟ ତଥା ୬ ଫୁଟ...

ସ୍ତ୍ରୀ, ମା’ଙ୍କୁ ହତ୍ୟା କରି ପୂର୍ବତନ ଭାରତୀୟ ଆଥ୍‌ଲେଟ୍‌ ଗିରଫ

ଓ୍ବାଶିଂଟନ, ୨୬।୮: ଭାରତ ପାଇଁ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଆଥ୍‌ଲେଟ୍‌ ଇକ୍‌ବାଲ ସିଂ ନିଜ ସ୍ତ୍ରୀ ଓ ମା’ଙ୍କୁ ହତ୍ୟା କରିଥିବା...

ରାହାନେଙ୍କ ଲାଗି ଇଚ୍ଛୁକ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୨।୮- ଅଜିଙ୍କ୍ୟ ରାହାନେ ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସର ଅନ୍ୟତମ ଦକ୍ଷ ଖେଳାଳି। ସେ ପରବର୍ତ୍ତୀ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପାଇଁ ଖେଳିପାରନ୍ତି। ଏଥିନେଇ...

କେବେ ହୋଇଥିଲା ଦ୍ରାଭିଡ-ରୋହିତଙ୍କ ପ୍ରଥମ ସାକ୍ଷାତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ଜୟପୁରରେ ଖେଳାଯିବ। ଏହି ମ୍ୟାଚରେ ଏକ...

ଗୋଆରେ ଖେଳାଯିବ ଆଇଏସ୍‌ଏଲ ଫାଇନାଲ

ମୁମ୍ବାଇ,୨୩ା୨(ପି.ଟି.)- ଗୋଆର ମାର୍ଗାଓଠାରେ ଚଳିତ ସିଜନରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଫାଇନାଲ ଖେଳାଯିବ। ଏ ନେଇ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ସ ଫାଉଣ୍ଡିଂ ମୁଖ୍ୟ ନିତା...

ହାତରେ କରତ ଧରିଲେ ବିରାଟ କୋହଲି, ଜାଣନ୍ତୁ କାହିଁକି

ଚଳିତବର୍ଷ ଆଇପିଏଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ୍‌ କରାଇବା ପାଇଁ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି ଅଧିନାୟକ ବିରାଟ କୋହଲି। ଏଥର ଟିମ୍‌ ସନ୍ତୁଳିତ ଅଛି,...

Advertisement
Archives

Model This Week