Posted inଖେଳ

ଇଣ୍ଡିଆନ ସୁପର ଲିଗ୍:‌ ଓଡ଼ିଶା ଏଫ୍‌ସି- ଏଟିକେ ମୋହନବାଗାନ ମୁକାବିଲା

ଭୁବନେଶ୍ୱର,୩।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସପ୍ତମ ସଂସ୍କରଣରେ ଗୁରୁବାର ଓଡ଼ିଶା ଏଫ୍‌ସି ଓ ଏଟିକେ ମୋହନବାଗାନ ପରସ୍ପରକୁ ଭେଟିବେ। ଏହାପୂର୍ବରୁ ଗତ ରବିବାର ଖେଳା ଯାଇଥିବା ଜାମ୍‌ସେଦ୍‌ପୁର ଏଫ୍‌ସି ବିପକ୍ଷ ମ୍ୟାଚ୍‌କୁ ଓଡ଼ିଶା ବେଶ୍‌ ଲଢୁଆ ଢଙ୍ଗରେ ୨-୨ ଗୋଲରେ ଅମୀମାଂସିତ ରଖିଥିଲା। ଏହି ପ୍ରଦର୍ଶନରୁ ଦଳ ବେଶ୍‌ ଉତ୍ସାହ ଓ ପ୍ରେରଣା ହାସଲ କରିଛି ବୋଲି ଓଡ଼ିଶା ଏଫ୍‌ସି କୋଚ୍‌ ଷ୍ଟୁଆର୍ଟ ବକ୍ସଟର କହିଛନ୍ତି। ଟୁର୍ନାମେଣ୍ଟରେ ପ୍ରାରମ୍ଭିକ କେତୋଟି ମ୍ୟାଚ୍‌ ଦଳ ବିକାଶ ପ୍ରକ୍ରିୟାର ଅଂଶ ବୋଲି ସେ କହିଛନ୍ତି। ଯୁବ ଭାରତୀୟ ଫୁଟବଲରଙ୍କ ବିକାଶରେ ଓଡ଼ିଶା ଦଳ ବିଶ୍ୱାସ କରେ। ଜୈବ ସୁରକ୍ଷିତ ପରିବେଶରେ ଭାରତୀୟ ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ । ଗତ ମ୍ୟାଚ୍‌ର ପ୍ରଦର୍ଶନ ଖେଳାଳିଙ୍କ ମନରେ ଆତ୍ମବିଶ୍ୱାସ ଓ ଶକ୍ତି ଆଣି ଦେଇଛି ବୋଲି ମ୍ୟାଚ୍‌ ପର ଖବରଦାତା ସମ୍ମିଳନୀରେ ସେ କହିଛନ୍ତି। ତେବେ ଏହି ପ୍ରଦର୍ଶନକୁ ଆଗକୁ ବଜାୟ ରଖିବା ନିହାତି ଜରୁରୀ ବୋଲି ସେ କହିଛନ୍ତି।
ଏଠାରେ ପହଞ୍ଚିବା ପରେ ଆମେ ବୋୟୋ ବବଲରେ ରହିଥିଲୁ। ପୁଣି ଆମ ପାଖରେ ସମୟ ମଧ୍ୟ କମ୍‌ ରହିଥିଲା। ଅଭ୍ୟାସ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ନ ଥିଲା। ତେଣୁ ଲିଗ୍‌ର ମ୍ୟାଚ୍‌ଗୁଡିକ ଖେଳିବା ଅବସରରେ ଦଳର ପ୍ରଦର୍ଶନରେ କ୍ରମାଗତ ଉନ୍ନତି ଆସିବ। କିନ୍ତୁ ଇଟାଲୀ, ସ୍ପେନ୍‌ ଓ ଇଂଲଣ୍ଡ ଖେଳାଳିଙ୍କ ପାଇଁ ଏହା ନିଶ୍ଚିତ ଭାବେ କଷ୍ଟକର। କିନ୍ତୁ ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତୀୟ ଖେଳାଳିମାନେ ଦୁଇ ପାଦ ଆଗରେ ରହିବେ। ଭାରତୀୟ ଖେଳାଳିମାନେ ଏହାକୁ ସହଜରେ ଗ୍ରହଣ କରିଛନ୍ତି। ଆମର କାର୍ଯ୍ୟ ମଧ୍ୟ ଆଗକୁ ବଢିଛି। ପ୍ରଦର୍ଶନରେ ଉନ୍ନତି ଆସିବା ସହ ଫଳାଫଳ ମଧ୍ୟ ସେହି ଅନୁରୂପ ହେବା ଅପରହାର୍ଯ୍ୟ ବୋଲି ସେ କହିଛନ୍ତି। ଯଦି ଫଳାଫଳ ଭଲ ନ ହେବ ତା’ହେଲେ ଏତେ ପରିଶ୍ରମର ମୂଲ୍ୟ ରହିବ ନାହିଁ। ଦଳ ଏବେ ଆଗକୁ ବଢୁଛି ଓ ପ୍ରଦର୍ଶନରେ ଉନ୍ନତି ଆସୁଛି। ତେଣୁ ବର୍ତ୍ତମାନ ପାଇଁ ଏହା ବଡ଼ କଥା ବୋଲି ସେ ସ୍ପଷ୍ଟ କରିଛନ୍ତି।
ନଭେମ୍ବର ୨୩ରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଏଫ୍‌ସିଠାରୁ ୧-୦ ଗୋଲରେ ପରାସ୍ତ ହୋଇଥିଲା। ଓଡ଼ିଶା ଦଳରେ ହେଣ୍ଡ୍ରି ଆଣ୍ଟୋନି, ସୌରଭ ମେହେର, ଥଇବା ସିଂ ଓ ପ୍ରେମଜିତ ସିଂଙ୍କ ଭଳି ଦକ୍ଷ ଖେଳାଳି ରହିଥିଲେ। ନବାଗତ ଖେଳାଳିମାନେ ଦଳ ଓ ନୂଆ କୋଚ୍‌ଙ୍କ ଅଭ୍ୟସ୍ତ ହେବା ପାଇଁ ଟିକିଏ ସମୟ ନେବେ। ସମୟକ୍ରମେ ଅଭିଜ୍ଞତା ହାସଲ କରିବା ସହ ଏମାନେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇବେ ବୋଲି ୬୭ ବର୍ଷୀୟ ବକ୍ସଟର ଆଶା ପ୍ରକାଶ କରିଛନ୍ତି। ତେବେ ଅଭିଜ୍ଞତା ନ ଥିଲେ ମଧ୍ୟ ଏମାନେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇବାର ଦକ୍ଷତା ରଖୁଛନ୍ତି ବୋଲି ସେ କହିଛନ୍ତି। ଓଡ଼ିଶା ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧ ପଏଣ୍ଟ ହାସଲ କରି ତାଲିକାର ଦଶମ ସ୍ଥାନରେ ରହିଛି।
ଅପରପକ୍ଷରେ ଏଟିକେ ମୋହନବାଗାନ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍‌ ଖେଳି ଦୁଇଟି ବିଜୟ ସହ ୬ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଏଟିକେ ଦଳ ବେଶ୍‌ ସନ୍ତୁଳିତ ଓ ଶକ୍ତିଶାଳୀ ବୋଲି ଓଡ଼ିଶା କୋଚ୍‌ ବକ୍ସଟର ସ୍ବୀକାର କରିଛନ୍ତି। ଏହି ଦଳରେ ଏକାଧିକ ଦକ୍ଷ ଖେଳାଳି ରହିଛନ୍ତି। ଦଳର ଡିଫେନ୍ସ ବେଶ୍‌ ସନ୍ତୁଳିତ ଓ ଶକ୍ତିଶାଳୀ ରହିଛି। ତେଣୁ ଏହି ମ୍ୟାଚ୍‌ରେ ଏଟିକେଠାରୁ ଓଡ଼ିଶା କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଜାମସେଦ୍‌ପୁର ବିପକ୍ଷ ମ୍ୟାଚ୍‌ରେ ପଛରେ ଥାଇ ମଧ୍ୟ ଓଡ଼ିଶା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୨ଟି ଗୋଲ ଦେବା ସହ ମ୍ୟାଚ୍‌ ଡ୍ର ରଖିଥିଲା। ତେଣୁ ଏହି ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ ବୋଲି ଏଟିକେ ଦଳ ହୃଦୟଙ୍ଗମ କରିଥିବ। ଓଡ଼ିଶା ପାଇଁ ମାନୁଏଲ ଓନ୍‌ଉ ଓ ଡିଏଗୋ ମୋରୁସିଏଓ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ସଟର କହିଛନ୍ତି। ଉଭୟ ଭଲ ଖେଳାଳି ଓ ଭଲ ପ୍ରଦର୍ଶନ କରିଛନ୍ତି। ଦଳ ପାଇଁ ର୍‌ଆଗକୁ ଏମାନେ ଉପଯୋଗୀ ପ୍ରଦର୍ଶନ କରିବେ। ଏହି ମ୍ୟାଚ୍‌ରେ ଚ୍ୟାଲେଞ୍ଜ ରହିଛି। ତେବେ ଦଳ ବିଜୟୀ ହେବାକୁ ପ୍ରୟାସ କରିବ ବୋଲି ବକ୍ସଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?