Posted inଖେଳ

ଇଣ୍ଡିଆନ ସୁପର ଲିଗ୍:‌ ଓଡ଼ିଶା ଏଫ୍‌ସି- ଏଟିକେ ମୋହନବାଗାନ ମୁକାବିଲା

ଭୁବନେଶ୍ୱର,୩।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସପ୍ତମ ସଂସ୍କରଣରେ ଗୁରୁବାର ଓଡ଼ିଶା ଏଫ୍‌ସି ଓ ଏଟିକେ ମୋହନବାଗାନ ପରସ୍ପରକୁ ଭେଟିବେ। ଏହାପୂର୍ବରୁ ଗତ ରବିବାର ଖେଳା ଯାଇଥିବା ଜାମ୍‌ସେଦ୍‌ପୁର ଏଫ୍‌ସି ବିପକ୍ଷ ମ୍ୟାଚ୍‌କୁ ଓଡ଼ିଶା ବେଶ୍‌ ଲଢୁଆ ଢଙ୍ଗରେ ୨-୨ ଗୋଲରେ ଅମୀମାଂସିତ ରଖିଥିଲା। ଏହି ପ୍ରଦର୍ଶନରୁ ଦଳ ବେଶ୍‌ ଉତ୍ସାହ ଓ ପ୍ରେରଣା ହାସଲ କରିଛି ବୋଲି ଓଡ଼ିଶା ଏଫ୍‌ସି କୋଚ୍‌ ଷ୍ଟୁଆର୍ଟ ବକ୍ସଟର କହିଛନ୍ତି। ଟୁର୍ନାମେଣ୍ଟରେ ପ୍ରାରମ୍ଭିକ କେତୋଟି ମ୍ୟାଚ୍‌ ଦଳ ବିକାଶ ପ୍ରକ୍ରିୟାର ଅଂଶ ବୋଲି ସେ କହିଛନ୍ତି। ଯୁବ ଭାରତୀୟ ଫୁଟବଲରଙ୍କ ବିକାଶରେ ଓଡ଼ିଶା ଦଳ ବିଶ୍ୱାସ କରେ। ଜୈବ ସୁରକ୍ଷିତ ପରିବେଶରେ ଭାରତୀୟ ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ । ଗତ ମ୍ୟାଚ୍‌ର ପ୍ରଦର୍ଶନ ଖେଳାଳିଙ୍କ ମନରେ ଆତ୍ମବିଶ୍ୱାସ ଓ ଶକ୍ତି ଆଣି ଦେଇଛି ବୋଲି ମ୍ୟାଚ୍‌ ପର ଖବରଦାତା ସମ୍ମିଳନୀରେ ସେ କହିଛନ୍ତି। ତେବେ ଏହି ପ୍ରଦର୍ଶନକୁ ଆଗକୁ ବଜାୟ ରଖିବା ନିହାତି ଜରୁରୀ ବୋଲି ସେ କହିଛନ୍ତି।
ଏଠାରେ ପହଞ୍ଚିବା ପରେ ଆମେ ବୋୟୋ ବବଲରେ ରହିଥିଲୁ। ପୁଣି ଆମ ପାଖରେ ସମୟ ମଧ୍ୟ କମ୍‌ ରହିଥିଲା। ଅଭ୍ୟାସ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ନ ଥିଲା। ତେଣୁ ଲିଗ୍‌ର ମ୍ୟାଚ୍‌ଗୁଡିକ ଖେଳିବା ଅବସରରେ ଦଳର ପ୍ରଦର୍ଶନରେ କ୍ରମାଗତ ଉନ୍ନତି ଆସିବ। କିନ୍ତୁ ଇଟାଲୀ, ସ୍ପେନ୍‌ ଓ ଇଂଲଣ୍ଡ ଖେଳାଳିଙ୍କ ପାଇଁ ଏହା ନିଶ୍ଚିତ ଭାବେ କଷ୍ଟକର। କିନ୍ତୁ ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତୀୟ ଖେଳାଳିମାନେ ଦୁଇ ପାଦ ଆଗରେ ରହିବେ। ଭାରତୀୟ ଖେଳାଳିମାନେ ଏହାକୁ ସହଜରେ ଗ୍ରହଣ କରିଛନ୍ତି। ଆମର କାର୍ଯ୍ୟ ମଧ୍ୟ ଆଗକୁ ବଢିଛି। ପ୍ରଦର୍ଶନରେ ଉନ୍ନତି ଆସିବା ସହ ଫଳାଫଳ ମଧ୍ୟ ସେହି ଅନୁରୂପ ହେବା ଅପରହାର୍ଯ୍ୟ ବୋଲି ସେ କହିଛନ୍ତି। ଯଦି ଫଳାଫଳ ଭଲ ନ ହେବ ତା’ହେଲେ ଏତେ ପରିଶ୍ରମର ମୂଲ୍ୟ ରହିବ ନାହିଁ। ଦଳ ଏବେ ଆଗକୁ ବଢୁଛି ଓ ପ୍ରଦର୍ଶନରେ ଉନ୍ନତି ଆସୁଛି। ତେଣୁ ବର୍ତ୍ତମାନ ପାଇଁ ଏହା ବଡ଼ କଥା ବୋଲି ସେ ସ୍ପଷ୍ଟ କରିଛନ୍ତି।
ନଭେମ୍ବର ୨୩ରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଏଫ୍‌ସିଠାରୁ ୧-୦ ଗୋଲରେ ପରାସ୍ତ ହୋଇଥିଲା। ଓଡ଼ିଶା ଦଳରେ ହେଣ୍ଡ୍ରି ଆଣ୍ଟୋନି, ସୌରଭ ମେହେର, ଥଇବା ସିଂ ଓ ପ୍ରେମଜିତ ସିଂଙ୍କ ଭଳି ଦକ୍ଷ ଖେଳାଳି ରହିଥିଲେ। ନବାଗତ ଖେଳାଳିମାନେ ଦଳ ଓ ନୂଆ କୋଚ୍‌ଙ୍କ ଅଭ୍ୟସ୍ତ ହେବା ପାଇଁ ଟିକିଏ ସମୟ ନେବେ। ସମୟକ୍ରମେ ଅଭିଜ୍ଞତା ହାସଲ କରିବା ସହ ଏମାନେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇବେ ବୋଲି ୬୭ ବର୍ଷୀୟ ବକ୍ସଟର ଆଶା ପ୍ରକାଶ କରିଛନ୍ତି। ତେବେ ଅଭିଜ୍ଞତା ନ ଥିଲେ ମଧ୍ୟ ଏମାନେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇବାର ଦକ୍ଷତା ରଖୁଛନ୍ତି ବୋଲି ସେ କହିଛନ୍ତି। ଓଡ଼ିଶା ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧ ପଏଣ୍ଟ ହାସଲ କରି ତାଲିକାର ଦଶମ ସ୍ଥାନରେ ରହିଛି।
ଅପରପକ୍ଷରେ ଏଟିକେ ମୋହନବାଗାନ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍‌ ଖେଳି ଦୁଇଟି ବିଜୟ ସହ ୬ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଏଟିକେ ଦଳ ବେଶ୍‌ ସନ୍ତୁଳିତ ଓ ଶକ୍ତିଶାଳୀ ବୋଲି ଓଡ଼ିଶା କୋଚ୍‌ ବକ୍ସଟର ସ୍ବୀକାର କରିଛନ୍ତି। ଏହି ଦଳରେ ଏକାଧିକ ଦକ୍ଷ ଖେଳାଳି ରହିଛନ୍ତି। ଦଳର ଡିଫେନ୍ସ ବେଶ୍‌ ସନ୍ତୁଳିତ ଓ ଶକ୍ତିଶାଳୀ ରହିଛି। ତେଣୁ ଏହି ମ୍ୟାଚ୍‌ରେ ଏଟିକେଠାରୁ ଓଡ଼ିଶା କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଜାମସେଦ୍‌ପୁର ବିପକ୍ଷ ମ୍ୟାଚ୍‌ରେ ପଛରେ ଥାଇ ମଧ୍ୟ ଓଡ଼ିଶା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୨ଟି ଗୋଲ ଦେବା ସହ ମ୍ୟାଚ୍‌ ଡ୍ର ରଖିଥିଲା। ତେଣୁ ଏହି ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ ବୋଲି ଏଟିକେ ଦଳ ହୃଦୟଙ୍ଗମ କରିଥିବ। ଓଡ଼ିଶା ପାଇଁ ମାନୁଏଲ ଓନ୍‌ଉ ଓ ଡିଏଗୋ ମୋରୁସିଏଓ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ସଟର କହିଛନ୍ତି। ଉଭୟ ଭଲ ଖେଳାଳି ଓ ଭଲ ପ୍ରଦର୍ଶନ କରିଛନ୍ତି। ଦଳ ପାଇଁ ର୍‌ଆଗକୁ ଏମାନେ ଉପଯୋଗୀ ପ୍ରଦର୍ଶନ କରିବେ। ଏହି ମ୍ୟାଚ୍‌ରେ ଚ୍ୟାଲେଞ୍ଜ ରହିଛି। ତେବେ ଦଳ ବିଜୟୀ ହେବାକୁ ପ୍ରୟାସ କରିବ ବୋଲି ବକ୍ସଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri