Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଲିଗ୍‌ ଓ୍ବିନର୍ସ ଶିଲ୍ଡ ଜିତିଲା ମୁମ୍ବାଇ

ଭୁବନେଶ୍ୱର,୧।୩: ଚଳିତ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ ସିଟ୍‌ ଏଫ୍‌ସି ୨-୧ ଗୋଲରେ ଏଟିକେ ମୋହନବାଗାନ(ଏଟିକେଏମ୍‌ବି)କୁ ପରାସ୍ତ କରିଛି। ଏଥି ସହ ମୁମ୍ବାଇ ତାଲିକାର ଶୀର୍ଷରେ ରହି ଲିଗ୍‌ ଓ୍ବିନର୍ସ ଶିଲ୍ଡ ହାସଲ କରିଛି। କୋଚ୍‌ ସର୍ଗିଓ ଲୋବେରାଙ୍କ ତତ୍ତ୍ୱାବଧାନରେ ମୁମ୍ବାଇ ୨୦ଟି ମ୍ୟାଚ୍‌ ଖେଳି ୧୨ ବିଜୟ, ୪ ଡ୍ର ଓ ପରାଜୟ ସହ ମୋଟ ୪୦ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହି ଏହି ସଫଳତା ପାଇଛି। ଅନ୍ୟପଟେ ଏଟିକେଏମ୍‌ବି ୨୦ଟି ମ୍ୟାଚ୍‌ ଖେଳି ୧୨ ବିଜୟ ୪ ଲେଖାଏ ଡ୍ର ଓ ପରାଜୟ ସହ ସମାନ ୪୦ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ ବ୍ୟବଧାନରେ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିବା ସହ ଲିଗ୍‌ ଓ୍ବିନର୍ସ ଶିଲ୍ଡ ହାସଲରୁ ବଞ୍ଚିତ ହୋଇଛି।
ରବିବାର ଖେଳାଯାଇଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ମୁମ୍ବାଇ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ମୁମ୍ବାଇ ତରଫରୁ ମୋର୍ଟାଡା ଫଲ ସପ୍ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ୩୯ ତମ ମିନିଟ୍‌ରେ ମୁମ୍ବାଇର ବାର୍ଥୋଲୋମ୍ୟୁ ଓଗବେଚେ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥାମର୍ଦ୍ଧ ଶେଷ ହେବା ବେଳକୁ ମୁମ୍ବାଇ ଅଗ୍ରଣୀ ବଜାୟ ରଖିଥିଲା। ଏହାପରେ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ସୁଯୋଗ ପାଇଥିଲେ ମଧ୍ୟ ଏଟିକେଏମ୍‌ବି ଗୋଲ ଦେଇପାରି ନ ଥିଲା ଓ ସହଜରେ ମ୍ୟାଚ୍‌ ହାତଛଡ଼ା କରିଥିଲା। ତେବେ ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଏଟିକେଏମ୍‌ବି ଆଗରେ ରହିଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରି ନ ଥିଲା। ଦଳର ପ୍ରଦର୍ଶନରେ ମୁମ୍ବାଇ କୋଚ୍‌ ଲୋବେରା ଖୁସି ଜାହିର କରିଛନ୍ତି। ଖେଳାଳିଙ୍କ ପ୍ରଦର୍ଶନ ଗର୍ବିତ ବୋଲି ସେ କହିଛନ୍ତି। ଏଟିକେଏମ୍‌ବି ଏକ କ୍ୱାଲିଟି ଦଳ ବୋଲି ଜାଣିଥିଲୁ। ଯୋଜନା ଅନୁସାରେ ଖେଳି ସଫଳତା ପାଇଛୁ। ଲିଗ୍‌ରେ ଆମେ ଭଲ ଆରମ୍ଭ କରିଥିଲୁ। ତେବେ ଶେଷ ଆଡକୁ ଆଶନୁରୂପ ପ୍ରଦର୍ଶନ କରିପାରି ନ ଥିଲୁ। ଶେଷରେ ଲିଗ୍‌ ଓ୍ବିନର୍ସ ଶିଲ୍ଡ ଜିତିଥିବାରୁ ଆମେ ବେଶ୍‌ ଆନନ୍ଦିତ ଅଛୁ ବୋଲି ସେ କହିଛନ୍ତି।
ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡାନ୍ତ
ଆଇଏସଏଲ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ମୁମ୍ବାଇ, ଏଟିକେଏମ୍‌ବି, ନର୍ଥଇଷ୍ଟ ୟୁନାଇଟେଡ ଓ ଗୋଆ ଯଥାକ୍ରମେ ପଏଣ୍ଟ ତାଲକାର ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଫଳରେ ପ୍ଲେଅଫ୍‌ କାର୍ଯସୂଚୀ ସ୍ପଷ୍ଟ ହୋଇଛି। ମୁମ୍ବାଇ ଏବେ ଚତୁର୍ଥ ସ୍ଥାନରେ ଥିବା ଏଫ୍‌ସି ଗୋଆ ବିପକ୍ଷରେ ଦୁଇ ଲେଗ୍‌ ବିଶିଷ୍ଟ ସେମିଫାଇନାଲ ଖେଳିବ। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ଏଟିକେଏମ୍‌ବି ଦୁଇ ଲେଗ ବିଶିଷ୍ଟ ସେମିଫାଇନାଲରେ ତୃତୀୟ ସ୍ଥାନ ହାସଲ କରିଥିବା ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବ।
ପ୍ଲେଅଫ୍‌ କାର୍ଯ୍ୟସୂଚୀ
ତାରିଖ ମୁକାବିଲା ଭେନ୍ୟୁ
୫ ଗୋଆ- ମୁମ୍ବାଇ ଫାଟୋର୍ଡା
୬ ନର୍ଥଇଷ୍ଟ- ଏଟିକେଏମ୍‌ବି ବାମ୍ବୋଲିମ
୮ ମୁମ୍ବାଇ- ଗୋଆ ବାମ୍ବୋଲିମ
୯ ଏଟିକେଏମ୍‌ବି- ନର୍ଥଇଷ୍ଟ ଫାଟୋର୍ଡା
୧୩ ଗ୍ରାଣ୍ଡ ଫାଇନାଲ ଫାଟୋର୍ଡା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ସଞ୍ଜୁଙ୍କ ସ୍ଥାନ ନେବେ କି ବୈଭବ? ଚତୁର୍ଥ T20 ପୂର୍ବରୁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୨ା୧୦: ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଭାରତୀୟ ଦଳ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଛି । ତେବେ ଦଳର ଓପନିଂ ଯୋଡ଼ିକୁ ନେଇ…

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?