Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇକୁ ପ୍ରଥମ ଟାଇଟଲ

ମାର୍ଗାଓ, ୧୪।୩: ମୁମ୍ବାଇ ସିଟି ଏଫ୍‌ସି ପ୍ରଥମଥର ପାଇଁ ହାଇପ୍ରୋଫାଇଲ୍‌ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଟାଇଟଲ ହାସଲ କରିଛି। ଭାରତର ଏହି ସର୍ବବୃହତ୍‌ ତଥା ଶ୍ରେଷ୍ଠ ଫୁଟ୍‌ବଲ ଲିଗ୍‌ ଆଇଏସ୍‌ଏଲର ସପ୍ତମ ସଂସ୍କରଣ ଶନିବାର ଶେଷ ହୋଇଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ପୂର୍ବରୁ ଲିଗ୍‌ ଓ୍ବିନର୍ସ ଶିଲ୍ଡ ହାସଲ କରିଥିବା ମୁମ୍ବାଇ ଶେଷରେ ବାଜି ମାରିଛି। ସଂଘର୍ଷପୂର୍ଣ୍ଣ ଏହି ଟାଇଟଲ ମୁକାବିଲାରେ ମୁମ୍ବାଇ ୨-୧ ଗୋଲରେ ଏଟିକେ ମୋହନବାଗାନକୁ ପରାସ୍ତ କରି ଆଇଏସ୍‌ଏଲ୍‌ ଇତିହାସରେ ପ୍ରଥମଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଲିଗ୍‌ରେ ଦ୍ୱିତୀୟ ଦଳ ଭାବେ ମୁମ୍ବାଇ ଲିଗ୍‌ ଓ୍ବିନର୍ସ ଶିଲ୍ଡ ଜିତିବା ସହ ଚାମ୍ପିୟନ ହୋଇ ବିରଳ ସଫଳତା ଅର୍ଜନ କରିଛି। ପୂର୍ବରୁ ବେଙ୍ଗାଲୁରୁ ଏଫ୍‌ସି ଏହିଭଳି ସଫଳତା ପାଇଥିଲା। ସାରା ଲିଗ୍‌ରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରି ଏଟିକେ ମୋହନବାଗାନ ତାରକା ଖେଳାଳି ରଏ କ୍ରିଷ୍ଣା ଗୋଲ୍ଡେନ ବଲ୍‌ ତଥା ହିରୋ ଅଫ୍‌ ଦି ଲିଗ୍‌ ପୁରସ୍କାର ହାସଲ କରିଛନ୍ତି। ସାରା ଲିଗ୍‌ରେ ମୁମ୍ବାଇ ଦମ୍‌ଦାର ପ୍ରଦର୍ଶନ କରିଥିଲା ଓ ଶେଷରେ ତାଜ୍‌ ହାସଲ କରିବାରେ ସଫଳ ହୋଇଛି।
ମ୍ୟାଚ୍‌ର ୧୮ତମ ମିନିଟ୍‌ରେ କିନ୍ତୁ ଅଷ୍ଟ୍ରେଲିଆର ତାରକା ଷ୍ଟ୍ରାଇକର ଡେଭିଡ୍‌ ଓ୍ବିଲିୟମ୍ସ ପ୍ରଥମ ଗୋଲ ଦେଇ ଏଟିକେକୁ ଅଗ୍ରଣୀ କରାଇଥିଲେ। ତେବେ ୨୯ତମ ମିନିଟ୍‌ରେ ଏଟିକେର ସ୍ପାନିଶ୍‌ ଡିଫେଣ୍ଡର ତିରି ନାମରେ ଜଣାଶୁଣା ଥିବା ଜୋଶ ଲୁଇସ୍‌ ଏସ୍ପିନୋସା ଆରୋୟୋ ଆତ୍ମଘାତୀ ଗୋଲ ସ୍କୋର କରିଥିଲେ। ତିରି ବଲ୍‌କୁ ହେଡ୍‌ କରିଥିଲେ। ତେବେ ବଲ୍‌ ଯାଇ ନିଜ ଗୋଲ ପୋଷ୍ଟ ଅର୍ଥାତ୍‌ ଏଟିକେର ନେଟ୍‌କୁ ଛୁଇଁଥିଲା। ଏହି ଆତ୍ମଘାତୀ ଗୋଲ ଏଟିକେ ପାଇଁ ଶେଷରେ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ମ୍ୟାଚ୍‌ ୧-୧ ସମାନସ୍ତରକୁ ଆସିଥିଲା। ଅନ୍ତିମ ମୁହୂର୍ତ୍ତରେ ୯୦ତମ ମିନିଟ୍‌ରେ ବିପିନ ସିଂ ଗୋଲ ଦେଇ ମୁମ୍ବାଇକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଏହାପରେ ଉଭୟ ଦଳ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ ଗୋଲ ସମ୍ଭବ ହୋଇପାରି ନ ଥିଲା। ଫଳରେ ମୁମ୍ବାଇ ଶେଷରେ ବିଜୟୀ ହୋଇଥିଲା। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ମୁମ୍ବାଇ ଯଥେଷ୍ଟ ଆଗରେ ଥିଲା।
ଲିଗ୍‌ ପର୍ଯ୍ୟାୟରେ ମୁମ୍ବାଇ ୨୦ଟି ମ୍ୟାଚ୍‌ ଖେଳି ୧୨ ବିଜୟ, ୪ଟି ଲେଖାଏ ଡ୍ର ଓ ପରାଜୟ ସହ ୪୦ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିବା ସହ ଲିଗ୍‌ ଓ୍ବନର୍ସ ଟ୍ରଫି ହାସଲ କରିଥିଲା। ଲିଗ୍‌ ଆରମ୍ଭରୁ ମୁମ୍ବାଇ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ଆଡକୁ ଏହାକୁ ବଜାୟ ରଖିପାରି ନ ଥିଲା। ତେବେ ଶେଷରେ ମୁମ୍ବାଇ ସବୁ ଦୃଷ୍ଟିକୋଣରୁ ବାଜି ମାରିଛି କହିଲେ ଭୁଲ ହେବନାହିଁ। ଦଳର ଏହି ବିଜୟ ତଥା ଦୃଷ୍ଟାନ୍ତମୂଳକ ପ୍ରଦର୍ଶନରେ ମୁମ୍ବାଇ କୋଚ୍‌ ସେର୍ଗିଓ ଲୋବେରା ଖୁସି ଜାହିର କରିଛନ୍ତି। ନିଜ ଦଳର ଖେଳାଳିମାନଙ୍କୁ ସେ ପ୍ରଶଂସା କରିଛନ୍ତି।

* ଚାମ୍ପିୟନ ମୁମ୍ବାଇକୁ ସ୍ବର୍ଣ୍ଣ ପଦକ ସହ ୮ କୋଟି ଟଙ୍କା ଆର୍ଥିକ ପୁରସ୍କାର
* ରନର୍ସ ଅପ୍‌ ଏଟିକେକୁ ରୌପ୍ୟ ପଦକ ସହ ୪ କୋଟି ଟଙ୍କା ଆର୍ଥିକ ପୁରସ୍କାର
* ହିରୋ ଅଫ୍‌ ଦି ଲିଗ୍‌ (ଗୋଲ୍ଡେନ୍‌ ବଲ୍‌) ପୁରସ୍କାର: ରଏ କ୍ରିଷ୍ଣା (ଏଟିକେ ମୋହନବାଗାନ)
* ଇମର୍ଜିଂ ପ୍ଲେୟର ଅଫ୍‌ ଦି ଲିଗ୍‌: ଲାଲେଙ୍ଗମାଓ୍ବିଆ (ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି)
* ଗୋଲ୍ଡେନ ବୁଟ୍‌ ଆଓ୍ବାର୍ଡ: ଇଗର ଅଙ୍ଗୁଲୋ (ଏଫ୍‌ସି ଗୋଆ)
* ଗୋଲ୍ଡେନ ଗ୍ଲୋଭ୍‌ ଆଓ୍ବାର୍ଡ: ଅରିନ୍ଦମ ଭଟ୍ଟାଚାର୍ଯ୍ୟ (ଏଟିକେ ମୋହନବାଗାନ)
* ଓ୍ବିନିଂ ପାସ୍‌ ଅଫ ଦି ଲିଗ୍‌ ଆଓ୍ବାର୍ଡ: ଆଲବାର୍ଟୋ ନୋଗୁଏରା(ଏଫ୍‌ସି ଗୋଆ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri