Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇକୁ ପ୍ରଥମ ଟାଇଟଲ

ମାର୍ଗାଓ, ୧୪।୩: ମୁମ୍ବାଇ ସିଟି ଏଫ୍‌ସି ପ୍ରଥମଥର ପାଇଁ ହାଇପ୍ରୋଫାଇଲ୍‌ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଟାଇଟଲ ହାସଲ କରିଛି। ଭାରତର ଏହି ସର୍ବବୃହତ୍‌ ତଥା ଶ୍ରେଷ୍ଠ ଫୁଟ୍‌ବଲ ଲିଗ୍‌ ଆଇଏସ୍‌ଏଲର ସପ୍ତମ ସଂସ୍କରଣ ଶନିବାର ଶେଷ ହୋଇଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ପୂର୍ବରୁ ଲିଗ୍‌ ଓ୍ବିନର୍ସ ଶିଲ୍ଡ ହାସଲ କରିଥିବା ମୁମ୍ବାଇ ଶେଷରେ ବାଜି ମାରିଛି। ସଂଘର୍ଷପୂର୍ଣ୍ଣ ଏହି ଟାଇଟଲ ମୁକାବିଲାରେ ମୁମ୍ବାଇ ୨-୧ ଗୋଲରେ ଏଟିକେ ମୋହନବାଗାନକୁ ପରାସ୍ତ କରି ଆଇଏସ୍‌ଏଲ୍‌ ଇତିହାସରେ ପ୍ରଥମଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଲିଗ୍‌ରେ ଦ୍ୱିତୀୟ ଦଳ ଭାବେ ମୁମ୍ବାଇ ଲିଗ୍‌ ଓ୍ବିନର୍ସ ଶିଲ୍ଡ ଜିତିବା ସହ ଚାମ୍ପିୟନ ହୋଇ ବିରଳ ସଫଳତା ଅର୍ଜନ କରିଛି। ପୂର୍ବରୁ ବେଙ୍ଗାଲୁରୁ ଏଫ୍‌ସି ଏହିଭଳି ସଫଳତା ପାଇଥିଲା। ସାରା ଲିଗ୍‌ରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରି ଏଟିକେ ମୋହନବାଗାନ ତାରକା ଖେଳାଳି ରଏ କ୍ରିଷ୍ଣା ଗୋଲ୍ଡେନ ବଲ୍‌ ତଥା ହିରୋ ଅଫ୍‌ ଦି ଲିଗ୍‌ ପୁରସ୍କାର ହାସଲ କରିଛନ୍ତି। ସାରା ଲିଗ୍‌ରେ ମୁମ୍ବାଇ ଦମ୍‌ଦାର ପ୍ରଦର୍ଶନ କରିଥିଲା ଓ ଶେଷରେ ତାଜ୍‌ ହାସଲ କରିବାରେ ସଫଳ ହୋଇଛି।
ମ୍ୟାଚ୍‌ର ୧୮ତମ ମିନିଟ୍‌ରେ କିନ୍ତୁ ଅଷ୍ଟ୍ରେଲିଆର ତାରକା ଷ୍ଟ୍ରାଇକର ଡେଭିଡ୍‌ ଓ୍ବିଲିୟମ୍ସ ପ୍ରଥମ ଗୋଲ ଦେଇ ଏଟିକେକୁ ଅଗ୍ରଣୀ କରାଇଥିଲେ। ତେବେ ୨୯ତମ ମିନିଟ୍‌ରେ ଏଟିକେର ସ୍ପାନିଶ୍‌ ଡିଫେଣ୍ଡର ତିରି ନାମରେ ଜଣାଶୁଣା ଥିବା ଜୋଶ ଲୁଇସ୍‌ ଏସ୍ପିନୋସା ଆରୋୟୋ ଆତ୍ମଘାତୀ ଗୋଲ ସ୍କୋର କରିଥିଲେ। ତିରି ବଲ୍‌କୁ ହେଡ୍‌ କରିଥିଲେ। ତେବେ ବଲ୍‌ ଯାଇ ନିଜ ଗୋଲ ପୋଷ୍ଟ ଅର୍ଥାତ୍‌ ଏଟିକେର ନେଟ୍‌କୁ ଛୁଇଁଥିଲା। ଏହି ଆତ୍ମଘାତୀ ଗୋଲ ଏଟିକେ ପାଇଁ ଶେଷରେ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ମ୍ୟାଚ୍‌ ୧-୧ ସମାନସ୍ତରକୁ ଆସିଥିଲା। ଅନ୍ତିମ ମୁହୂର୍ତ୍ତରେ ୯୦ତମ ମିନିଟ୍‌ରେ ବିପିନ ସିଂ ଗୋଲ ଦେଇ ମୁମ୍ବାଇକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଏହାପରେ ଉଭୟ ଦଳ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ ଗୋଲ ସମ୍ଭବ ହୋଇପାରି ନ ଥିଲା। ଫଳରେ ମୁମ୍ବାଇ ଶେଷରେ ବିଜୟୀ ହୋଇଥିଲା। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ମୁମ୍ବାଇ ଯଥେଷ୍ଟ ଆଗରେ ଥିଲା।
ଲିଗ୍‌ ପର୍ଯ୍ୟାୟରେ ମୁମ୍ବାଇ ୨୦ଟି ମ୍ୟାଚ୍‌ ଖେଳି ୧୨ ବିଜୟ, ୪ଟି ଲେଖାଏ ଡ୍ର ଓ ପରାଜୟ ସହ ୪୦ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିବା ସହ ଲିଗ୍‌ ଓ୍ବନର୍ସ ଟ୍ରଫି ହାସଲ କରିଥିଲା। ଲିଗ୍‌ ଆରମ୍ଭରୁ ମୁମ୍ବାଇ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ଆଡକୁ ଏହାକୁ ବଜାୟ ରଖିପାରି ନ ଥିଲା। ତେବେ ଶେଷରେ ମୁମ୍ବାଇ ସବୁ ଦୃଷ୍ଟିକୋଣରୁ ବାଜି ମାରିଛି କହିଲେ ଭୁଲ ହେବନାହିଁ। ଦଳର ଏହି ବିଜୟ ତଥା ଦୃଷ୍ଟାନ୍ତମୂଳକ ପ୍ରଦର୍ଶନରେ ମୁମ୍ବାଇ କୋଚ୍‌ ସେର୍ଗିଓ ଲୋବେରା ଖୁସି ଜାହିର କରିଛନ୍ତି। ନିଜ ଦଳର ଖେଳାଳିମାନଙ୍କୁ ସେ ପ୍ରଶଂସା କରିଛନ୍ତି।

* ଚାମ୍ପିୟନ ମୁମ୍ବାଇକୁ ସ୍ବର୍ଣ୍ଣ ପଦକ ସହ ୮ କୋଟି ଟଙ୍କା ଆର୍ଥିକ ପୁରସ୍କାର
* ରନର୍ସ ଅପ୍‌ ଏଟିକେକୁ ରୌପ୍ୟ ପଦକ ସହ ୪ କୋଟି ଟଙ୍କା ଆର୍ଥିକ ପୁରସ୍କାର
* ହିରୋ ଅଫ୍‌ ଦି ଲିଗ୍‌ (ଗୋଲ୍ଡେନ୍‌ ବଲ୍‌) ପୁରସ୍କାର: ରଏ କ୍ରିଷ୍ଣା (ଏଟିକେ ମୋହନବାଗାନ)
* ଇମର୍ଜିଂ ପ୍ଲେୟର ଅଫ୍‌ ଦି ଲିଗ୍‌: ଲାଲେଙ୍ଗମାଓ୍ବିଆ (ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି)
* ଗୋଲ୍ଡେନ ବୁଟ୍‌ ଆଓ୍ବାର୍ଡ: ଇଗର ଅଙ୍ଗୁଲୋ (ଏଫ୍‌ସି ଗୋଆ)
* ଗୋଲ୍ଡେନ ଗ୍ଲୋଭ୍‌ ଆଓ୍ବାର୍ଡ: ଅରିନ୍ଦମ ଭଟ୍ଟାଚାର୍ଯ୍ୟ (ଏଟିକେ ମୋହନବାଗାନ)
* ଓ୍ବିନିଂ ପାସ୍‌ ଅଫ ଦି ଲିଗ୍‌ ଆଓ୍ବାର୍ଡ: ଆଲବାର୍ଟୋ ନୋଗୁଏରା(ଏଫ୍‌ସି ଗୋଆ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri