ବନ୍ଦ ହୋଇପାରେ ସରକାରୀ ଗାଡ଼ି ରେଜିଷ୍ଟ୍ରେଶନ ନବୀକରଣ

ଭୁବନେଶ୍ୱର,୧୪।୩: କେନ୍ଦ୍ର ସରକାର ନୂଆ ସଡ଼କ ପରିବହନ ନିୟମ ସହ ପରିବେଶ ସୁରକ୍ଷା ଏବଂ ପୁରୁଣା ଗାଡ଼ି ପାଇଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ନୂଆ ନିୟମ ଲାଗୁ କରିପାରନ୍ତି ବୋଲି ସୂଚନା ମିଳିଛି। ନୂଆ ନିୟମ ଅନୁସାରେ ସରକାରୀ ବିଭାଗଗୁଡିକରେ ବ୍ୟବହାର ହେଉଥିବା ପୁରୁଣା ଗାଡ଼ିଗୁଡିକ ୨୦୨୨ ଏପ୍ରିଲ ୧ ରୁ ୧୫ବର୍ଷରୁ ଉର୍ଦ୍ଧ୍ୱ ଗାଡ଼ିର ଆଉ ରେଜିଷ୍ଟ୍ରେଶନ ନବୀକରଣ କରାଯିବ ନାହିଁ। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଥିବା ଜଣାପଡିଛି। ଯଦି ମନ୍ତ୍ରଣାଳୟର ଏହି ପ୍ରସ୍ତାବକୁ ସ୍ବୀକୃତି ମିଳିଯାଏ ତେବେ ସାରା ଦେଶରେ ବ୍ୟବହାର ହେଉଥିବା ସରକାରୀ ଗାଡିଗୁଡିକ ଲାଗି ଉକ୍ତ ବ୍ୟବସ୍ଥା ଲାଗୁ ହୋଇଯିବ ବୋଲି ଜଣାପଡିଛି। ମନ୍ତ୍ରଣାଳୟ ନିୟମରେ ସଂଶୋଧନ ପୂର୍ବକ ଅଧିସୂଚନା ଜାରିକରି ଅଂଶୀଦାରଙ୍କ ମତାମତ ଲୋଡ଼ିଛନ୍ତି। ଏ ସମ୍ପର୍କରେ ପ୍ରତିପକ୍ଷଙ୍କ ମତ, ମନ୍ତବ୍ୟ ମିଳିବା ପରେ ଚୂଡାନ୍ତ ନିଷ୍ପତ୍ତି ଘୋଷଣା ହେବ ବୋଲି ସୂଚନା ମିଳିଛି।
ପରିବହନ ମନ୍ତ୍ରଣାଳୟଙ୍କ ଅଧିସୂଚନା ଅନୁସାରେ ଯଦି ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଏ ତେବେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସମେତ ସାର୍ବଜନିକ ଉପକ୍ରମ, ନଗର ନିଗମ, ସ୍ବାୟତ୍ତ ଶାସିତ ଅନୁଷ୍ଠାନଗୁଡିକରେ ସେବା ଯୋଗାଉଥିବା ୧୫ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ଗାଡି ସବୁ ରାସ୍ତାରୁ ହଟିଯିବ। ଏ ନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟର ପେଜ୍‌ରେ କୁହାଯାଇଛି, ୧ ଏପ୍ରିଲ ୨୦୨୨ ପରଠାରୁ ୧୫ ବର୍ଷରୁ ଅଧିକ କୌଣସି ଯାନର ଆଉ ପଞ୍ଜୀକରଣ ନବୀକରଣ ହେବ ନାହିଁ।
ଏହା ପୂର୍ବରୁ ଗତ ଫେବୃୟାରୀ ୧ତାରିଖରେ ସଂସଦରେ ଉପସ୍ଥାପିତ କେନ୍ଦ୍ର ବଜେଟରେ ସରକାର ବାହନ ସ୍କ୍ରାପ୍‌ ପଲିସି ଆଣିଛନ୍ତି। ଏଥିରେ ଘରୋଇ ଯାନର ୨୦ବର୍ଷ ପରେ ଓ କମର୍ସିଆଲ ଯାନ ୧୫ ବର୍ଷ ପୂରଣ କରିବା ପରେ ସେ ସବୁର ଫିଟ୍‌ନେସ୍‌ ଜରୁରୀ କରାଯାଇଛି। ବିଧେୟକର ଚିଠାପ୍ରସ୍ତାବ ଉପରେ ମନ୍ତ୍ରଣାଳୟ ମାର୍ଚ୍ଚ ୧୨ତାରିଖରେ ଅଧିସୂଚନା ଜାରି କରିଛନ୍ତି। ଏଥିରେ ଅଂଶୀଦାରଙ୍କଠାରୁ ୩୦ ଦିନ ମଧ୍ୟରେ ମତ, ମନ୍ତବ୍ୟ ଓ ପରାମର୍ଶ ମଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ

ନୂଆଦିଲ୍ଲୀ,୯-୧: ବୁଧବାର ଦେଶବ୍ୟାପୀ ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ସରକାରଙ୍କ ବିଭିନ୍ନ ଜନ ବିରୋଧି ନିଷ୍ପତ୍ତିକୁ ବିରୋଧ କରି ଦେଶର ୧୦ କେନ୍ଦ୍ରୀୟ...

ରାଜସୁନାଖଳାରେ ଟ୍ରେଣ୍ଡ୍‌ସ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୧୧: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡ୍‌ସ’ର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନିକଟରେ ନୟାଗଡ଼...

ବିଏସ୍‌ଏନ୍‌ଏଲ୍‌ ଭିଆର୍‌ଏସ୍‌ ଲାଗି ୪୦ ହଜାରରୁ ଉର୍ଦ୍ଧ୍ୱ ଆବେଦନ

ନୂଆଦିଲ୍ଲୀ,୯-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କର୍ମଚାରୀଙ୍କ ଲାଗି ନିକଟରେ ଆସିଥିବା ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌)ର ଲାଭ ନେବାକୁ ବର୍ତ୍ତମାନ ସୁଦ୍ଧା ୪୦ ହଜାରରୁ ଉର୍ଦ୍ଧ୍ୱ...

୧.୨୯ ଲକ୍ଷ କୋଟି ଟଙ୍କା ରିଫଣ୍ଡ ଦେଲା ସିବିଡିଟି

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ୧.୨୯ ଲକ୍ଷ କୋଟି ଟଙ୍କା ଟିକସଦାତାଙ୍କୁ ରିଫଣ୍ଡ ପ୍ରଦାନ କରାଯାଇଛି। ଏପ୍ରିଲରୁ ନଭେମ୍ବର ମଧ୍ୟରେ ୩୯.୪୯ ଲକ୍ଷ...

‘ପ୍ରାଇଡ୍‌ ଆଣ୍ଡ୍‌ ପ୍ରିଭିଲେଜ୍‌’ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର,୨୯।୪: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ ‘ଏଚ୍‌ସିଜି ପ୍ରାଇଡ୍‌ ଆଣ୍ଡ ପ୍ରିଭିଲେଜ୍‌ କାର୍ଡ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି କିନ୍ନର...

ସବୁ କଏନ୍‌ର ବୈଧତା ରହିଛି:ଆର୍‌ବିଆଇ

ନୂଆଦିଲ୍ଲୀ,୨୭-୬: ଦେଶ ମଧ୍ୟରେ ପ୍ରଚଳନରେ ଥିବା ବିଭିନ୍ନ ମୂଲ୍ୟର ଖୁଚୁରା ମୁଦ୍ରା(କଏନ୍‌) ବୈଧ। ବିଭିନ୍ନ ମୂଲ୍ୟର କଏନ ଗ୍ରହଣ ବେଳେ ଲୋକମାନେ କୌଣସି ଦ୍ୱନ୍ଦ୍ୱ କିମ୍ବା...

ରିଲାଏନ୍ସ -ସାଉଦି ଆରାମ୍‌କୋ ଡିଲ୍‌ ଅଟକିଲା

ନୂଆଦିଲ୍ଲୀ,୧୬।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌(ଆର୍‌ଆଇଏଲ୍‌) ଏହାର ଅଏଲ୍‌ ଟୁ କେମିକାଲ (ଓଟୁସି) କାରବାରର ୨୦% ଅଂଶଧନ ସାଉଦି ଆରାମ୍‌କୋ ନାମକ କମ୍ପାନୀକୁ ବିକ୍ରି କରିବାକୁ ଯୋଜନା...

ରାଉରକେଲା ଅରୁନ୍ଧତୀ ଜୁଏଲର୍ସର ପ୍ରଥମ ବାର୍ଷିକୀ

ଭୁବନେଶ୍ୱର,୪।୫: ଅରୁନ୍ଧତୀ ଜୁଏଲର୍ସର ରାଉରକେଲାସ୍ଥିତ ଏକ୍ସକ୍ଲୁସିଭ ଶୋ’ରୁମ୍‌ର ପ୍ରଥମ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲସର୍ର୍ର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ...

Advertisement
Archives

Model This Week