ବନ୍ଦ ହୋଇପାରେ ସରକାରୀ ଗାଡ଼ି ରେଜିଷ୍ଟ୍ରେଶନ ନବୀକରଣ

ଭୁବନେଶ୍ୱର,୧୪।୩: କେନ୍ଦ୍ର ସରକାର ନୂଆ ସଡ଼କ ପରିବହନ ନିୟମ ସହ ପରିବେଶ ସୁରକ୍ଷା ଏବଂ ପୁରୁଣା ଗାଡ଼ି ପାଇଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ନୂଆ ନିୟମ ଲାଗୁ କରିପାରନ୍ତି ବୋଲି ସୂଚନା ମିଳିଛି। ନୂଆ ନିୟମ ଅନୁସାରେ ସରକାରୀ ବିଭାଗଗୁଡିକରେ ବ୍ୟବହାର ହେଉଥିବା ପୁରୁଣା ଗାଡ଼ିଗୁଡିକ ୨୦୨୨ ଏପ୍ରିଲ ୧ ରୁ ୧୫ବର୍ଷରୁ ଉର୍ଦ୍ଧ୍ୱ ଗାଡ଼ିର ଆଉ ରେଜିଷ୍ଟ୍ରେଶନ ନବୀକରଣ କରାଯିବ ନାହିଁ। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଥିବା ଜଣାପଡିଛି। ଯଦି ମନ୍ତ୍ରଣାଳୟର ଏହି ପ୍ରସ୍ତାବକୁ ସ୍ବୀକୃତି ମିଳିଯାଏ ତେବେ ସାରା ଦେଶରେ ବ୍ୟବହାର ହେଉଥିବା ସରକାରୀ ଗାଡିଗୁଡିକ ଲାଗି ଉକ୍ତ ବ୍ୟବସ୍ଥା ଲାଗୁ ହୋଇଯିବ ବୋଲି ଜଣାପଡିଛି। ମନ୍ତ୍ରଣାଳୟ ନିୟମରେ ସଂଶୋଧନ ପୂର୍ବକ ଅଧିସୂଚନା ଜାରିକରି ଅଂଶୀଦାରଙ୍କ ମତାମତ ଲୋଡ଼ିଛନ୍ତି। ଏ ସମ୍ପର୍କରେ ପ୍ରତିପକ୍ଷଙ୍କ ମତ, ମନ୍ତବ୍ୟ ମିଳିବା ପରେ ଚୂଡାନ୍ତ ନିଷ୍ପତ୍ତି ଘୋଷଣା ହେବ ବୋଲି ସୂଚନା ମିଳିଛି।
ପରିବହନ ମନ୍ତ୍ରଣାଳୟଙ୍କ ଅଧିସୂଚନା ଅନୁସାରେ ଯଦି ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଏ ତେବେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସମେତ ସାର୍ବଜନିକ ଉପକ୍ରମ, ନଗର ନିଗମ, ସ୍ବାୟତ୍ତ ଶାସିତ ଅନୁଷ୍ଠାନଗୁଡିକରେ ସେବା ଯୋଗାଉଥିବା ୧୫ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ଗାଡି ସବୁ ରାସ୍ତାରୁ ହଟିଯିବ। ଏ ନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟର ପେଜ୍‌ରେ କୁହାଯାଇଛି, ୧ ଏପ୍ରିଲ ୨୦୨୨ ପରଠାରୁ ୧୫ ବର୍ଷରୁ ଅଧିକ କୌଣସି ଯାନର ଆଉ ପଞ୍ଜୀକରଣ ନବୀକରଣ ହେବ ନାହିଁ।
ଏହା ପୂର୍ବରୁ ଗତ ଫେବୃୟାରୀ ୧ତାରିଖରେ ସଂସଦରେ ଉପସ୍ଥାପିତ କେନ୍ଦ୍ର ବଜେଟରେ ସରକାର ବାହନ ସ୍କ୍ରାପ୍‌ ପଲିସି ଆଣିଛନ୍ତି। ଏଥିରେ ଘରୋଇ ଯାନର ୨୦ବର୍ଷ ପରେ ଓ କମର୍ସିଆଲ ଯାନ ୧୫ ବର୍ଷ ପୂରଣ କରିବା ପରେ ସେ ସବୁର ଫିଟ୍‌ନେସ୍‌ ଜରୁରୀ କରାଯାଇଛି। ବିଧେୟକର ଚିଠାପ୍ରସ୍ତାବ ଉପରେ ମନ୍ତ୍ରଣାଳୟ ମାର୍ଚ୍ଚ ୧୨ତାରିଖରେ ଅଧିସୂଚନା ଜାରି କରିଛନ୍ତି। ଏଥିରେ ଅଂଶୀଦାରଙ୍କଠାରୁ ୩୦ ଦିନ ମଧ୍ୟରେ ମତ, ମନ୍ତବ୍ୟ ଓ ପରାମର୍ଶ ମଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri