କାନାଡ଼ାରୁ ବିତାଡିତ ହେବନି ଭାରତୀୟ ଛାତ୍ରୀଛାତ୍ର, ନିଷ୍ପତ୍ତିରୁ ଓହରିଲେ ସରକାର…

ଅଟଓ୍ବା,୧୦।୬ : କାନାଡାରେ ପଢୁଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ର ଦେଶକୁ ପ୍ରତ୍ୟାବର୍ତ୍ତନ ହେବାର ଆଶଙ୍କା ଦେଖାଦେଇଥିଲା। କାରଣ ସେଠାରେ ଥିବା ସରକାର ସେମାନଙ୍କୁ ନିଜ ଦେଶକୁ ପଠାଇବାକୁ ପ୍ରସ୍ତୁତ ହେଉଥିଲେ। ତେବେ କାନାଡ଼ା ସରକାର ଏହା ଉପରେ ଏବେ ରୋକ ଲଗାଇଛନ୍ତି। କାନାଡ଼ା ସରକାର ନିଜ ନିଷ୍ପତ୍ତିରୁ ଓହରିଛନ୍ତି। ବାସ୍ତବରେ ଏହି ସମସ୍ତ ଛାତ୍ରୀଛାତ୍ରଙ୍କୁ ନକଲି ଅଫର ଲେଟର ମାଧ୍ୟମରେ ଆଡମିଶନ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ଭାରତୀୟ ଛାତ୍ରୀଛାତ୍ରମାନେ କାନାଡା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଧାରଣାରେ ବସିଥିଲେ। ଏହି ଧାରଣା କାନାଡା ସୀମା ସେବା ଏଜେନ୍ସିର ମୁଖ୍ୟାଳୟ ସମ୍ମୁଖରେ ଦିଆଯାଉଥିଲା। ଏଥି ସହିତ, ଭାରତୀୟ ଛାତ୍ରୀଛାତ୍ରମାନେ କହଥିଲେ ସେମାନେ କିଛି ଭୁଲ କରି ନାହାଁନ୍ତି। ସେମାନେ ଜାଲିଆତିର ଶିକାର ହୋଇଛନ୍ତି। ଏପରି ଜଣେ ପଞ୍ଜାବ ଛାତ୍ର ଲଭପ୍ରୀତ ସିଂ କାନାଡାର ଏକ କଲେଜରେ ଆଡମିଶନ ଗ୍ରହଣ କରିଥିବା ବେଳେ ଜୁନ ୧୩ ରେ ତାଙ୍କୁ ଦେଶରୁ ବିତାଡିତ କରାଯାଇଥାନ୍ତା। ଅନ୍ୟପକ୍ଷରେ ପଞ୍ଜାବ ଏନଆରଆଇ ବ୍ୟାପାର ମନ୍ତ୍ରୀ କୁଲଦୀପ ସିଂ ଧଲିୱାଲ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଥିଲେ। ସେ ପଞ୍ଜାବର ୭୦୦ ଭାରତୀୟ ଛାତ୍ରୀଛାତ୍ରଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ସମସ୍ତେ କାନାଡାରେ ଇମିଗ୍ରେଶନ ଠକେଇରେ ଧରାପଡିଛନ୍ତି ଏବଂ ଦେଶାନ୍ତର ମାମଲାର ସମ୍ମୁଖୀନ ହେଉଥିବା ସେ ଉଲ୍ଲେଖ କରିଥିଲେ।

ଛାତ୍ରୀଛାତ୍ରମାନଙ୍କୁ ଦେଶରୁ ବିତାଡିତ କରାଯିବା ଉଚିତ ନୁହେଁ ଏବଂ ସେମାନଙ୍କ ଭିସାକୁ ଦୃଷ୍ଟିରେ ରଖି କାର୍ଯ୍ୟ ଅନୁମତି ଦିଆଯାଉ ନାହିଁ ବୋଲି ଧଲିୱାଲ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖି ଜରାଇଥିଲେ। ଏଥିସହ ସେ ସ୍ବରାଷ୍ଠ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରି ଛାତ୍ରୀଛାତ୍ରଙ୍କୁ ପ୍ରତାରଣା କରୁଥିବା ଟ୍ରାଭେଲ ଏଜେଣ୍ଟମାନଙ୍କୁ ଦଣ୍ଡ ଦେବା ପାଇଁ କେନ୍ଦ୍ର ପଞ୍ଜାବ ସରକାରଙ୍କ ସହ ସହଯୋଗ କରିବା ଉଚିତ ବୋଲି ଚିଠିରେ ଦର୍ଶାଇଥିଲେ॥ ଧାଲିୱାଲ କହିଥିଲେ ଏଭଳି ଆଇନ କଡାକଡି ହେବା ଉଚିତ ଯାହା ଦ୍ୱାରା ମାନବ ଚାଲାଣ ଭଳି ଭବିଷ୍ୟତରେ କୌଣସି ଅସୁବିଧା ଯେପରି ସୃଷ୍ଟି ନ ହେବ। ବିଦେଶ ଯିବା ପୂର୍ବରୁ କିମ୍ବା ସେମାନଙ୍କ ପିଲାମାନଙ୍କୁ ଅଧ୍ୟୟନ ପାଇଁ ପଠାଇବା ପୂର୍ବରୁ କଲେଜର ସବିଶେଷ ତଥ୍ୟ ଏବଂ ଟ୍ରାଭେଲ ଏଜେଣ୍ଟଙ୍କ ରେକର୍ଡ ଯାଞ୍ଚ କରିବା ପାଇଁ ପଞ୍ଜାବର ଲୋକମାନଙ୍କୁ ସେ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?