Posted inଖେଳ

ବାଜି ମାରିଲେ ବିଜେନ୍ଦର

ଅଲିମ୍ପିକ୍ସ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ବିଜେତା ବିଜେନ୍ଦର ସିଂ ପେସାଦାର ବକ୍ସିଂ କ୍ୟାରିୟରରେ ମଧ୍ୟ
ସଫଳତାର ସହ ଆଗକୁ ବଢ଼ୁଛନ୍ତି। ଘାନାର ଏଲିଆସ୍‌ ସୁଲେଙ୍କୁ ପରାସ୍ତ କରି ସେ ପେସାଦାର ବକ୍ସିଂରେ ୧୪ ଫାଇଟ୍‌ରୁ ୧୩ରେ ବିଜୟ ହାସଲ କରିଛନ୍ତି…

ଭାରତୀୟ ଷ୍ଟାର ବକ୍ସର ବିଜେନ୍ଦର ସିଂ ପୂରା ଷ୍ଟାଇଲରେ ରିଙ୍ଗ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜଙ୍ଗଲ ରମ୍ବଲ ଲଢ଼େଇରେ ଘାନାର ଏଲିଆସ୍‌ ସୁଲେଙ୍କୁ ପରାସ୍ତ କରିବା ସହିତ ପ୍ରୋ ବକ୍ସିଂରେ ୧୩ ତମ ବିଜୟ ରେକର୍ଡ କରିଛନ୍ତି। ବକ୍ସିଂରେ ଭାରତକୁ ଏହାର ପ୍ରଥମ ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିୟନଶିପ ପଦକ ଜିତାଇଥିବା ବିଜେନ୍ଦର ନିଜ ଉଚ୍ଚତାର ଫାଇଦା ଉଠାଇବା ସହିତ ୫ ମିନିଟ୍‌ ୭ ସେକେଣ୍ଡରେ ଏହି ମୁକାବିଲାକୁ ଜିତି ନେଇଥିଲେ। ୮ଟି ମ୍ୟାଚରୁ ଶତ ପ୍ରତିଶତ ବିଜୟ ରେକର୍ଡ ରଖିଥିବା ଘାନାର ଏଲିଆସ୍‌ ସୁଲେଙ୍କୁ ମ୍ୟାଚର ଦ୍ୱିତୀୟ ରାଉଣ୍ଡରେ ପରାସ୍ତ କରିଥିଲେ ବିଜେନ୍ଦର। ଆରମ୍ଭରୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ରିଙ୍ଗ୍‌କୁ ଆସିଥିଲେ ଭାରତର ଏହି ତାରକା ବକ୍ସର। ସିଦ୍ଧୁ ମୁସଓ୍ବୋଲାଙ୍କ ସୋ ହାଇ ଗୀତ ଜରିଆରେ ସେ ଏଣ୍ଟ୍ରି କରିଥିଲେ। ଶକ୍ତିଶାଳୀ ପଞ୍ଚ ଏବଂ ଜାବ୍‌ ସହିତ ଭିଓ୍ବାନୀର ଏହି ୩୬ ବର୍ଷୀୟ ବକ୍ସର ସହଜ ବିଜୟ ହାସଲ କରିଥିଲେ। ମ୍ୟାଚର ଦ୍ୱିତୀୟ ରାଉଣ୍ଡରେ ସୁଲେ ଆକ୍ରମଣ କରିଥିବା ବେଳେ କାଉଣ୍ଟର ଆଟାକ୍‌ ସହିତ ବିଜେନ୍ଦର ବାଜି ମାରିଥିଲେ। ପ୍ରୋ ବକ୍ସିଂରେ ବିଜେନ୍ଦରଙ୍କର ଏହା ଥିଲା ୧୪ତମ ଫାଇଟ୍‌ ଏବଂ ୧୩ ତମ ବିଜୟ। ଗତବର୍ଷ ମାର୍ଚ୍ଚରେ ରୁଷିଆର ଆର୍ଟିଶ ଲୋପସାନଙ୍କ ବିପକ୍ଷରେ ନିଜ ପେସାଦାର କ୍ୟାରିୟରର ଏକମାତ୍ର ପରାଜୟ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri