Posted inଖେଳ

ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ପଦକ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଗତଥରଠାରୁ କମ୍‌ ପଦକ ପାଇଥିଲେ ବି ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ପ୍ରତିଯୋଗୀଙ୍କ ପ୍ରଦର୍ଶନ ମନଖୁସି କରିଦେଇଛି। ଆଥଲେଟ୍‌ମାନେ ଯେ ଆଶା କରାଯାଉ ନ ଥିବା ଇଭେଣ୍ଟରୁ ଭାରତପାଇଁ ପଦକ ଆଣିଦେବେ ତାହା ଅନେକଙ୍କ ଚିନ୍ତାର ବାହାରେ ଥିଲା। ଏହି ପଦକ ଭାରତପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ଆଲୋଚନା କରିବାର
ସମୟ ଆସିଛି…

ବର୍ମିଂହାମରେ ଏଇମାତ୍ର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଶେଷ ହୋଇଛି। ଭାରତ ଗତଥରଠାରୁ କମ୍‌ ସ୍ବର୍ଣ୍ଣ ଏବଂ ଓଭରଅଲ୍‌ କମ୍‌ ପଦକ ପାଇଥିଲେ ବି ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଦିଲ୍‌ଖୁସ୍‌ କରିଦେଇଛି। ଖେଳ ଆରମ୍ଭରୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଜାଭେଲିନ୍‌ ଫିଙ୍ଗାଳି ଭାରତର ନୀରଜ ଚୋପ୍ରା ଆଘାତଜନିତ କାରଣରୁ ଏହି ଖେଳରୁ ବାଦ୍‌ପଡିବାରୁ ଅନେକଙ୍କର ମନ ଦୁଃଖ ହୋଇଥିଲା। ମୂଳରୁ ଶୁଟିଂ ଏବଂ ତୀରନ୍ଦାଜୀ ପରି ଖେଳ ଯେଉଁଥିରେ ଭାରତ ଏକାଧିକ ପଦକ ପାଏ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡିଥିଲା। ଏଣୁ ଭାରତର ପଦକ ସଂଖ୍ୟା ପ୍ରଭାବିତ ହେବାର ଆଶଙ୍କା ଥିଲା। ତେବେ ଆଥଲେଟ୍‌ମାନେ ଯେ ମନୋରଞ୍ଜନ ପ୍ରଦର୍ଶନ ଦେଇ ଭାରତପାଇଁ ଚିନ୍ତା କରାଯାଉ ନ ଥିବା ଇଭେଣ୍ଟରୁ ପଦକ ଆଣିଦେବେ, ତାହା ଅନେକଙ୍କର ଚିନ୍ତାର ବାହାରେ ଥିଲା। ଏହି ପଦକ ଭାରତପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ଆଲୋଚନା କରିବାର ସମୟ ଆସିଛି।
ଭାରତ ଟ୍ରାକ୍‌ ଏବଂ ଫିଲ୍ଡ ବିଭାଗରେ ପାଇଛି ୮ଟି ପଦକ। ଏଥିରେ ସାମିଲ ଅଛି ଗୋଟିଏ ସ୍ବର୍ଣ୍ଣ, ତିନୋଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ। ଏହା ଭାରତ ବାହାରେ ଆୟୋଜିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ହିସାବରେ ସର୍ବାଧିକ। ୨୦୧୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଥିଲା ୧୨ଟି ପଦକ। ବର୍ଷେ ପରେ ଡୋପ୍‌ ଟେଷ୍ଟରେ ମହିଳା ୪ x ୪୦୦ ମିଟର ରିଲେ ଦଳ ଧରାପଡି ଗୋଟିଏ ପଦକ ହରାଇବା ପରେ ଭାରତ ଲୋକଲଜ୍ଜାର ସମ୍ମୁଖୀନ ହୋଇଥିଲା। ପରବର୍ତ୍ତ ଦୁଇଟି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଥିଲା ମୋଟ୍‌ ୬ଟି ପଦକ। ଏଥର ଭାରତ ଉପରେ ଯେଉଁ ଦେଶଗୁଡ଼ିକ ଏହି ଟ୍ରାକ୍‌ ଏବଂ ଫିଲ୍ଡ ଇଭେଣ୍ଟରେ ଅଧିକ ପଦକ ପାଇଛନ୍ତି ସେମାନେ ହେଲେ ଜାମାଇକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନାଇଜେରିଆ ଏବଂ କେନିଆ। ଏହି ୫ଟି ଦେଶ ଏସିଆଡ୍‌ରେ ଭାଗ ନିଅନ୍ତି ନାହିଁ। ତେଣୁ ଆଗାମୀ ବର୍ଷ ହେବାକୁ ଯାଉଥିବା ଏସିଆଡ୍‌ରେ ଭାରତ ଯଦି ନିଜର ପ୍ରଦର୍ଶନ ଦୋହରାଇପାରିବ ତା’ହେଲେ ଅନେକ ପଦକ ଆଶା କରିବା। ତେବେ ଏସିଆଡ୍‌ରେ ଭାରତ ଚାଇନା ଏବଂ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ସହ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ କଡ଼ା ଟକ୍କରର ସମ୍ମୁଖୀନ ହେବ। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ପଦକ ଜିତିବା ଏସିଆଡ୍‌ଠାରୁ କଷ୍ଟକର ବୋଲି କୁହାଯାଏ।
ଭାରତ ଏଥର ଟ୍ରାକ୍‌ ଆଣ୍ଡ ଫିଲ୍ଡର ବିଭିନ୍ନ ଇଭେଣ୍ଟରୁ ପଦକ ପାଇଛି। ଅବିନାଶ ସାବଲେ ପଦକ ପାଇଛନ୍ତି ୩୦୦୦ ମିଟର ଷ୍ଟିପଲ ଚେଜ ବିଭାଗରେ । ଗତ ଦୁଇ ଦଶନ୍ଧି ଧରି କେନିଆର ଖେଳାଳିମାନେ ଏହି ବିଭାଗର ସବୁ ପଦକ ପୋଛି ନେଉଥିଲେ। ସାବଲେ ସେଥିରେ ବ୍ରେକ୍‌ ଲଗାଇଛନ୍ତି। ପୁଣି ପଦକ ଆସିଛି ଟ୍ରିପଲ ଜମ୍ପରେ। ତାହା ପୁଣି ଉଭୟ ସ୍ବର୍ଣ୍ଣ ଏବଂ ରୌପ୍ୟ। ଏଲଡୋସ୍‌ ପଲ ପାଇଛନ୍ତି ସ୍ବର୍ଣ୍ଣ ଏବଂ ଅବଦୁଲ୍ଲା ଆବୁବେକର ପାଇଛନ୍ତି ରୌପ୍ୟ। ଭାଗ୍ୟ ଆଉ ଟିକିଏ ସାଥ୍‌ ଦେଇଥିଲେ ଭାରତ ଏଥିରେ ବ୍ରୋଞ୍ଜ ପଦକ ବି ପାଇପାରି ଥାଆନ୍ତା। ଅନୁ ରାଣୀଙ୍କୁ ମିଳିଲା ଜାଭେଲିନ୍‌ରେ ବ୍ରୋଞ୍ଜ ପଦକ। ଏପରି ସଫଳତା ପାଇବାରେ ସେ ପ୍ରଥମ ଭାରତୀୟ ମହିଳା।
ହାଇଜମ୍ପରେ ତେଜସ୍ବିନ ଶଙ୍କରଙ୍କୁ ବ୍ରୋଞ୍ଜ ପଦକ ମିଳିଲା। ସେ ତ ପ୍ରଥମରୁ ହିଁ ଦଳରେ ନ ଥିଲେ। କୋର୍ଟ ଆଦେଶ ବଳରେ ବଦଳ ଖେଳାଳିଭାବେ ଦଳରେ ସ୍ଥାନ ପାଇଥିଲେ। ଏବେ ତାଙ୍କ ପଦକ ଅନେକଙ୍କର ମୁହଁ ବନ୍ଦ କରିଦେଇଛି। ତାଙ୍କୁ ମାତ୍ର ୨୩ ବର୍ଷ। ସୁଯୋଗ ମିଳିଲେ ସେ ଅନେକ ଆଗକୁ ଯାଇପାରିବେ।
ଲଙ୍ଗ ଜମ୍ପରେ ମୁରଲୀ ଶ୍ରୀ ଶଙ୍କରଙ୍କୁ ମିଳିଥିଲା ରୌପ୍ୟ ପଦକ। ୪୪ ବର୍ଷ ପରେ ଜଣେ ଭାରତୀୟ ଭାବେ ସେ ଏହି ଇଭେଣ୍ଟରେ ପଦକ ପାଇଲେ। ପ୍ରିୟଙ୍କା ଗୋସ୍ବାମୀ ଏବଂ ସନ୍ଦୀପ କୁମାର ୧୦,୦୦୦ ମିଟର ରେସ୍‌ ୱାକ୍‌ରେ ବ୍ରୋଞ୍ଜ ପଦକ ପାଇଲେ। ଏହି ଖେଳ ଅଲିମ୍ପିକ୍ସରେ ଖେଳାଯାଏ ନାହିଁ, ମାତ୍ର ଏହି ସଫଳତାକୁ ପୁଞ୍ଜି କରି ସେମାନେ ଆଗକୁ ଅନେକ ବାଟ ଯାଇପାରିବେ।
ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଏକ ଭଲ ଆରମ୍ଭ ବୋଲି କୁହାଯାଇପାରିବ। ତେବେ ଏହା ଆଗାମୀ ବର୍ଷ ହେବାକୁ ଥିବା ୱାଲର୍‌ଡ ଚାମ୍ପିୟନଶିପ୍‌ କିମ୍ବା ୨୦୨୪ରେ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ କେତେ ପଦକ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରୁ ଜିତିବ ତାହା କହିବା ସହଜ ନୁହେଁ। ବରଂ ଏଥିପାଇଁ ଭିନ୍ନ ଭାବେ ପରିଶ୍ରମ ଏବଂ ଯୋଜନା କରିବାକୁ ପଡିବ। ଆମର ଉଦ୍ୟମକୁ ବହୁଗୁଣିତ କରିବାକୁ ପଡିବ।
ଭାରତୀୟ କ୍ରୀଡାବିତ୍‌ମାନେ ବଡ଼ ବଡ଼ କ୍ରୀଡ଼ା ପ୍ରତିଯୋଗିତାରେ ଆଶାନୁରୂପ ପ୍ରଦର୍ଶନ ଦେବାରେ ବିଫଳ ହେବାର ପ୍ରମୁଖ କାରଣ ହେଲା ବଡ଼ ସ୍ତରର ପ୍ରତିଯୋଗିତାରେ ନିରନ୍ତର ଭାଗ ନେବାରେ ସୁଯୋଗ ନ ପାଇବା। ଯଦିଓ ବିଗତ କିଛିବର୍ଷ ମଧ୍ୟରେ ସ୍ଥିତିରେ ଉନ୍ନତି ଆସିଛି ଏବଂ କ୍ରୀଡ଼ା ପ୍ରଶାସକଙ୍କର ବାବୁଗିରି କମିଛି ତାହା ଯଥେଷ୍ଟ ନୁହେଁ ବୋଲି କୁହାଯାଇପାରିବ। ଆମଠୁ ଛୋଟ ଦେଶ ଜାମାଇକା ଅଧିକ ମେଡାଲ ନେଇଯାଉଥିବା ବେଳେ ଆମେ କାହିଁକି ପଛରେ ପଡିଛେ ତାହାର ତର୍ଜମା ବହୁବାର କରାଯାଇଥିଲେ ବି ଆମେ ଏଥିରୁ କିଛି ଶିଖିଥିବାପରି ମନେ ହେଉନାହିଁ। ବରଂ ଆମେ ଅଳ୍ପରେ ସନ୍ତୁଷ୍ଟ ହେବା ପରି ଲାଗୁଛି।
ଅତୀତରେ ଆମେ ଦେଖିଛେ ଯେ ଯେଉଁମାନେ ବିଦେଶରେ ନିୟମିତ ତାଲିମ ନେଇଛନ୍ତି ଏବଂ ବଡ଼ ବଡ଼ ପ୍ରତିଯୋଗିତାରେ ବର୍ଷ ବର୍ଷ ଧରି ଭାଗ ନେଉଛନ୍ତି ସେମାନେ ଅଧିକ ସଫଳତା ପାଉଛନ୍ତି। ଉଦାହରଣ ସ୍ବରୂପ ନୀରଜ ଚୋପ୍ରାଙ୍କୁ ନିଆଯାଉ। ତାଙ୍କର ସଫଳତା ପଛରେ ବିଦେଶୀ କୋଚିଂ ଏବଂ ବଡ଼ ପ୍ରତିଯୋଗିତାରେ ଭାଗ ନେବା ଏକ କାରଣ ବୋଲି କୁହାଯାଇପାରେ। ଅବିନାଶ ସାବଲେ ଏବେ ସେଇ ପଥର ଯାତ୍ରୀ। କେବଳ ଅଲିମ୍ପିକ୍ସ ବର୍ଷ ଛଡା ଅନ୍ୟ ବର୍ଷ ମଧ୍ୟ ଖେଳାଳିଙ୍କୁ ବିଦେଶରେ ତାଲିମ ଏବଂ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳେ ତାହା ହେଲେ ଭାରତ ବିଶ୍ୱରେ ନିଜର ଦବ୍‌ଦବା ଜାହିର କରି ପାରନ୍ତା। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସେଇ ଦିଗରେ କାମ କରିବାକୁ ଭାରତୀୟ କ୍ରୀଡ଼ା ପ୍ରଶାସକଙ୍କୁ ପ୍ରବର୍ତ୍ତାଉ।

 


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?