Posted inଜାତୀୟ

ବଡ଼ ଖବର: ଆଜି ୫ଘଣ୍ଟା ଚାଲିବନି ଟ୍ରେନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୨।୧୧: ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ। ରେଳ ବିଭାଗର ପେସେଞ୍ଜର ରିଜରଭେସନ ସିଷ୍ଟମ ଆଜି ରାତି ୧୧.୪୫ ରୁ ଆସନ୍ତାକାଲି ଭୋର ୪.୪୫ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ୫ ଘଣ୍ଟାରେ ଦିଲ୍ଲୀର ପେସେଞ୍ଜର ରିଜରଭେସନ ସିଷ୍ଟମର ଅଧିକାଂଶ ସେବା ବନ୍ଦ ରହିବ।

ଏହି ସମୟ ମଧ୍ୟରେ ଆପଣ ରିଜରଭେସନ, କ୍ୟାନସଲ କିମ୍ବା ଇନକ୍ୱାରୀ ସହ ଜଡ଼ିତ ସମସ୍ତ ସେବା ବନ୍ଦ ରହିବ। ରେଳ ବିଭାଗର ସୂଚନା ମୁତାବକ ପୁରୁଣାରୁ ନୂଆ କୋର ସ୍ୱିଚକୁ ବଦଳାଇବା ପାଇଁ ଏହି ସେବା ପ୍ରଭାବିତ ହେବ। ଏଥିପାଇଁ ରେଳ ବିଭାଗ ତରଫରୁ ନନ୍ ପିକ୍ ହାର୍ସ ଚୟନ କରାଯାଇଛି। ଫଳରେ କମ୍ ଯାତ୍ରୀ ଏହାଦ୍ୱାରା ପ୍ରଭାବିତ ହେବେ।

ନଭେମ୍ବର ୨୨ ରାତି ୧୧.୪୫ ରୁ ନଭେମ୍ବର ୨୩ ସକାଳ ୪.୪୫ ପର୍ଯ୍ୟନ୍ତ ଟିକେଟ୍ ବୁକିଂ, କ୍ୟାନସଲ, କରେଣ୍ଟ ରିଜରଭେସନ, ଚାର୍ଟ ମେକିଙ୍ଗ, ଇଣ୍ଟରନେଟ୍ ଟିକେଟ୍ ବୁକିଂ ଭଳି ସେବା ବନ୍ଦ ରହିବ। ପିଆରଏସ୍ ସିଷ୍ଟମର ସହାୟତାରେ ଡାଟାକୁ ଦ୍ରୁତ ଓ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି । ଏହା ମାଧ୍ୟମରେ ଟ୍ରେନର ରିଜର୍ଭ ଓ ନନରିଜର୍ଭ ଟିକେଟ୍ ବୁକିଂ ସହଜ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?