Posted inଖେଳ

ଅଷ୍ଟ୍ରେଲିଆରେ ଶୋଇପାରି ନ ଥିଲେ ଏହି ଖେଳାଳି: ଖାଇବାକୁ ପଡ଼ିଥିଲା ନିଦ ବଟିକା

କୌଣସି ବି ଖେଳ ହେଉ ନା କାହିଁକି ଖେଳିବା ସମୟରେ ଖେଳାଳିମାନେ ସବୁବେଳେ ଚାପରେ ରହିଥାନ୍ତି। ବିଶେଷକରି ପ୍ରଥମ ଦ୍ୱିତୀୟ ଥର ମ୍ୟାଚ୍‌ ଖେଳୁଥିବା ଖେଳାଳିଙ୍କ ପାଇଁ ଅଧିକ ଚାପ ସବୁଠାରୁ ଅଧିକ ଥାଏ। ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର ଗାଭାସ୍କର ସିରିଜ୍‌ରେ ଭାରତ ଐତିିହାସକ ବିଜୟ ହାସଲ କରିଛି। ମାତ୍ର ଏହି ମ୍ୟାଚ୍‌ ଅବସରରେ ଏମିତି ବି ସମୟ ଆସିଥିଲା ଯେତେବେଳେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଭାଙ୍ଗିିପଡ଼ିଥିଲା। ଅଷ୍ଟ୍ରେଲିଆରେ ଯେତେବେଳେ ଆଡିଲେଡ୍‌ ଟେଷ୍ଟରେ ଟିମ୍‌ ଇଣ୍ଡିଆ ୩୬ ରନ୍‌ କରି ପରାଜୟ ହୋଇଥିଲା ସେତେବେଳେ ସମସ୍ତ ଖେଳାଳି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ସମୟ ବିଷୟରେ କଥା ହୋଇ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ କହିଥିଲେ ଯେ, ଯେତେବେଳେ ଦଳ ମାତ୍ର ୩୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା ସେତେବେଳେ ସମସ୍ତ ଦୁଃଖରେ ଭାଙ୍ଗିପଡ଼ିଥିଲେ। ଏହି ପରାଜୟ ଯୋଗୁ ସେ ସାରାରାତି ଶୋଇପାରି ନ ଥିଲେ। ରାତିରେ ଶୋଇବା ପାଇଁ ତାଙ୍କୁ ନିଦ ବଟିକା ଖାଇବାକୁ ପଡ଼ିଥିଲା ବୋଲି ଶୁଭମନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମଥର ହାତ ଧରାଧରି ହୋଇ ଆସିଲେ ଆଥିଆ-ରାହୁଲ

ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ କ୍ରିକେଟର...

କିଏ ସେହି ୨୦ ବର୍ଷୀୟ ଫାରୁକି, ଯାହାଙ୍କୁ ଏହି ଖାସ୍‌ କାମ ପାଇଁ ଭାରତ ଆସିବାକୁ ଧୋନୀଙ୍କ ଟିମ୍‌ରୁ ମିଳିଛି ଡାକରା

ନୂଆଦିଲ୍ଲୀ,୨୫।୩: ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧। ଏଥିଲାଗି ସମସ୍ତ ଫ୍ରାଞ୍ଜାଇଜ୍‌ ପ୍ରସ୍ତୁତି ଜୋରଦାର କରିଛନ୍ତି। ଧିରେ ଧିରେ...

ଏଥର ଆଇପିଏଲରେ ସର୍ବାଧିକ ଛକା ମାରିଛନ୍ତି ଏହିସବୁ ବ୍ୟାଟ୍ସମ୍ୟାନ୍‌

ସବୁଥର ପରି ଏଥର ଆଇପିଏଲ ୨୦୨୦ରେ ମଧ୍ୟ ଚୌକା, ଛକା ବର୍ଷା ହେଉଛି। ଚଳିତ ସିଜିନ୍‌ରେ ପାଖାପାଖି ଅଧା ମ୍ୟାଚ୍‌ ଖେଳ ସରିଛି। କିନ୍ତୁ ଏଥର...

୨୦୨୩ ହକି ବିଶ୍ୱକପ ପ୍ରସ୍ତୁତି

ରାଉରକେଲା ଅଫିସ/ସୁନ୍ଦରଗଡ଼ (ଡି.ଏନ.ଏ), ୧୨।୧୨- ୨୦୧୮ରେ ପୁରୁଷ ହକି ବିଶ୍ୱକପ ସଫଳତାର ସହ ଆୟୋଜନ ହେବାପରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ କ୍ରମାଗତ ଦ୍ୱିତୀୟ...

ନାବାଳିକାଙ୍କୁ ଅସଦାଚରଣ, ବିଦା ହେଲେ ସନ୍ତରଣ କୋଚ୍‌

ନୂଆଦିଲ୍ଲୀ,୫।୯(ପିଟି): ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦା ହୋଇଛନ୍ତି ସନ୍ତରଣ କୋଚ୍‌। ଘଟଣାର ଭିଡିଓ ଭାଇରାଲ ହୋଇଥିବାରୁ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କୋଚ୍‌ଙ୍କ ବିରୋଧରେ କଡ଼ା...

କୋହଲିଙ୍କୁ ଦୁର୍ଭାଗ୍ୟଶାଳୀ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଇସଲାମାବାଦ୍‌,୨୮।୬: ବିରାଟ କୋହଲିଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ୮ ଉଇକେଟରେ ପରାସ୍ତ ହୋଇଛି। ଏହି ପରାଜୟ...

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଭିନ୍ନ ରଙ୍ଗର ଜର୍ସି ପିନ୍ଧିପାରେ

ଲଣ୍ଡନ,୨୦।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ କିଛି ମ୍ୟାଚ୍‌ରେ ଭିନ୍ନ ରଙ୍ଗର ଜର୍ସି ପରିଧାନ କରିବ। ୩୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ରେ ନୂଆ ଜର୍ସି...

ପଦାର୍ପଣରେ ଅର୍ଦ୍ଧଶତକ ସହ ସ୍ବତନ୍ତ୍ର କ୍ଲବରେ ସୂର୍ଯ୍ୟକୁମାର

ଅହମ୍ମଦାବାଦ,୧୮।୩: ଏଠାରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଥିଲା ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଥର ପାଇଁ ବ୍ୟାଟିଂ କରିବାର ସୁଯୋଗ।...

Advertisement


Archives

Model This Week