ମେଟାରୁ ଛଟେଇ ହେଲେ ଭାରତୀୟ ମୂଳ ବାସିନ୍ଦା ସୁରଭି ଗୁପ୍ତା, ନେଟଫ୍ଲିକ୍ସ ଶୋ’ରେ ଆସିଥିଲେ ନଜର

ନୂଆଦିଲ୍ଲୀ,୯ ।୧୨: ଏବେ ବଡ ବଡ କମ୍ପାନୀରେ ଛଟେଇ ଅଭିଯାନ ଚାଲିଛି । ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ବି ଏଥିରୁ ଗୋଟିଏ । ନିକଟରେ ମେଟା ତା’ର ହଜାର ହଜାର କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇ ଦେଇଛି ଅର୍ଥାତ୍ ଛଟେଇ କରିଛି । ଭାରତୀୟ ମୂଳ ବାସିନ୍ଦା ସୁରଭି ଗୁପ୍ତା ବି ଏମାନଙ୍କ ମଧ୍ୟରୁ ଜଣେ କର୍ମଚାରୀ । ନିକଟରେ ସୁରଭି ନେଟଫ୍ଲିକ୍ସର ଚର୍ଚ୍ଚତ ଶୋ’ ଇଣ୍ଡିଆ ମ୍ୟାଚମେକିଂରେ ନଜର ଆସିଥିଲେ ।
ସୂଚନାଯୋଗ୍ୟ, ପେଶାରେ ଜଣେ ଇଞ୍ଜିନିୟର ସୁରଭି ୨୦୦୯ରୁ ଆମେରିକାରେ ରହି ଆସୁଥିଲେ ଓ ସେ ମେଟାରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିଲେ । ସେ କହିଛନ୍ତି ମୁଁ କେବେ ଭାବି ନ ଥିଲି ଯେ ଭଲ କାମ କରିବା ପରେ ବି କମ୍ପାନୀ ମୋତେ ବାହାର କରିଦେବ । ସୁରଭି କହିଛନ୍ତି ଦିନେ ସକାଳ ୬ଟାରେ ମୋତେ ଚାକିରିରୁ ଛଟେଇ କରାଯାଇଥିବା ମେଲ ଆସିଥିଲା । ଏହାପରେ ସେ ତାଙ୍କ କମ୍ପ୍ୟୁଟର ଆକ୍ସେସ କରିପାରି ନ ଥିଲେ ଏମିତିକି ଅଫିସର ଜିମ ମଧ୍ୟ ଯାଇ ପାରି ନ ଥିଲେ । ସେ କହିଛନ୍ତି ଏହା ମୋତେ ଖୁବ୍ ନିରାଶ କରିଛି ।
ସୂଚନା ଅନୁଯାୟୀ, ସୁରଭି ୨୦୧୮ରେ ଆମେରିକାରେ ଆୟୋଜିତ ଏକ ବ୍ୟୁଟି କଣ୍ଟେଷ୍ଟରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ । ଏଥିରେ ସେ ମିସ୍ ଭାରତ-କାଲିଫର୍ନିଆ ବିଜୟୀ ହୋଇଥିଲେ । ସେ କହିଛନ୍ତି ଗତ ୧୫ ବର୍ଷ ହେବ ଆମେରିକାରେ ଜୀବନକୁ ସରଳ କରିବାକୁ ସେ ବହୁ ପରିଶ୍ରମ କରିଛନ୍ତି । ହେଲେ କମ୍ପାନୀର ଗୋଟିଏ ମେଲ ପରେ ମୁଁ ଅନୁଭବ କରୁଥିଲି ଯେମିତି ଟାଇଟାନିକ ବୁଡି ବୁଡି ଯାଉଛି କାରଣ ମୁଁ ଗୋଟିକ ପରେ ଗୋଟିଏ ହରାଇ ଚାଲିଥିଲି, ଯେମିତି ୱାର୍କପ୍ଲେସ, ଲ୍ୟାପଟପ, ଇମେଲ ।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri