ବାଇଡେନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ଏହି ଭାରତୀୟ ବଂଶୋଭବ

ଓ୍ବାଶିଂଟନ,୨୪ା୫: ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା। ଜଣେ ଭାରତୀୟ ବଂଶୋଭବ ହ୍ବାଇଟ୍‌ ହାଉସ୍‌ ଭିତରକୁ ଯାଇ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କ୍ଷମତାକୁ ନେବା ପାଇଁ ଏହି ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଚେଷ୍ଟରଫିଲ୍ଡର ୧୯ ବର୍ଷୀୟ ଜଣେ ଡ୍ରାଇଭର ସାଇ ବାର୍‌ସିଥ୍‌ କଣ୍ଡୁଲା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଓ୍ବାଶିଂଟନ ଡିସିରେ ଥିବା ଫେଡେରାଲ ଜିଲା କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏକ ସିକ୍ରେଟ ସର୍ଭିସ ଏଜେଣ୍ଟ କହିଛନ୍ତି, ଏହି ଯୁବକ ଜଣକ ସୋମବାର ରାତିରେ ଏକ ଟ୍ରକ୍‌ ଭଡ଼ା ସୂତ୍ରରେ ଆଣିଥିଲେ। ଯାହା ସାହାଯ୍ୟରେ ସେ ବାଇଡେନଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ହ୍ବାଇଟ୍‌ ହାଉସ୍‌ର ଉତ୍ତର ପାର୍ଶ୍ୱ ପାର୍କରେ ଏହି ଯୁବକ ଜଣକ ଟ୍ରକ୍‌ ଭିତରକୁ ପୂରାଇଥିଲେ। ଏହା ପରେ ସୁରକ୍ଷାକର୍ମୀଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଲା। ପରେ କଣ୍ଡୁଲାଙ୍କୁ ଗିରଫ କରାଯାଇଛି।

କଣ୍ଡୁଲା ଅଧିକାରୀମାନଙ୍କୁ କହିଥିଲେ ଯେ, ସେ ଏହି ଆକ୍ରମଣର ଯୋଜନା ୬ ମାସ ପୂର୍ବରୁ କରିଥିଲେ। ଅଧିକାରୀମାନେ ଅଭିଯୋଗ କରିଛନ୍ତି, କଣ୍ଡୁଲାଙ୍କ ଲକ୍ଷ୍ୟ ହ୍ବାଇଟ୍‌ ହାଉସରେ ପ୍ରବେଶ କରିବା, କ୍ଷମତା ଦଖଲ କରିବା ଏବଂ ଦେଶର ଦାୟିତ୍ୱରେ ରହିବା। ତଦନ୍ତ ଅଧିକାରୀମାନେ ଅଭିଯୁକ୍ତଙ୍କୁ ପଚାରିଥିଲେ ଯେ, ସେ କିପରି କ୍ଷମତା ଦଖଲ କରିବେ, ଯେଉଁଥିରେ କଣ୍ଡୁଲା କହିଛନ୍ତି, ସେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବେ ଏବଂ ତାଙ୍କ ରାସ୍ତାରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଆଘାତ କରିବେ। ଏହା ବ୍ୟତୀତ ଅନୁସନ୍ଧାନକାରୀମାନେ ଗାଡ଼ି ଭିତରୁ ଲେଖା ଭର୍ତ୍ତି ଡକ୍ଟ ଟେପ୍‌, ବ୍ୟାକପ୍ୟାକ୍‌ ଏବଂ ନୋଟବକ୍‌ ଉଦ୍ଧାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଏନଏସି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ଏନଏସି କାର୍ଯ୍ୟାଳୟ ପରିସରରେ…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ବର୍ଷାକୁ ନେଇ ବଡ଼ ସୂଚନା ଦେଲା ଆଇଏମ୍‌ଡି: ସେପ୍ଟେମ୍ବରରେ ହେବ…

ଭୁବନେଶ୍ୱର,୩୧।୮: ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। ଏନେଇ ଆଇଏମ୍‌ଡି ଆକଳନରୁ ସ୍ପଷ୍ଟ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠୁ କମ୍‌ ବର୍ଷା…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ମୋଦି ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା: ପରସ୍ପର ଇସ୍ତଫା କଲେ ଦାବି: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୮: ମୋଦି କ୍ୟାବିନେଟର ଦୁଇ ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ତିକ୍ତତା ଏପରି…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଜିଲାସ୍ତରୀୟ ଜନଶୁଣାଣି: ୨୨୧ ଅଭିଯୋଗ ଶୁଣିଲେ ଜିଲାପାଳ-ଏସପି

ଦାରିଙ୍ଗବାଡି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଥିବା ସଭାଗୃହରେ ସୋମବାର ଜିଲାସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି…

୫ ସେପ୍ଟେମ୍ବର CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବଢିଲା ସରକାରଙ୍କ ଚିନ୍ତା, ଖୁସିହେଲେ ଦୀପକେ

ନୂଆଦିଲ୍ଲୀ,୩୧।୮: କକରୋଚ ଜନତା ପାର୍ଟି (CJP) ପକ୍ଷରୁ ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ପୁଣି ଏକ ବିରୋଧ ମାର୍ଚ୍ଚ ଆୟୋଜନ କରାଯିବାକୁ ଘୋଷଣା ହୋଇଛି। ଏହି ପ୍ରସ୍ତାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri