ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଘଟଣା, ଭଗବଦ୍‌ ଗୀତା ଛୁଇଁ ଶପଥ ନେଲେ ଅଷ୍ଟ୍ରେଲିଆ ସିନେଟର

କାନବେରା,୭।୨: ଅଷ୍ଟ୍ରେଲିଆ ସଂସଦରେ ବିରଳ ଘଟଣା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଜଣେ ସିନେଟର ଭଗବଦ୍‌ ଗୀତା ଛୁଇଁ ଶପଥ ଗ୍ରହଣ କରିଛନ୍ତି। ସେ ହେଲେ ଭାରତୀୟ ବଂଶୋଦ୍ଭବ ବାରିଷ୍ଟର ବରୁଣ ଘୋଷ। ସେ ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଥର ଗୀତା ଛୁଇଁ ଶପଥ ନେଇଛନ୍ତି।

ପଶ୍ଚିମ ଅଷ୍ଟ୍ରେଲିଆର ବରୁଣ ଘୋଷଙ୍କୁ ନୂଆ ସିନେଟର ଭାବେ ନିଯୁକ୍ତ କରାଯାଇଛି। ଏଥିସହ ବିଧାନ ପରିଷଦ ତାଙ୍କୁ ସଂଘୀୟ ସଂସଦର ସିନେଟରେ ଅଷ୍ଟ୍ରେଲିୟା ରାଜ୍ୟ ପ୍ରତିନିଧିତ୍ୱ କରିବାକୁ ମନୋନୀତ କରିଛି। ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ପେନି ଓ୍ବଙ୍ଗ , ବରୁଣ ଘୋଷଙ୍କୁ ସ୍ବାଗତ କରି ସୋସିଆଲ ମିଡିଆ ଏକ୍ସରେ ଟ୍‌ିଟ୍‌ କରିଛନ୍ତି। ସେ କହିଛନ୍ତି, ଆପଣଙ୍କୁ ଲେବର ସିନେଟ ଦଳକୁ ବହୁତ ବହୁତ ସ୍ବାଗତ। ଏଥିସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲବାନିଜ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

ସୂଚନାଯୋଗ୍ୟ, ବରୁଣ ଘୋଷ ପେଶାରେ ଜଣେ ଓକିଲ ଅଟନ୍ତି। ସେ ପଶ୍ଚିମ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନ ବିଭାଗରେ ଡିଗ୍ରୀ ହାସଲ କରିଛନ୍ତି। କେମ୍ବ୍ରିଜର ସେ ଆଇନର କମନଓ୍ବେଲଥ୍‌ ସ୍କଲାର୍‌ ମଧ୍ୟ ଅଟନ୍ତି। ସିନେଟର ହେବା ପୂର୍ବରୁ ସେ ନ୍ୟୁୟର୍କରେ ଫାଇନାନ୍ସ ଓକିଲ ତଥା ୱାଶିଂଟନ ଡିସିରେ ୱାଲର୍‌ଡ ବ୍ୟାଙ୍କ ପାଇଁ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି । ୧୯୮୦ରେ ଯେତେବେଳେ ତାଙ୍କ ପିତାମାତା ଭାରତ ଛାଡିଥିଲେ ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା।

ପର୍ଥରେ ଅଷ୍ଟ୍ରେଲିଆର ଲେବର ପାର୍ଟିରେ ଯୋଗ ଦେଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । କିଛି ବର୍ଷ ଧରି ସେ ଜଣେ ବାରିଷ୍ଟର ଭାବରେ କାର୍ଯ୍ୟ କରି ପଶ୍ଚିମ ଅଷ୍ଟ୍ରେଲିଆରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଶ୍ୱବ୍ୟାଙ୍କ ସହିତ ଆଇନଗତ ମାମଲା ପରିଚାଳନା କରିଥିଲେ। ୨୦୧୯ ଫେଡେରାଲ ନିର୍ବାଚନରେ ବରୁଣ ପଶ୍ଚିମ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିୟ ଲେବର ପାର୍ଟି ସିନେଟ ଟିକେଟରେ ପଞ୍ଚମ ସ୍ଥାନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଡ଼ ଆନ୍ଦୋଳନ! CJP ପରେ ସଂସଦ ପଦଯାତ୍ରା ଘୋଷଣା କଲା ଏହି ଦଳ, ସରକାରଙ୍କୁ ଘାରିଲା ଭୟ

ନୂଆଦିଲ୍ଲୀ, ୨୭॥୭: ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ୍‌ E20 ବିରୋଧରେ ଚାଲିଥିବା ବିରୋଧ ବର୍ତ୍ତମାନ ଏକ ନୂତନ ରାଜନୈତିକ ଏବଂ ସାମାଜିକ ଅଭିଯାନର ରୂପ ନେଉଥିବାର ଦେଖାଯାଉଛି।…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ଫାଶୀ ଖୁଣ୍ଟର ସମ୍ମୁଖୀନ ହେବେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି? ଅଡୁଆରେ ଶେଖ ହାସିନାଙ୍କ ଶେଷ ସହଯୋଗୀ

ଢାକା,୨୭।୭: ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସମ୍ପ୍ରତି ଇସ୍ତଫା ଦେଇଛନ୍ତି। ବାଂଲାଦେଶରେ ବିପ୍ଳବ ପରେ, ସେ ଶେଖ ହାସିନାଙ୍କ ଅନ୍ତର୍ନିହିତ ସଦସ୍ୟ ମଧ୍ୟରୁ କ୍ଷମତାରେ ଥିବା ଶେଷ…

ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ପୋଲିସର ଲାଠିମାଡ଼ ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୭।୮: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ରହିଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଲାଠିଚାର୍ଜ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା…

ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍‌ ଗଲେ ବାପ-ପୁଅ

ଜୟପାଟଣା,୨୭ା୭(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କୁମଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡରେ ପୋଲିସ ବଡ଼ ସଫଳତା ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri