Posted inଖେଳ

ଚୂରମାର ହୋଇଗଲା ସ଼୍ବର୍ଣ୍ଣର ସ଼୍ବପ୍ନ, ସେମିଫାଇନାଲ୍‌ରେ ହାରିଲା ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ, ୦୭।୦୮: ଭାରତୀୟ ହକି ଟିମ୍‌କୁ ନେଇ ଥିବା ପଦକ ବିଜୟ ଆଶା ମଉଳି ଯାଇଛି । ପ୍ୟାରିସ୍‌ ଅଲିମ୍ପିକ୍ସର ସେମିଫାଇନାଲ୍‌ରେ ଜର୍ମାନୀ ବପକ୍ଷରେ ଦଳ ୩-୨ରେ ପରାଜୟ ବରଣ କରିଛି । ଜର୍ମାନୀର ମାର୍କୋ ମିଲ୍‌ତକୋ ଶେଷ ମିନିଟ୍‌ରେ ଗୋଲ୍‌ କରି ଇଣ୍ଡିଆ ଟିମ୍‌ ହାତରୁ ବିଜୟକୁ ଛଡ଼ାଇ ନେଇଥିଲେ । ଏହା ପୂର୍ବରୁ ସ୍କୋର ୨-୨ରେ ରହିଥିଲା । ହେଲେ ମାର୍କୋଙ୍କ ଗୋଲ୍‌ ମୋଡ଼ ବଦଳାଇ ଦେବା ସହ ଭାରତ ହାତରୁ ପଦକ ଛଡ଼ାଇ ନେଇଥିଲା । ବର୍ତ୍ତମାନ ଦଳ ବ୍ରୋଞ୍ଜ ମେଡାଲ୍‌ ପାଇଁ ସ୍ପେନ୍‌ ସହ ମ୍ୟାଚ୍‌ ଖେଳିବ ।

ମ୍ୟାଚ ଆରମ୍ଭରେ ଭାରତକୁ ଅନେକ ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ଭାରତୀୟ ଦଳ ଏଥିରେ ସଫଳତା ପାଇପାରିନଥିଲେ। ଏହା ପରେ ସପ୍ତମ ମିନିଟରେ ଭାରତୀୟ ଅଧିନାୟକ ହରପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରରୁ ଗୋଟିଏ ଗୋଲ ସ୍କୋର କରିଥିଲେ। ତା’ପରେ ଭାରତୀୟ ହକି ଦଳ ପ୍ରଥମ କ୍ୱାର୍ଟରରେ ୧-୦ରେ ଆଗୁଆ ରହିଥିଲା।

ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଗୋଞ୍ଜାଲୋ ପେଲେଟ ଜର୍ମାନୀ ପାଇଁ ଗୋଲ ସ୍କୋର କରି ମ୍ୟାଚରେ ସ୍କୋରକୁ ୧-୧ କରିଥିଲେ। ୧୮ ମିନିଟରେ ଗୋଲ ସ୍କୋର କରି ଗୋଞ୍ଜାଲୋ ଦଳକୁ ବରାବର କରିଥିଲେ । ଏହାର କିଛି ସମୟ ପରେ, ୨୭ତମ ମିନିଟରେ, କ୍ରିଷ୍ଟୋଫର ରୁଡ ଜର୍ମାନୀ ପାଇଁ ଏକ ଗୋଲ ସ୍କୋର କରିଥିଲେ । ଏହା ସହ ଜର୍ମାନୀ ମ୍ୟାଚରେ ୨-୧ରେ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାଟର୍ର୍‌ ସଂପୂର୍ଣ୍ଣ ଭାବେ ଜର୍ମାନୀ ପକ୍ଷରେ ଥିଲା ।

ତୃତୀୟ କ୍ୱାର୍ଟରରେ ଭାରତୀୟ ହକି ଦଳ ଆକ୍ରମଣାତ୍ମକ ଖେଳି କ୍ରମାଗତ ଭାବରେ ଜର୍ମାନ ପ୍ରତିରକ୍ଷା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ସମସ୍ତ ଖେଳାଳି ମିଳିତ ଭାବରେ ଖେଳି ସ୍କୋରକୁ ସମାନ କରିବାକୁ ଚେଷ୍ଟା ଚଳାଇଥିଲେ । ଏହା ପରେ ସୁଖଜିତ ସିଂ ୩୬ ତମ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ ଏବଂ ସ୍କୋର ୨-୨ ସହ ସମାନ ହୋଇଥିଲା। ଏହି କ୍ୱାର୍ଟରରେ ଭାରତୀୟ ଦଳ ଜର୍ମାନ ଦଳ ଉପରେ ଭାରି ପଡ଼ିଥିଲା ଏବଂ ବିପକ୍ଷ ଦଳକୁ ଗୋଟିଏ ବି ସୁଯୋଗ ଦେଇନଥିଲା।

ଚତୁର୍ଥ କ୍ୱାର୍ଟର ଶେଷ ହେବାର କିଛି ମିନିଟ ପୂର୍ବରୁ ଭାରତୀୟ ଦଳ ଗୋଟିଏ ଗୋଲ ଖାଇଥିଲେ ା ୫୪ ମିନିଟରେ ଜର୍ମାନୀ ପାଇଁ ମାର୍କୋ ମିଲ୍ଟକୋ ଗୋଲ ସ୍କୋର କରିଥିଲେ। ଜର୍ମାନୀ ମ୍ୟାଚକୁ ୩-୨ରେ ଜିତିନେଇଥିଲା ଏବଂ ଭାରତର ସ଼୍ବର୍ଣ୍ଣ ସ଼୍ବପ୍ନ ଚୂରମାର ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?