ଆରମ୍ଭ ହେଲା ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର

ଭୁବନେଶ୍ୱର,୨୪।୧(ବ୍ୟୁରୋ):ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର (ଆଇଏଫ୍‌ଏଫ୍‌ବି)ର ଦ୍ୱାଦଶ ସଂସ୍କରଣ ସୋମବାରଠାରୁ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଆରମ୍ଭ ହୋଇଛି। ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବରେ ଗୋଟିଏ ଛାତ ତଳେ ବିଭିନ୍ନ ରାଜ୍ୟର ସ୍ବତନ୍ତ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ, ଯାହା ଦେଶର କଳା, ଜୀବନଶୈଳୀ ଓ ସଂସ୍କୃତିର କାହାଣୀ କହିବ। ଉଦ୍‌ଘାଟନୀ ଉତ୍ସବ ଟୋନିଭେ ଥୋମାସିଙ୍କ ଅଭିନୀତ ବହୁ ଚର୍ଚ୍ଚିତ ମାଲାୟାଲମ୍‌ ସିନେମା ‘ଭଝାକ୍‌ (ଝଗଡ଼ା)ରୁ ଆରମ୍ଭ ହୋଇଥିଲା। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମାଲାୟାଲମ ସିନେ ନିର୍ମାତା ସାନାଲ କୁମାର ଶଶିଧରନ। ଏହି ସିନେମା ଜଣେ ଯୁବ ଆଇନଜୀବୀଙ୍କ କାହାଣୀ ଉପରେ ପର୍ଯ୍ୟବସିତ। ତାଙ୍କର ବିବାହ ବିଚ୍ଛେଦ ହେବାଭଳି ସ୍ଥିତି ଉପୁଜିଥିବାବେଳେ ସେ ଆଉଜଣେ ମହିଳା ଓ ଶିଶୁଙ୍କ ସଂସ୍ପର୍ଶରେ ଆସୁଛନ୍ତି, ଯେକି ପୂର୍ବରୁ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି। ତେବେ ତାଙ୍କୁ ଭେଟିବା ପରେ ଆଇନଜୀବୀଙ୍କର ଜୀବନ ପ୍ରତି ରହିଥିବା ଦୃଷ୍ଟିଭଙ୍ଗୀ ବଦଳିଯାଉଛି। ସିନେମା ପ୍ରଦର୍ଶନ ପରେ ଈଶ୍ୱର ମହାନ୍ତିଙ୍କ ସଂଯୋଜନାରେ ନିର୍ଦ୍ଦେଶକଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇଏଫ୍‌ଏଫ୍‌ବି ପକ୍ଷରୁ ପ୍ରଥମଥର ପାଇଁ ସିନେମା ଲେଖା ଉପରେ ପ୍ରତିଯୋଗିତା କରାଯିବ। ଏହି ସଂସ୍କରଣରେ ମୋଟ୍‌ ୪୩ଟି ସିନେମା ପ୍ରଦର୍ଶିତ କରାଯିବ। ଏଥିମଧ୍ୟରେ ୧୨ଟି ସିନେମାକୁ ଏସ୍‌ଆର୍‌ଏଫ୍‌ଟିଆଇ, ଏଫ୍‌ଟିଆଇଆଇ, ସ୍ରିଷ୍ଟି କଲେଜ, ଏନ୍‌ଆଇଡି, ବିପିଏଫ୍‌ଟିଆଇଓର ଛାତ୍ରୀଛାତ୍ରମାନେ ତିଆରି କରିଛନ୍ତି। ଏହି ସିନେମା ପ୍ରତିଯୋଗିତାରେ ଦେଶର ବିଭିନ୍ନ ଅନୁଷ୍ଠାନରୁ ୮୧ଟି ଆବେଦନ ଆସିଥିଲା। ତେବେ ୧୨ଟି ସିନେମାକୁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ଚୟନ କରାଯାଇଛି। ଉଦ୍‌ଯାପନୀ ସମାରୋହରେ ବିଜେତା ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି।
ଚଳିତବର୍ଷ ଉତ୍ସବର ପ୍ରମୁଖ ଆକର୍ଷଣ ହେଉଛି ସିମ୍‌ଲା, ଦରଭଙ୍ଗା, ବାରାଣସୀ ଓ କଶ୍ମୀର ଆଦି ଅଞ୍ଚଳରୁ ଆସିଥିବା ପ୍ରଥମ ସିନେମା। ସେଗୁଡ଼ିକ ହେଉଛି ‘ଅମର କଲୋନି’, ‘ପୋଖର କେ ଦୁନୁ ପାର’, ‘ଝିନି ଭିନି ଚନ୍ଦରିୟା’ ଏବଂ ‘ଚେସ ନେ ଭେଟ୍‌’। ସେହିପରି ମଣିପୁରର ହାଓବାମ ପବନ କୁମାର ଓ ରୋମି ମାଇତେଇଙ୍କ ଦୁଇଟି ସିନେମାକୁ ମଧ୍ୟ ପ୍ରଦର୍ଶିତ କରାଯିବ। ଅପରପକ୍ଷେ ଭାରତୀୟ ସିନେମା ଦୁନିଆର କିମ୍ବଦନ୍ତୀ ସତ୍ୟଜିତ ରାୟଙ୍କ ୧୯୫୦ରୁ ୧୯୯୧ ପର୍ଯ୍ୟନ୍ତ ସିନେମାକୁ ଏହି ଉତ୍ସବରେ ପ୍ରଦର୍ଶିତ କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ଚର୍ଚ୍ଚିତ ସିନେମାଗୁଡିକ ହେଲା ‘ପଥେର ପାଞ୍ଚୋଲି’, ‘ଅପରାଜିତୋ’, ‘ଅପୁର ସଂସାର’, ‘ମହାନଗର’, ‘ଚାରୁଲତା’, ‘ପ୍ରତିଦ୍ୱନ୍ଦ୍ୱୀ’, ‘କାପୁରୁଷ’, ‘ସୀମାବଦ୍ଧ’ ଓ ‘ଆଗନ୍ତୁକ’। ସାନାଲ ଶଶିଧରନ, କେମଲ କେଏମ୍‌, ଗୁରବିନ୍ଦର ସିଂହ, ରୋମି ମାଇତେଇ, ବାବୁ ଈଶ୍ୱର ପ୍ରସାଦ, ସିଦ୍ଧାର୍ଥ ଚୌହ୍ବାନ, ପ୍ରଭାସ ଚନ୍ଦ୍ରା, ପାର୍ଥ ସୌରଭ ଓ ରିତେଶ ଶର୍ମାଙ୍କ ଭଳି ସିନେ ନିର୍ମାତା ସହ ସିନେମା ପ୍ରଦର୍ଶନ ପରବର୍ତ୍ତୀ ଆଲୋଚନା ଆୟୋଜନ କରାଯିବ। ଉଦ୍‌ଘାଟନୀ ଉତ୍ସବରେ କେରଳ ଚଳଚ୍ଚିତ୍ର ଏକାଡେମୀର ଗୋପୀ କ୍ରିଷ୍ଣ, ଫିଲ୍ମ ସୋସାଇଟିର ଅବୈତନିକ ସଭାପତି ସୁବ୍ରତ ବେଉରା ଅତିଥି ଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri