Posted inଖେଳ

‘ମନ୍ଥର ହେବ ନାହିଁ ଭାରତୀୟ ଅର୍ଥନୀତି’

ନୂଆଦିଲ୍ଲୀ,୨୨ା୩: ବର୍ତ୍ତମାନ ସମୟରେ ଦେଖାଦେଇଥିତ୍ବା ବିଶ୍ୱ ଭୌଗୋଳିକ ପରିସ୍ଥିତି ସବୁ ରାଷ୍ଟ୍ର ପାଇଁ ଚିନ୍ତାର କାରଣ ପାଲିଟିଛି। ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଓ ମାନ୍ଦାବସ୍ଥା ଯୋଗୁ ସାରା ବିଶ୍ୱ ଏପରିକି ରାଷ୍ଟ୍ର (ଭାରତ)ରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଭାବ ପରିଲକ୍ଷିତ ହେଉଛି। ବିଶେଷକରି ବିଶ୍ୱ ଅର୍ଥନୀତି ତୁଳନାରେ ଭାରତର ଅର୍ଥନୀତି ବହୁତ ଭଲ ରହିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ହାସଲ କରିଥିବା ଅର୍ଥନୀତିସ୍ତରରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସେହିଭଳି ଦେଶରେ ସୃଷ୍ଟି ହୋଇଥିବା ଅର୍ଥନୀତି ବିସ୍ତାରର ଗତି ମନ୍ଥର ହେବ ନାହିଁ। ଏପରିକି ଗତ ଚଳିତ ଆର୍ଥିକ ବର୍ଷର ସ୍ଥିତି ଆସନ୍ତା ଆର୍ଥକ ବର୍ଷରେ ମଧ୍ୟ ଉକ୍ତ ଧାରା ବଜାୟ ରହିବ ବୋଲି ମଙ୍ଗଳବାର ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ)ର ଏକ ଆର୍ଟିକିଲରେ ଏଭଳି କୁହାଯାଇଛି। ବିଶେଷ କରି ଆର୍‌ବିଆଇ ବୁଲେଟିନ୍‌ର ୨୦୨୩ ମାର୍ଚ୍ଚ ସଂସ୍କରଣରେ ପ୍ରକାଶିତ ଭାରତୀୟ ଅର୍ଥନୀତିର ସ୍ଥିତି ଉପରେ ବିସ୍ତୃତ ଆଲୋକପାତ ଆର୍ଟିକିଲରେ କରାଯାଇଛି। ସେହିପରି ଚଳିତ ଆର୍ଥିକ ଭଳି ଆସନ୍ତା ଆର୍ଥିକ ବର୍ଷରେ ଯେତେ ଅସୁବିଧା ହେଉନା କାହିଁକି ଆମେ ଦେଶର ଅର୍ଥନୀତିକୁ ନେଇ ଯଥେଷ୍ଟ ଆଶାବାଦୀ ରହିଛୁ। ଏପରିକି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ)ର ୨୦୨୩ ଫେବୃୟାରୀ ତଥ୍ୟ ପ୍ରକାଶନ ସୂଚିତ କରେ ଯେ ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର ଅନ୍ୟ ରାଷ୍ଟ୍ର ଅପେକ୍ଷା ଯଥେଷ୍ଟ ଉନ୍ନତ ରହିଛି, ଯାହା ମୁଖ୍ୟତଃ ଏହାର ପ୍ରଦର୍ଶିତ ସ୍ଥିରତା ଏବଂ ଘରୋଇ ବଜାରଗୁଡ଼ିକ ଉପରେ ନିର୍ଭରଶୀଳ ବୋଲି କୁହାଯାଉଛି। ପରିଶେଷରେ ଉକ୍ତ ପ୍ରବନ୍ଧ ଆର୍‌ବିଆଇର ଡେପୁଟି ଗଭର୍ନର ମାଇକେଲ ଦେବବ୍ରତ ପାଟ୍ରାଙ୍କ ନେତୃତ୍ୱରେ ଏକ ଟିମ୍‌ ବିସ୍ତୃତ ଭାବେ ଗବେଷଣାକରି ଲେଖିଛନ୍ତି। ଏପରିକି ଏହାର ଲେଖକମାନେ ଆହୁରି ମଧ୍ୟ କହିଛନ୍ତି, ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ଚଳିତ ଆର୍ଥିକ ବର୍ଷରେ ୧୫୯.୭ ଲକ୍ଷ କୋଟିରୁ ୧୭୦.୯ ଲକ୍ଷ କୋଟିକୁ ବୃଦ୍ଧି ହୋଇପାରେ। ବିଶେଷକରି ଏହା ଏକ ସରଳ ଗାଣିତିକ, ଅର୍ଦ୍ଧ ସମୟରେ କୌଣସି ଅଡ୍‌ ନୁହେଁ। ବିଶ୍ୱ ଅର୍ଥନୀତି ତୁଳନାରେ ଭାରତ ୨୦୨୨-୨୩ ଆର୍ଥିକ ବର୍ଷରେ ହାସଲ କରିଥିବା ବିସ୍ତାରର ଗତି ବଜାୟ ରଖିବ। ଯେତେ ଅସୁବିଧା ହେଉନା କାହିଁକି ଆମେ ଭାରତ ଉପରେ ଆଶାବାଦୀ ରହିଛୁ ବୋଲି ଉକ୍ତ ପ୍ରବନ୍ଧରେ ବିସ୍ତୃତ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧିର ବର୍ତ୍ତମାନ ଉପଲବ୍ଧ ପୂର୍ବାନୁମାନ, ଆର୍‌ବିଆଇ ସହ ୬ରୁ ୬.୫% ମଧ୍ୟରେ ସ୍ଥିର ହୋଇଛି। ଏପରିକି କେନ୍ଦ୍ରୀୟ ବ୍ୟାଙ୍କ କହିଛି, ଉକ୍ତ ପ୍ରବନ୍ଧରେ ଦର୍ଶାଯାଇଥିବା ମତଗୁଡ଼ିକ ଲେଖକଙ୍କ ମତ ଏବଂ ଏହା ଆର୍‌ବିଆଇର ମତକୁ ପ୍ରତିନିଧିତ୍ୱ କରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

ବିଜୟ ପାଇଁ ବିଶାଳ ଟାର୍ଗେଟ ଦେଲା ଭାରତ: ଶ୍ରୀଲଙ୍କାକୁ ଲୋଡ଼ା ‘ଚମତ୍କାର’

ଗାଲେ,୧୮।୮: ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଚତୁର୍ଥ ଦିନରେ ଶ୍ରୀଲଙ୍କା ପାଇଁ ୩୭୨ ରନର ଟାର୍ଗେଟ ଦେଇଥିଲା। ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ…

‘ଫାଶୀ ଦିଅ କିମ୍ବା ଜେଲ ପଠାଅ, ମୁଁ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ

ନୂଆଦିଲ୍ଲୀ, ୧୮।୮: ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଛନ୍ଦ ଗାନକୁ ନେଇ ଜାରି ରହିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ନାଟକ କଂଗ୍ରେସ ସଭାପତି ବି.କେ. ହରିପ୍ରସାଦ ବଡ଼ ବୟାନ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସହାୟତା ଘୋଷଣା: ବାସନକୁସନ-ପୋଷାକ ବାବଦକୁ ମିଳିବ…

ଭୁବନେଶ୍ୱର,୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କ୍ଷୁଦ୍ର ଚାଷୀଙ୍କୁ ହେକ୍ଟର ପିଛା…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

କଂଗ୍ରେସର ‘ବନ୍ଦେ ମାତରମ’ ଭିଡିଓକୁ ନେଇ ବର୍ଷିଲେ କଙ୍ଗନା, ପାକିସ୍ତାନ ସହ ତୁଳନା କରି କହିଲେ…

ନୂଆଦିଲ୍ଲୀ, ୧୮।୮: ହିମାଚଳ ପ୍ରଦେଶର ମଣ୍ଡିରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରଣାୱତ କଂଗ୍ରେସ ନେତୃତ୍ୱ ଉପରେ ବଡ଼ ବୟାନ ଦେଇଛନ୍ତି। ଅଗଷ୍ଟ ୧୫…

ବାପାକୁ ଆକ୍ରମଣ କଲେ ପୁଅ, ଗିରଫ କରିବାକୁ ଯାଇ ପୋଲିସ ହଟହଟା

ଗୋପ,୧୮।୮( ଭାରତୀ ଭୂଷଣ ଉପାଧ୍ୟାୟ): ମଙ୍ଗଳବାର ଭୋର ସମୟରେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମରେ ଛୁରାମାଡ଼ ହୋଇଛି । ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri