Posted inଜାତୀୟ

ସଙ୍କଟରେ ଭାରତୀୟ ଗଣତନ୍ତ୍ର

ଲଣ୍ଡନ/ନୂଆଦିଲ୍ଲୀ,୪ା୩: ଭାରତର ପାର୍ଲାମେଣ୍ଟ, ପ୍ରେସ୍‌ ଓ ନ୍ୟାୟପାଳିକାକୁ ମୁକ୍ତ ଭାବେ ଚାଲିବାକୁ ଦିଆଯାଉନାହିଁ। ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଆକ୍ରମଣ କରାଯାଉଛି। ଏଥିଯୋଗୁ ଭାରତୀୟ ଗଣତନ୍ତ୍ର ସଙ୍କଟ ଦେଇ ଗତିକରୁଛି। ଦେଶର ଅନେକ ନେତା ସର୍ଭିଲାନ୍ସରେ ଅଛନ୍ତି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବିଦେଶରେ ପୁଣି ଟାର୍ଗେଟ କରିଛନ୍ତି। ତାଙ୍କର ଏଭଳି ସମାଲୋଚନାକୁ ଭାଜପା ନେତାମାନେ ହଜମ କରିପାରି ନାହାନ୍ତି। ରାହୁଲ ବାରମ୍ବାର ନିର୍ବାଚନୀ ଝଟ୍‌କା ଖାଇବା ପରେ ବିଦେଶ ମାଟିରେ ଭାରତର ଛବିକୁ ମଳିନ କରିବାକୁ ଉଦ୍ୟମ ଚଳାଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି।
ବ୍ରିଟେନ ଗସ୍ତରେ ଥିବା ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀ କେମ୍ବ୍ରିଜ୍‌ ୟୁନିଭର୍ସିଟିର ଜଜ୍‌ ବିଜ୍‌ନେସ୍‌ ସ୍କୁଲରେ ମଙ୍ଗଳବାର ରାତିରେ ଆୟୋଜିତ ‘ଲର୍ନିଂ ଟୁ ଲିଶେନ୍‌ ଇନ୍‌ ଦି ଟ୍ବେଣ୍ଟିଫାଷ୍ଟ ସେଞ୍ଚୁରି’ ବକ୍ତୃତା କାର୍ଯ୍ୟକ୍ରମରେ ସମ୍ବୋଧନ କରିଥିଲେ। ୫୨ ବର୍ଷୀୟ ରାହୁଲ ଭାରତରେ ବିରୋଧୀ ନେତାମାନଙ୍କ ପ୍ରତି ସରକାରଙ୍କ ଆଚରଣ ଉପରେ ଏମ୍‌ବିଏ ଛାତ୍ରୀଛାତ୍ରଙ୍କୁ କହିଥିଲେ, ଆମ ଉପରେ ଲଗାତର ଭାବେ ଏପରି ଚାପ ପକାଯାଉଛି। ମୋ ବିରୋଧରେ ଅନେକ ଆପରାଧିକ ମାମଲା ରୁଜୁ କରାଯାଇଛି। ଆମେ ଏସବୁର ବିରୋଧ କରୁଛୁ। ଭାରତୀୟ ଗଣତନ୍ତ୍ର ଉପରେ ଚାପ ପଡ଼ୁଥିବାରୁ ଏହା ସଙ୍କଟରେ ରହିଛି। ମୁଁ ଭାରତର ଜଣେ ବିରୋଧୀ ନେତା। ଆମେ ବିରୋଧୀ ଭୂମିକା ନେଉଛୁ। କେତେକ ପ୍ରସଙ୍ଗରେ ଆଲୋଚନା ଦାବି କରି ପାର୍ଲାମେଣ୍ଟ ସମ୍ମୁଖରେ ଛିଡ଼ା ହୋଇଥିବାବେଳେ ବିରୋଧୀ ନେତାମାନଙ୍କୁ ୩-୪ ଥର ଗିରଫ କରାଯାଇଥିତ୍ବା ଦର୍ଶାଇ ରାହୁଲ ଏହାର ଏକ ଫଟୋ ଶେୟାର କରିଛନ୍ତି। ସଂଖ୍ୟାଲଘୁ ଓ ଗଣମାଧ୍ୟମ ଉପରେ କିପରି ଆକ୍ରମଣ ହେଉଛି ତାହା ଆପଣମାନେ ମଧ୍ୟ ଶୁଣିଥିବେ। ସେସବୁକୁ ଅନୁଧ୍ୟାନ କଲେ ଭାରତରେ କ’ଣ ଚାଲିଛି ତାହା ଜାଣିପାରିବେ ବୋଲି ରାହୁଲ କହିଛନ୍ତି। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱସ୍ତରରେ ଭାରତ ପ୍ରତି ସମ୍ମାନ ବଢ଼ିଛି। କିନ୍ତୁ ରାହୁଲ ବିଦେଶ ମାଟିରେ ଭାରତକୁ ବଦନାମ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏଥିରୁ କଂଗ୍ରେସର ଏଜେଣ୍ଡା ବାରି ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ପାଠପଢ଼ାର ଅଂଶ ବିଶେଷ, ମୁଖ୍ୟ ସ୍ରୋତରେ ହେବ ସାମିଲ୍‌…

ନୂଆଦିଲ୍ଲୀ,୧୫।୮: ପାଠପଢ଼ାରେ କ୍ରୀଡ଼ାକୁ ଏକ ଅଂଶ ବିଶେଷ ଭାବେ ଗ୍ରହଣ କରାଯାଇ ମୁଖ୍ୟ ସ୍ରୋତରେ ସାମିଲ୍‌ କରାଯିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି।...

ସମାଜବାଦୀ ଗଡ଼ରୁ ଲଢ଼ିପାରନ୍ତି ଅଖିଳେଶ

ଲକ୍ଷ୍ନୌ,୨୦।୧: ସମାଜବଦା ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଉତ୍ତରପ୍ରଦେଶ ନିର୍ବାଚନ ମଣ୍ଡଳୀ କର୍ହାଲରୁ ଲଢ଼ିବେ। ଏହି ଆସନ ସମାଜବାଦୀ ପାର୍ଟିର ଗଡ଼ ଭାବେ...

ଦିନକରେ ୭,୫୮୪ କୋଭିଡ୍‌ ସଂକ୍ରମିତ

ନୂଆଦିଲ୍ଲୀ,୧୧।୬: କୋଭିଡ୍‌ ସଂକ୍ରମଣ ପୁଣି ବଢ଼ିବା ସହ ଆଉ ଏକ ଲହର ଆସିବା ଆଶଙ୍କା ସୃଷ୍ଟି ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୫୮୪...

ଏସି ଥିବା ସ୍ମାର୍ଟ ପୋଲିଂ ବୁଥ୍‌ରେ ଦିବ୍ୟାଙ୍ଗ ଭୋଟର ଦେଲେ ଭୋଟ

ଇନ୍ଦୋର,୧୯।୫: ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ଏସି ଯୁକ୍ତ ସ୍ମାର୍ଟ ପୋଲିଂ ବୁଥ୍‌ରେ ଦିବ୍ୟାଙ୍ଗ ଭୋଟରଙ୍କ ସମେତ ବରିଷ୍ଠ ନାଗରିକ ସେମାନଙ୍କର ମତଦାନ ଅଧିକାର ସାବସ୍ତ୍ୟ କରିଛନ୍ତି।...

ଉତ୍ତରାଖଣ୍ଡ ବସ୍‌ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଡେରାଡୁନ୍‌,୫।୬: ଉତ୍ତରାଖଣ୍ଡରେ ରବିବାର ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।...

ବଦଳିବ ସଲାମ ଆଳତିର ନାମ, ହେବ ସନ୍ଧ୍ୟା ଆଳତି…

ବେଙ୍ଗାଲୁରୁ,୧୧।୧୨ : କର୍ନାଟକର ସମସ୍ତ ମନ୍ଦିରରେ ଥିବା ସଲାମ ଆଳତି ବର୍ତ୍ତମାନ ସନ୍ଧ୍ୟା ଆଳତି ଭାବରେ ପରିଚିତ ହେବ। ହିନ୍ଦୁ ମନ୍ଦିରଗୁଡିକର ତଦାରଖ କରୁଥିବା ସର୍ବୋଚ୍ଚ...

ଲକ୍‌ଡାଉନ୍‌ରେ ଭାରତୀୟ ଧନକୁବେର ହୋଇଛନ୍ତି ଅଧିକ ଧନୀ

ନୂଆଦିଲ୍ଲୀ, ୨୫।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ବହୁ ସମସ୍ୟା...

ଚିକିତ୍ସା କରୁଥିବା ଡାକ୍ତର କରୋନାରେ ସଂକ୍ରମିତ

ଲକ୍ଷ୍ନୌ,୧୮।୩: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌କୁ ରୋକିବା ପାଇଁ ସବୁ ଦେଶ ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ସରକାର...

Advertisement
Archives

Model This Week