Posted inଜାତୀୟ

ସଙ୍କଟରେ ଭାରତୀୟ ଗଣତନ୍ତ୍ର

ଲଣ୍ଡନ/ନୂଆଦିଲ୍ଲୀ,୪ା୩: ଭାରତର ପାର୍ଲାମେଣ୍ଟ, ପ୍ରେସ୍‌ ଓ ନ୍ୟାୟପାଳିକାକୁ ମୁକ୍ତ ଭାବେ ଚାଲିବାକୁ ଦିଆଯାଉନାହିଁ। ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଆକ୍ରମଣ କରାଯାଉଛି। ଏଥିଯୋଗୁ ଭାରତୀୟ ଗଣତନ୍ତ୍ର ସଙ୍କଟ ଦେଇ ଗତିକରୁଛି। ଦେଶର ଅନେକ ନେତା ସର୍ଭିଲାନ୍ସରେ ଅଛନ୍ତି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବିଦେଶରେ ପୁଣି ଟାର୍ଗେଟ କରିଛନ୍ତି। ତାଙ୍କର ଏଭଳି ସମାଲୋଚନାକୁ ଭାଜପା ନେତାମାନେ ହଜମ କରିପାରି ନାହାନ୍ତି। ରାହୁଲ ବାରମ୍ବାର ନିର୍ବାଚନୀ ଝଟ୍‌କା ଖାଇବା ପରେ ବିଦେଶ ମାଟିରେ ଭାରତର ଛବିକୁ ମଳିନ କରିବାକୁ ଉଦ୍ୟମ ଚଳାଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି।
ବ୍ରିଟେନ ଗସ୍ତରେ ଥିବା ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀ କେମ୍ବ୍ରିଜ୍‌ ୟୁନିଭର୍ସିଟିର ଜଜ୍‌ ବିଜ୍‌ନେସ୍‌ ସ୍କୁଲରେ ମଙ୍ଗଳବାର ରାତିରେ ଆୟୋଜିତ ‘ଲର୍ନିଂ ଟୁ ଲିଶେନ୍‌ ଇନ୍‌ ଦି ଟ୍ବେଣ୍ଟିଫାଷ୍ଟ ସେଞ୍ଚୁରି’ ବକ୍ତୃତା କାର୍ଯ୍ୟକ୍ରମରେ ସମ୍ବୋଧନ କରିଥିଲେ। ୫୨ ବର୍ଷୀୟ ରାହୁଲ ଭାରତରେ ବିରୋଧୀ ନେତାମାନଙ୍କ ପ୍ରତି ସରକାରଙ୍କ ଆଚରଣ ଉପରେ ଏମ୍‌ବିଏ ଛାତ୍ରୀଛାତ୍ରଙ୍କୁ କହିଥିଲେ, ଆମ ଉପରେ ଲଗାତର ଭାବେ ଏପରି ଚାପ ପକାଯାଉଛି। ମୋ ବିରୋଧରେ ଅନେକ ଆପରାଧିକ ମାମଲା ରୁଜୁ କରାଯାଇଛି। ଆମେ ଏସବୁର ବିରୋଧ କରୁଛୁ। ଭାରତୀୟ ଗଣତନ୍ତ୍ର ଉପରେ ଚାପ ପଡ଼ୁଥିବାରୁ ଏହା ସଙ୍କଟରେ ରହିଛି। ମୁଁ ଭାରତର ଜଣେ ବିରୋଧୀ ନେତା। ଆମେ ବିରୋଧୀ ଭୂମିକା ନେଉଛୁ। କେତେକ ପ୍ରସଙ୍ଗରେ ଆଲୋଚନା ଦାବି କରି ପାର୍ଲାମେଣ୍ଟ ସମ୍ମୁଖରେ ଛିଡ଼ା ହୋଇଥିବାବେଳେ ବିରୋଧୀ ନେତାମାନଙ୍କୁ ୩-୪ ଥର ଗିରଫ କରାଯାଇଥିତ୍ବା ଦର୍ଶାଇ ରାହୁଲ ଏହାର ଏକ ଫଟୋ ଶେୟାର କରିଛନ୍ତି। ସଂଖ୍ୟାଲଘୁ ଓ ଗଣମାଧ୍ୟମ ଉପରେ କିପରି ଆକ୍ରମଣ ହେଉଛି ତାହା ଆପଣମାନେ ମଧ୍ୟ ଶୁଣିଥିବେ। ସେସବୁକୁ ଅନୁଧ୍ୟାନ କଲେ ଭାରତରେ କ’ଣ ଚାଲିଛି ତାହା ଜାଣିପାରିବେ ବୋଲି ରାହୁଲ କହିଛନ୍ତି। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱସ୍ତରରେ ଭାରତ ପ୍ରତି ସମ୍ମାନ ବଢ଼ିଛି। କିନ୍ତୁ ରାହୁଲ ବିଦେଶ ମାଟିରେ ଭାରତକୁ ବଦନାମ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏଥିରୁ କଂଗ୍ରେସର ଏଜେଣ୍ଡା ବାରି ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?