ଭାରତୀୟ ସଂସ୍କୃତି ଐକ୍ୟର ଆଧାରଶିଳା

ବିବିଧତା ମଧ୍ୟରେ ଐକ୍ୟ ହିଁ ଭାରତୀୟ ସଂସ୍କୃତିର ଆକର୍ଷଣ ଓ ଆଧାରଶିଳା, ଶ୍ରୀରାମକୃଷ୍ଣ ଯେଉଁ ଏକେଶ୍ୱରବାଦ କଥା କହିଥିଲେ ତାଙ୍କର ପଟ୍ଟଶିଷ୍ୟ ସ୍ବାମୀ ବିବେକାନନ୍ଦ ଆମେରିକା ଭ୍ରମଣ କାଳରେ ମଧ୍ୟ ସେକଥା ହିଁ କହିଥିଲେ। ଆମେରିକାରେ ଆୟୋଜିତ ଧର୍ମସଭାରେ ତାଙ୍କର ଶ୍ରୋତାମାନଙ୍କୁ ସେ କହିଥିଲେ, ”ହେ ଅମୃତର ସନ୍ତାନ! ସମସ୍ତେ ଶୁଣ, ଧର୍ମ କହିଲେ ଏହାର ବ୍ୟାପକତା ଓ ଶକ୍ତିକୁ ବୁଝିବାକୁ ହୁଏ। ଶ୍ରୀରାମକୃଷ୍ଣ ମଧ୍ୟ ସ୍ପଷ୍ଟ କରିଥିଲେ – ଯେତେ ମତ, ସେତେ ପଥ, ସେଥିପାଇଁ ଈଶ୍ୱର ଏକ ହେବାବେଳେ ଧର୍ମ ଅନେକ, କାରଣ ପ୍ରତ୍ୟେକ ଧର୍ମର ପଥ ଭିନ୍ନ ହେବା ନିଶ୍ଚିତ। ଯିଏ ଯେଉଁ ଧର୍ମ ଅନୁସାରେ ଅଗ୍ରଗାମୀ ହେଉନା କାହିଁକି, ସେ ଜଣେ ଈଶ୍ୱରଙ୍କୁ ଭେଟିବ, ସେ ଜଣେ ଈଶ୍ୱରଙ୍କୁ ଦେଖିବ। ଈଶ୍ୱର ଏକ ନା ଅଲଗା ଅଲଗା, ଏହା ପରୀକ୍ଷା କରିବା ପାଇଁ ସ୍ବାମୀ ବିବେକାନନ୍ଦ ତାଙ୍କ ପରମଗୁରୁଙ୍କ ବାଟ ବାଛି ନେଇଥିଲେ। ହିନ୍ଦୁ ମନ୍ଦିର, ବୌଦ୍ଧ ମନ୍ଦିର, ଗିର୍ଜା, ମସ୍‌ଜିଦ, ଗୁରୁଦ୍ୱାର ସବୁ ଆଡ଼କୁ ଯାଇଥିଲେ ଓ ଧର୍ମର ରୀତିନୀତି ପାଳନ କରି ଜ୍ଞାନ ଆହରଣ କରୁଥିଲେ। ପରେ ବିଭିନ୍ନ ସ୍ଥାନରୁ ଜ୍ଞାନ ଆହରଣରେ ସେ ବିସ୍ମିତ ହୋଇଯାଇଥିଲେ। ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇପଡୁଥିଲେ।
ସେ ଅନୁଭବ କଲେ ଯେ ତାଙ୍କ ଗୁରୁ ଯାହା କହିଥିଲେ ତାହା ହିଁ ସତ୍ୟ, ଈଶ୍ୱର ଜଣେ ବା ଏକ କିନ୍ତୁ ଧର୍ମ ଅନେକ। ଯେଉଁଠି ଯେଉଁ ଧର୍ମର ବିଶ୍ୱାସୀ ରହିବେ, ସେମାନେ ସେମାନଙ୍କର ଈଶ୍ୱରଙ୍କୁ ପୂଜା ବା ଆରାଧନା କରିବେ। ଏ ପର୍ଯ୍ୟନ୍ତ ପ୍ରାୟ ୮ଟି ଧର୍ମ ପ୍ରାଚୀନ କାଳରୁ ସେମାନଙ୍କର ପ୍ରଥା ଅନୁସାରେ ଚଳି ଆସୁଛି। ଭାରତ ଏପରି ଏକ ଦେଶ ଯେଉଁଠାରେ ହିନ୍ଦୁଧର୍ମ ବ୍ୟତୀତ ଇସଲାମ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଆଦି ବିଭିନ୍ନ ଧର୍ମ ରହିଛି। ବୌଦ୍ଧ ଓ ହିନ୍ଦୁ ଧର୍ମର ଚଳଣିରେ କିଛି ପାର୍ଥକ୍ୟ ଥିଲେ ମଧ୍ୟ ବୁଦ୍ଧଙ୍କୁ ହିନ୍ଦୁମାନେ ଅବତାର ଭାବରେ ପ୍ରାର୍ଥନା କରନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଅନେକ ସମୟରେ ଅମୃତର ସନ୍ତାନମାନେ ଧର୍ମନାମରେ ଈଶ୍ୱରଙ୍କୁ ଖୋଜୁଥିବାବେଳେ ବାଟବଣା ହୋଇ ସେହି ଗୋଟିଏ ଧର୍ମକୁ ଗ୍ରହଣ କରି ଅନ୍ୟସବୁ ଧର୍ମକୁ ଅଲଗା କରିଦିଅନ୍ତି। ଏହି କାରଣରୁ ଈଶ୍ୱର ଏକ ଥିଲେ ମଧ୍ୟ ବିଭିନ୍ନ ଧର୍ମ ବିଭିନ୍ନ ସ୍ଥାନରେ ରହିଛି। ଭାରତରେ ସବୁ ଧର୍ମର ଲୋକ ଅଛନ୍ତି। ହିନ୍ଦୁ ଧର୍ମ କିନ୍ତୁ ଏ ଦେଶରେ ପ୍ରଥମେ ସୃଷ୍ଟି ହୋଇଥିଲା। ବିଭିନ୍ନ ଧର୍ମର ପ୍ରତିଷ୍ଠାତାମାନେ ଈଶ୍ୱରଙ୍କୁ ପ୍ରାର୍ଥନା ଓ ତାଙ୍କର ଗୁଣ ଗାନ କଲାବେଳେ କେବେ ଅନ୍ୟ ଧର୍ମ ବିରୋଧରେ ପ୍ରାର୍ଥନା କରନ୍ତି ନାହିଁ। ବିଭିନ୍ନ ଧର୍ମ ମଧ୍ୟରେ ସଂଘର୍ଷ ହୋଇପାରେ କାରଣ ସେମାନେ ଭିନ୍ନ ଭିନ୍ନ ବାଟରେ ଈଶ୍ୱରଙ୍କୁ ଆରାଧନା କରନ୍ତି। କିନ୍ତୁ ଯେଉଁମାନେ ଶୀର୍ଷ ସ୍ଥାନରେ ଉପନୀତ ହୋଇଯାଇଛନ୍ତି, ସେମାନଙ୍କ ମଧ୍ୟରେ କିଛି ବିରୋଧ ନାହିଁ।
ବୌଦ୍ଧ ଧର୍ମର ପ୍ରଥା ଅନୁସାରେ ଥରେ ବୁଦ୍ଧଦେବ ପ୍ରାତଃ ପୂଜା ଶେଷ କରି ଆଶ୍ରମ ଛାଡ଼ି ପ୍ରଥମେ ବାଟରେ ଯେଉଁଘର ପଡ଼ିଲା ସେଠାରେ ପହଞ୍ଚତ୍ବା ପରେ କହିଲେ ”ଭିକ୍ଷାଂ ଦେହୀ“। ଗୃହଣୀ ଏଇ ଦୁଇପଦ କଥା ଶୁଣି ବୁଦ୍ଧଦେବଙ୍କୁ ଅକଥ୍ୟ ଭାଷାରେ ଗାଳିକଲେ କିଛି କାମ ନ କରି ତୁମେ ଭିକ୍ଷା କାହିଁକି ମାଗୁଛ? ତାଙ୍କ କଥା ଶୁଣି ବୁଦ୍ଧ କହିଲେ ମା’ ଆପଣ ଭିକ୍ଷା ନ ଦେଲେ ନାହିଁ – ଯେଉଁସବୁ ଗାଳିଦେଲେ ସେସବୁ ଆପଣଙ୍କୁ ଛାଡ଼ି ଦେଇ ମୁଁ ମୋ ବାଟରେ ଯାଉଛି। ସେ କିଛି ବାଟ ଗଲାପରେ ଗୃହିଣୀଙ୍କ ଜ୍ଞାନ ଉଦୟ ହେଲା ଏବଂ ସେ ଜାଣିଲେ ଯେ ଏକ ବଡ଼ ଭୁଲ୍‌ ହୋଇଯାଇଛି। ସେ ବୁଦ୍ଧଙ୍କ ପଛେ ପଛେ ଦୌଡ଼ିଲେ ଓ ତାଙ୍କ ପାଦତଳେ ପଡ଼ି କହିଲେ ପ୍ରଭୁ! ମତେ କ୍ଷମା କରନ୍ତୁ। ବୁଦ୍ଧ ତାଙ୍କୁ ଶିଷ୍ୟ ଭାବରେ ଗ୍ରହଣ କଲେ। ଏହିପରି ବହୁ ଘଟଣାର ଦୃଷ୍ଟାନ୍ତ ବିଭିନ୍ନ ଧର୍ମରେ ନିହିତ। ଈଶ୍ୱରପୁତ୍ର, ପରମକାରୁଣିକ ଯିଶୁଙ୍କୁ କଣ୍ଟକିତ କରି ରୁଧିରାକ୍ତ କଲାବେଳେ ଯିଶୁ ପ୍ରାର୍ଥନା କରିଛନ୍ତି ପ୍ରଭୁ! ଏମାନେ ଅଜ୍ଞାନ, କ’ଣ କରୁଛନ୍ତି ନିଜେ ଜାଣନ୍ତି ନାହିଁ। ଏମାନଙ୍କୁ କ୍ଷମା କରନ୍ତୁ। ଧର୍ମର ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଷ୍ଟାନ୍ତ।
ବିଶ୍ୱସ୍ରଷ୍ଟା ଈଶ୍ୱର ଏକ ସତ୍ତ୍ୱେ ବିଭିନ୍ନ ଧର୍ମର ଲୋକମାନେ ଈଶ୍ୱରଙ୍କୁ ବିଭିନ୍ନ ଭାବରେ ସ୍ମରଣ କରିଛନ୍ତି। ସେଥିପାଇଁ ପରସ୍ପର ବିରୋଧରେ ସଂଗ୍ରାମ ଓ ସଂଘର୍ଷ। ସେଥିପାଇଁ ଅମୃତର ପୁତ୍ରମାନେ ବିଭିନ୍ନ ଶିବିରରେ ବିଭକ୍ତ ହୋଇଛନ୍ତି। ସୁତରାଂ ଅମୃତର ସନ୍ତାନମାନେ ଈଶ୍ୱର ଏକ – ଏତିକି ଚିନ୍ତା କଲେ ଅନ୍ଧାରରୁ ବାହାରି ଆଲୋକ ପଥରେ ଯିବା ଲାଗି ସକ୍ଷମ ହୋଇଯିବେ।

– ବିମଳ ପ୍ରସନ୍ନ ଦାସ
ମୋ: ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri