Posted inଖେଳ

ଖେଳ ପାଇଁ ନୁହେଁ, କେବଳ ଟଙ୍କା ରୋଜଗାର ପାଇଁ ଭାରତୀୟ କ୍ରିକେଟର ‘ଗେହ୍ଲାପୁଅ’

ଲାହୋର,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ। ଭାରତୀୟ ଟିମ୍‌ ଯେଉଁ ବି ଦେଶ ଗସ୍ତ କରନ୍ତି, ସେଠାରେ ଅଧିକ ରୋଜଗାର ହୋଇଥାଏ। ଏହାସତ୍ତ୍ୱେ ଭାରତୀୟ ଦଳ ନିଜର ପ୍ରଦର୍ଶନ କାରଣରୁ ବିଶ୍ୱବ୍ୟାପି ସମ୍ମାନ ପାଇଥାଏ ବୋଲି କୁହାଯାଏ। କାରଣ ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ ସମସ୍ତ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ହେଲେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ମହମ୍ମଦ ହାଫିଜ୍‌ ଠିକ ଓଲଟା ଭାବନ୍ତି। ବିଶ୍ୱ କ୍ରିକେଟରେ ଭାରତ ଗେହ୍ଲାପୁଅ କାରଣ ସେ ଅଧିକ ଟଙ୍କା ରୋଜଗାର କରିଥାଏ ବୋଲି ସେ କହିଛନ୍ତି।

ହାଫିଜ ପିଟିଭି ସ୍ପୋଟ୍ସ ସହ ଏକ ସାକ୍ଷାତକାରରେ କହିଛନ୍ତି, ମୋତେ ବିଶେଷ ଜଣାନାହିଁ। ହେଲେ ଏତିକି ଜାଣେ ଯେ ଆମ ସମାଜରେ ଯିଏ ଅଧିକ ରୋଜଗାର କରେ, ସମସ୍ତେ ତାଙ୍କୁ ଭଲ ପାଆନ୍ତି। ସେ ସମସ୍ତଙ୍କର ଗେହ୍ଲାପୁଅ ହୋଇଥାନ୍ତି। ଭାରତ ଏକ ରାଜସ୍ବ ଉତ୍ପାଦନକାରୀ ଦେଶ। ତେଣୁ ସମଗ୍ର ବିଶ୍ୱରେ ଦ୍ୱିପାକ୍ଷିକ ସିରିଜ ଥିଲେ ମଧ୍ୟ ବିସିସିଆଇକୁ ପ୍ରାୟୋଜକ ମିଳିଯାଇଥାଏ। ସେମାନେ ଜ୍ୟାକ୍‌ପଟ୍‌ ପାଆନ୍ତି। ଏପରି ଜିନିଷକୁ ଅଣଦେଖା କରିବା କଷ୍ଟକର ବୋଲି କହିଛନ୍ତି।

ଏହାଛଡ଼ା ଉଦ୍‌ଘୋଷକ ହାଫିଜଙ୍କୁ ଭାରତ ଗେହ୍ଲାପୁଅ ଭଲ ଖେଳ ନା ଟଙ୍କା ଯୋଗୁ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ ଟଙ୍କା ବିକଳ୍ପକୁ ବାଛିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ପୋଲିସ ଗୁଳି ଖାଇ ଏବେ ଆଇସିୟୁରେ ଅପରାଧୀ ଜଗା

ବ୍ରହ୍ମପୁର,୨୫ା୫: ଗଞ୍ଜାମ ଜିଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁ ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇପଡିଥିଲା। ଯାହାକି ପୋଲିସ…

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ସର୍ଗିଓ ଗୋରଙ୍କୁ ଫୋନ ମାଧ୍ୟମରେ କ’ଣ ନିର୍ଦ୍ଦେଶ ଦେଇଥିଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୫: ଆମେରିକାର ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏବଂ ଆମେରିକାର ବୈଦେଶିକ ସଚିବ…

ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍‌, ଫସରଫାଟିଲା ଫଲ୍ସ ଏଣ୍ଟ୍ରି

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ…

ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri