Posted inଖେଳ

ନଜରରେ ଭାରତୀୟ ଆଥ୍‌ଲେଟ

ପ୍ରତି ବର୍ଷ ମେ’ ୭ ତାରିଖକୁ ବିଶ୍ୱ ଆଥ୍‌ଲେଟିକ୍ସ ଦିବସ ଭାବରେ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱର କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହା ସହିତ ଶିଶୁ ଓ ଯୁବକମାନଙ୍କ ମଧ୍ୟରେ ଫିଟ୍‌ନେସ୍‌କୁ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ୧୯୯୬ ମସିହାରେ ବିଶ୍ୱ ଆଥ୍‌ଲେଟିକ୍ସ ଦିବସ ପ୍ରଥମ ଥର ପାଳନ କରାଯାଇଥିଲା। ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌) ପକ୍ଷରୁ ପ୍ରଥମ ଥର ପାଇଁ ଏହି ଦିବସର ପ୍ରଚଳନ କରାଯାଇଥିଲା। ୧୯୧୨ରେ ଆଇଏଏଏଫ୍‌ ସ୍ଥାପନ କରାଯାଇଥିଲା। ୨୦୧୯ରେ ଏହାର ନାମ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସକୁ ପରିବର୍ତ୍ତନ କରାଯାଇଥିଲା। ୧୭ଟି ଦେଶର ଫେଡେରେଶନକୁ ନେଇ ସମଗ୍ର ବିଶ୍ୱରେ ଶିଶୁ ଓ ଆଥ୍‌ଲେଟମାନଙ୍କୁ ସଚେତନ କରିବା ଦିଗରେ ଆରମ୍ଭ ହୋଇଥିବା ମିଶନରେ ଏହା ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ତେବେ ଯୁବ ସମାଜକୁ ଅଧିକରୁ ଅଧିକ ଆକୃଷ୍ଟ କରିବା ପାଇଁ ୧୯୯୬ରେ ପ୍ରଥମ ଥର ପାଇଁ ବିଶ୍ୱ ଆଥ୍‌ଲେଟିକ୍ସ ଦିବସ ପାଳନ କରାଯିବା ପାଇଁ ଯୋଜନା କରାଯାଇଥିଲା। ବିଭିନ୍ନ କ୍ରୀଡ଼ା ଇଭେଣ୍ଟ ଓ ସେମିନାର ଦ୍ୱାରା ସଚେତନତା ପାଇଁ ପ୍ରୟାସ କରାଯାଏ। ସମଗ୍ର ବିଶ୍ୱର ସ୍କୁଲ ଓ କଲେଜଗୁଡ଼ିକରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଏ। ଆଥଲେଟ୍‌ମାନଙ୍କୁ ଡୋପିଂ ସମ୍ପର୍କରେ ସଚେତନ କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ୨୦୧୩ରେ ଆଥ୍‌ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ ସ୍ଥାପନ କରାଯାଇଥିଲା।

ବିଗତ ବର୍ଷରେ ଭାରତୀୟ ଆଥ୍‌ଲେଟଙ୍କ ପ୍ରଦର୍ଶନରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଛି। ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଆଥ୍‌ଲେଟ ଭାବରେ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ଡାଇମଣ୍ଡ ଲିଗ୍‌ରେ ମଧ୍ୟ ଏକମାତ୍ର ଭାରତୀୟ ଭାବେ ଦୁଇ ଦୁଇ ଥର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ୱିତୀୟ ଭାରତୀୟ ଆଥ୍‌ଲେଟ ଭାବରେ ନୀରଜ ଏକ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ହାସଲ କରିଥିଲେ। ମୁରଲୀ ଶ୍ରୀଶଙ୍କର, ଏଲଧୋଶ ପଲ ଓ ଅବଦୁଲ ଆବୁ ବକରଙ୍କ ପରି ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ବିଶ୍ୱ ଚାମ୍ପିୟନଶିପ୍‌ରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ମହିଳା ଆଥ୍‌ଲେଟଙ୍କ ମଧ୍ୟରେ ରେସ୍‌ ଓ୍ବାକର ପ୍ରିୟଙ୍କା ଗୋସ୍ବାମୀ ଏବଂ ଜାଭେଲିନ୍‌ ଥ୍ରୋୟର ଅନ୍ନୁ ରାଣୀଙ୍କ ପ୍ରଦର୍ଶନରେ ଆଖିଦୃଶିଆ ଉନ୍ନତି ଘଟିଛି। ପ୍ରିୟଙ୍କା ରେସ୍‌ ଓ୍ବାକିଂରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜୟୀ ହୋଇଥିବା ବେଳେ ଅନ୍ନୁ ରାଣୀ କ୍ରମାଗତ ୩ ବର୍ଷ ଧରି ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ୫ରେ ସାମିଲ ଅଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ହାସଲ କରିଥିବା ଅନ୍ନୁ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲରୁ ବଞ୍ଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri