Posted inଜାତୀୟ

ଖସି ପଡ଼ିଲା ମିଗ୍‌-୨୧ ଫାଇଟର ଜେଟ୍‌

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ଏକ ମିଗ୍‌-୨୧ ଫାଇଟର ଜେଟ୍‌ ଶୁକ୍ରବାର ସନ୍ଧ୍ୟାରେ ରାଜସ୍ଥାନର ଜେସଲମେରରେ ଖସି ପଡ଼ିଛି। ବିମାନର ପାଇଲଟଙ୍କ ପତ୍ତା ମିଳିନାହିଁ। ତାଙ୍କୁ ଠାବ କରିବା ଲାଗି ସର୍ଚ୍ଚ ଅପରେଶନ ଜାରି ରହିଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଦୁର୍ଘଟଣାର ସଠିକ୍‌ ସ୍ଥାନ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ।

ଜେସଲମେର ସାମ ଥାନା ଅନ୍ତର୍ଗତ ଜାତୀୟ ମରୁଭୂମୀ ଉଦ୍ୟାନ ଅଞ୍ଚଳରେ ବିମାନ ଦୁର୍ଘଟଣା ଘଟିଥିବା ଏସ୍‌ପି ଅଜୟ ସିଂ କହିଛନ୍ତି।

ଦୁର୍ଘଟଣା ଖବରକୁ ଆଇଏଏଫ୍‌ ଟୁଇଟ୍‌ କରି ସ୍ପଷ୍ଟ କରିଛି। “ଆଜି ସନ୍ଧ୍ୟା ପ୍ରାୟ ୮ଟା ୩୦ରେ ଏକ ମିଗ୍‌-୨୧ ଯୁଦ୍ଧବିମାନ ଉଡାଣ ଟ୍ରେନିଂ ବେଳେ ପଶ୍ଚିମାଞ୍ଚଳ ସେକ୍ଟରରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ପରବର୍ତ୍ତୀ ସମୟରେ ଅଧିକ ତଥ୍ୟ ଦିଆଯିବ। ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି” ବୋଲି ଆଇଏଏଫ୍‌ ପକ୍ଷରୁ ଟୁଇଟ୍‌ କରାଯାଇଛି। ଉଲ୍ଲେଖଯୋଗ୍ୟ, ୧୯୭୧ରୁ ସେନା ଦ୍ୱାରା ଏହି ବିମାନ ବ୍ୟବହୃତ ହୋଇଆସୁଛି। ସେବେଠାରୁ ୨୦୧୨ ମଧ୍ୟରେ ୪୮୨ ମିଗ୍‌ ଯୁଦ୍ଧବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଏଥିରେ ୧୭୧ ପାଇଲଟ, ୩୯ ସାଧାରଣ ନାଗରିକ, ୮ ସେନା ଅଧିକାରୀ ଓ ଜଣେ ଏୟାର କ୍ରୁ ମେମ୍ବରଙ୍କ ଜୀବନ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ଦିଦି

କୋଲକାତା,୧୩ ।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୁବ୍‌ଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ବୋଲି ଜଣାପଡିଛି । ମାର୍ଚ୍ଚ ୧୫ରୁ ଅର୍ଥତ୍ ମାତ୍ର ୨ ଦିନ...

ଆଇନ ଜାଲରେ ଆଇନମନ୍ତ୍ରୀ : କୋର୍ଟରେ ଆତ୍ମସମର୍ପଣ କରିବା ପରିବର୍ତ୍ତେ ନେଲେ ଶପଥ…

ପାଟନା, ୧୭।୮ : ବିହାରରେ ମହାମେଣ୍ଟର ନୂତନ ସରକାର ଗଠନ ପରେ ମନ୍ତ୍ରଣାଳୟ ମଧ୍ୟ ବଣ୍ଟନ ହୋଇଛି। ମନ୍ତ୍ରଣାଳୟର ଅଧିକାଂଶ ମନ୍ତ୍ରୀ ଆରଜେଡି ସଦସ୍ୟ ହୋଇଛନ୍ତି।...

ଧନତେରାସ୍‌ରେ ଲକ୍ଷେ ୩୦ ହଜାର ସରକାରୀ କର୍ମଚାରୀଙ୍କ ଜମାଖାତାକୁ ଗଲାନି ଦରମା: ଆଇଏମ୍‌ଏଫ୍‌ଏସ୍‌ ସର୍ଭର ଡାଉନ୍‌

ଭୋପାଳ,୨୬।୧୦: ଧନତେରାସ୍‌ରେ ମଧ୍ୟପ୍ରଦେଶର ଲକ୍ଷେ ୩୦ ହଜାର ସରକାରୀ କର୍ମଚାରୀଙ୍କ ଜମା ଖାତାକୁ ଅକ୍ଟୋବର ମାସର ଦରମା ଯାଇ ପାରିନି। ସରକାରଙ୍କ ତାଗିଦ୍‌ ସତ୍ତ୍ୱେ ଏହା...

ଜନ୍ମଦିନରେ ଏହି ୬ ଉପହାର ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସେପ୍ଟେମର ୧୭ରେ ନିଜ ୭୦ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଦେଶ ତଥା ବିଶ୍ୱର ବିଭିନ୍ନ...

ରାଗିଛନ୍ତି କି ସଞ୍ଜୟ!

ମୁମ୍ବାଇ,୩୧।୧୨: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସୋମବାର କରାଯାଇଛି। ଏଠାରେ ମେଣ୍ଟ ସରକାର ହୋଇଥିବାରୁ ପ୍ରାୟ ସବୁ ଦଳର ସଦସ୍ୟଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି। ଏଥିରେ ଏନ୍‌ସିପି...

ଉତ୍ତରାଖଣ୍ଡରେ ଗୋଟିଏ ଦିନରେ ୨ କଂଗ୍ରେସ ନେତା ଛାଡିଲେ ଦଳ: ଚିନ୍ତାରେ ଦଳ ମୁଖିଆ

ଡେରାଡୁନ,୧୨ ।୭: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପୁଣିଥରେ ତା’ର ଘର ସଜାଡିବା କାମରେ ଲାଗିପଡିଛି । ଗୋଆ ବିଧାୟକଙ୍କ ମଧ୍ୟରେ ତୁତୁମେମେକୁ ଦେଖି...

ଏମ୍‌ପି ରାମଚନ୍ଦ୍ର ପାଶଓ୍ବାନଙ୍କ ପରଲୋକ

ନୂଆଦିଲ୍ଲୀ, ୨୧।୭: କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାଶ ପାଶଓ୍ବାନଙ୍କ ଭାଇ ରାମଚନ୍ଦ୍ରଙ୍କ ରବିବାର ପରଲୋକ ଘଟିଛି। ଜୁଲାଇ ୧୨ରେ ହୃଦ୍‌ଘାତ ଯୋଗୁ...

ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସ୍ବୀକାର କଲେ ପ୍ରେମିକ, କହିଲେ ମୋ’ର କିଛି ଦୋଷ ନାହିଁ

ନୂଆଦିଲ୍ଲୀ,୩୦ା୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଆଫତାବ ପୁନାଓ୍ବାଲା ନିଜ ଦୋଷ ସ୍ବୀକାର କରିଛନ୍ତି। ମଙ୍ଗଳବାର ଆଫତାବଙ୍କ ପଲିଗ୍ରାଫ...

Advertisement
Archives

Model This Week