Posted inଖେଳ

ହିରୋ ସାଜିଲେ ‘କେ ଏଲ୍‌ ରାହୁଲ’: ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତିଲା ଭାରତ

ମୁମ୍ବାଇ,୧୭।୩: ବିଜୟରୁ ସିରିଜ ଆରମ୍ଭ କଲା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲାକୁ ଭାରତ ୫ ଉଇକେଟରେ ଜିତି ନେଇଛି। ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲ ମ୍ୟାଚ୍‌ର ହିରୋ ସାଜି କଠିନ ପରିସ୍ଥିତିରୁ ଦଳକୁ ବିଜୟୀ କରିବାରେ ସଫଳ ହୋଇଛନ୍ତି।

ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୩୫.୪ ଓଭରରେ ୧୮୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଦ୍ରୁତ ବୋଲର ମହମ୍ମଦ ସିରାଜ-ମହମ୍ମଦ ଶାମି ୩ ଲେଖାଏ ଉଇକେଟ ନେଇଥିଲେ। ଏହା ପରେ ଭାରତୀୟ ଟିମ୍‌ ୩୯.୫ ଓଭରରେ ୫ ଉଇକେଟ ହରାଇ୧୯୧ ରନ୍‌ କରି ମ୍ୟାଚ୍‌ ଜିତିନେଇଛି।

ଏକ ସମୟରେ ଭାରତୀୟ ଟିମ୍‌ ୩୯ ରନ୍‌ରେ ୪ ଉଇକେଟ ହରାଇଥିଲା। ହେଲେ ଓପନର୍‌ କେଏଲ୍‌ ରାହୁଲ ୯୧ ବଲ୍‌ରେ ୭୫ ରନ୍‌ର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ତାଙ୍କ ସହ ରବିନ୍ଦ୍ର ଜାଡେଜା ୬୯ ବଲ୍‌ରେ ୪୫ ରନ୍‌ କରିଥିଲେ। ଉଭୟ ୬ଷ୍ଠ ଉଇକେଟ ଲାଗି ୧୨୩ ବଲ୍‌ରେ ୧୦୮ ରନ୍‌ର ଅପରାଜିତ ଭାଗିଦାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆ କପ୍‌ରେ ବ୍ରୋଞ୍ଜ ଜିତିଲା ଭାରତ

ଜାକର୍ତ୍ତା,୧।୬: ଇଣ୍ଡୋନେସିଆରେ ଚାଲିଥିବା ଏସିଆ କପ୍‌ ହକିରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ବୁଧବାର ଜାକର୍ତ୍ତାରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଜାପାନକୁ ୧-୦...

ବିବାହ ବନ୍ଧନରେ ଆଉ ଜଣେ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୨।୧୨: ବିବାହ ବନ୍ଧନରେ ଆଉ ଜଣେ କ୍ରିକେଟର। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ରେ ବୋଲିଂ କରି ବାହାବା ସାଉଁଟିଥିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ...

ଚୁକ୍ତିରୁ ଓହରିଯିବା ଲାଗି ଚ୍ୟାନେଲ ସେଭେନ୍‌ର ଧମକ

ମେଲବୋର୍ନ, ୨୯ା୮ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ୨୦୨୦-୨୧ ସିଜନ ପାଇଁ ଏହାର ଘରୋଇ ଓ ଅନ୍ତର୍ଜାତୀୟ କ୍ୟାଲେଣ୍ଡରକୁ ଠିକଣା ରୂପେ ହାତେଇ ପାରୁ ନ ଥିବା...

ଗର୍ବିତ ମା’ ଇଲି ହଓ୍ବୋର୍ଡ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି ଦୁଇ ପୁଅ

ଭୁବନେଶ୍ୱର, ୧୫।୧: କୌଣସି ମାତାପିତାଙ୍କର ସନ୍ତାନ ଯଦି ଜାତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରନ୍ତି ତେବେ ଗର୍ବରେ ଛାତି ଫାଟିପଡ଼େ। ମାତ୍ର କୌଣସି...

ରୁଟ୍‌ଙ୍କ ଦ୍ୱିଶତକ: ଇଂଲଣ୍ଡ ଅଗ୍ରଣୀ

ହାମିଲଟନ,୩।୧୨(ଏଏଫପି)- ଅଧିନାୟକ ଜୋ ରୁଟଙ୍କ ଦ୍ୱିଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ୧୦୧ ରନ୍‌ର ଇନିଂସ ଅଗ୍ରଣୀ ହାସଲ...

ହିରୋ ସବ୍‌ଜୁନିୟର ଲିଗ୍‌: ଓଡ଼ିଶା ଏଫ୍‌ସିର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୩।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ ଓଡ଼ିଶା ଏଫ୍‌ସିର ୧୩ ବର୍ଷରୁ କମ୍‌ ଦଳ ହିରୋ ସବ୍‌ଜୁନିୟର ଲିଗ୍‌ରେ ବୃହତ୍‌...

ଦେଶରେ ଆଜି ୨୮୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୩।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮୩ ନୂଆ କରୋନା...

‘ଧୋନୀ କିମ୍ବା କୋହଲିଙ୍କଠାରୁ ଇଣ୍ଡିଆ କ୍ୟାପ୍‌ ପାଇବା ସ୍ବପ୍ନ ଥିଲା’

ଅହମ୍ମଦାବାଦ,୧୦।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ପଦାର୍ପଣ କରିଥିଲେ ଅଲରାଉଣ୍ଡର ଦୀପକ ହୁଡା। ତାଙ୍କୁ ଇଣ୍ଡିଆ କ୍ୟାପ ପ୍ରଦାନ କରିଥିଲେ...

Advertisement
Archives

Model This Week