Posted inଖେଳ

ଏମିତି ବି କିଏ ଆଉଟ୍‌ ହୁଏ…ଦେଖନ୍ତୁ ଭିଡିଓ

ଖ୍ରୀଷ୍ଟଚର୍ଚ୍ଚ,୧୮।୨: ଭାରତୀୟ ମହିଳା କ୍ରିକେଟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ମିତାଲି ରାଜଙ୍କ ଅଧିନାୟକତ୍ୱ ଦଳକୁ କ୍ରମାଗତ ତୃତୀୟ ଦିନିକିଆରେ ଆୟୋଜକଙ୍କ ହାତରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଶୁକ୍ରବାର କ୍ୱିନ୍ସଟାଉନରେ ଖେଳାଯାଇଥିବା ସିରିଜର ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ଭାରତକୁ ୩ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ଦଳ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୩-୦ରେ ଆଗୁଆ ରହିଛି। ଏହାପୂର୍ବରୁ ଟିମ ଇଣ୍ଡିଆକୁ ଏକମାତ୍ର ଟି -୨୦ ମ୍ୟାଚରେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଥିଲା।
ତୃତୀୟ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ ହରମାନପ୍ରୀତ କୌର ଯେପିରି ଢଙ୍ଗରେ ଆଉଟ ହୋଇଥିଲେ ତାହା ଦେଖି ପ୍ରଶଂସକମାନେ ନିରାଶ ହୋଇଛନ୍ତି। ସୋସିଆଲ ମିଡିଆରେ ହରମାନପ୍ରୀତଙ୍କ ରନଆଉଟ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତୀୟ ଇନିଂସର ୨୮ତମ ଓଭରରେ ନ୍ୟୁଜିଲାଣ୍ଡର ସ୍ପିନର ଫ୍ରାନ୍ସିସ ମ୍ୟାକୋଇ ବୋଲିଂ କରିଥିଲେ। ଏହି ଓଭରର ଚତୁର୍ଥ ବଲରେ ହରମାନପ୍ରୀତ କ୍ରିଜରୁ ବାହାରି ବଡ଼ ସଟ ମାରିବାକୁ ଚେଷ୍ଟା କରିଥିଲେ। ଅବଶ୍ୟ, ବଲ ସେ ଠିକ ଭାବରେ ମାରି ପାରି ନ ଥିଲେ। ଏବଲ୍‌ ସିଧା ବୋଲର ମ୍ୟାକୋଇଙ୍କ ନିକଟକୁ ଯାଇଥିଲା। ସେ ତୁରନ୍ତ ବଲ୍‌କୁ ଉଇକେଟ କିପର ମାର୍ଟିନଙ୍କ ନିକଟକୁ ବଲ ପକାଇଥିଲେ ଏବଂ ହରମାନପ୍ରୀତ କ୍ରିଜକୁ ଫେରିବା ବେଳକୁ ରନ୍‌ଆଉଟ୍‌ ହୋଇଥିଲେ।
ଏହି ରନଆଉଟ ର ଭିଡିଓ ଦେଖିବା ପରେ ପ୍ରଶଂସକମାନେ ହରମାନପ୍ରୀତଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ଦଳରୁ ହରମାନପ୍ରୀତଙ୍କୁ ବାହାରିବାର ସମୟ ଆସିଛି। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ବୋଧହୁଏ ସେ ଶୋଇପଡିଥିଲେ। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ଏମିତି ବି କିଏ ଆଉଟ୍‌ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କ ପରେ ପୁଅ ବି କଲେ କମାଲ୍‌

ମୁମ୍ବାଇ,୧୪।୧୨: ରଣଜୀ ୨୦୨୨-୨୩ ସିଜିନ୍‌ ଆରମ୍ଭ ହୋଇଛି। ଏହି ସିଜନରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ପ୍ରଥମ ଶ୍ରେଣୀରେ ଡେବ୍ୟୁ...

‘ଯେମିତି କରିଥିଲେ, ସେମିତି ପାଇଲେ’

ନୂଆଦିଲ୍ଲୀ,୧୪।୧୦: ଯେମିତି କରିଥିଲେ, ସେମିତି ପାଇଲେ। କିଛି ଏଭଳି କଥାକୁ ନେଇ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ...

ଅଭ୍ୟାସ ମ୍ୟାଚ୍‌: ୨୯୭/୫ରେ ଭାରତର ଇନିଂସ୍‌ ଘୋଷଣା ଓ୍ବେଷ୍ଟଇଣ୍ଡିଜ ‘ଏ’ ୧୮୧ରେ ସୀମିତ

ଆଣ୍ଟିଗୁଆ,୧୯ା୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଏ’ ପ୍ରଥମ ଇନିଂସ୍‌ରେ ୧୮୧ ରନ୍‌ କରି ଅଲ୍‌ଆଉଟ ହୋଇଛି।...

ଓପନ ଚେସ୍‌: ଆରିନ ଅନ୍ବେଷ ଚାମ୍ପିୟନ

ଭୁବନେଶ୍ୱର, ୨୦।୫ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ୩ୟ ସୌରେନ୍ଦ୍ର ପ୍ରସାଦ ଦାସ ସ୍ମାରକୀ ଅନ୍‌ଲାଇନ୍‌ ଓପନ ଚେସ୍‌ରେ ଭୁବନେଶ୍ୱରର...

କୋହଲି ଫେରିବା ପରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେବ: ଚାପେଲ

ସିଡ୍‌ନୀ,୨୩।୧୧(ପି.ଟି.): ପିତୃତ୍ୱ ଛୁଟିରେ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳି ସ୍ବଦେଶ ଫେରିବା ପରେ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି...

ସର୍ବଭାରତୀୟ ଚେସ୍‌ ମହାସଂଘ ନିର୍ବାଚନ: ଅଜୟ ସଭାପତି, ଭରତ ସମ୍ପାଦକ

ଚେନ୍ନାଇ, ୧୨।୨ (ପି.ଟି.)- ସର୍ବଭାରତୀୟ ଚେସ୍‌ ମହାସଂଘର (ଏଆଇସିଏଫ୍‌) ନୂତନ ସଭାପତି ଭାବେ ଅଜୟ ପଟେଲ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଭରତ ସିଂ ଚୌହାନ...

ଉପରକୁ ଉଠିଲେ ସୂର୍ଯ୍ୟକୁମାର

ଦୁବାଇ, ୨୮।୯:ଭାରତର ସୂର୍ଯ୍ୟକୁମାର ଯାଦବ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟର ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ...

‘କାର୍ତ୍ତିକଙ୍କ ବୟସ ଦେଖ ନାହିଁ, ଖେଳ ଦେଖ’

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୨ରେ ଦମ୍‌ଦାର ଫର୍ମରେ ନଜର ଆସୁଛନ୍ତି ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏହି ବ୍ୟାଟ୍ସମ୍ୟାନ୍‌ ଏଯାବତ ୬...

Advertisement
Archives

Model This Week