Posted inଖେଳ

ବିଶ୍ୱ ଚାମ୍ପିୟନକୁ ଧୂଳି ଚଟେଇଲା ଭାରତ: ନେଲା ବିଶ୍ୱକପ୍‌ ପରାଜୟର ବଦ୍‌ଲା

ଅହମଦାବାଦ,୨୪ା୧୦: ଦିନକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳର ଦୁଇ ପଦାର୍ପଣକାରୀ ଖେଳାଳି ସାଇମା ଠାକୁର ଓ ତେଜଲ ହସବନିସ୍‌ ପ୍ରଭାବୀ ପ୍ରଦର୍ଶନ କରିଥିବା ବେଳେ ଟି୨୦ରେ ବିଶ୍ୱ ଚାମ୍ପିୟନ ନ୍ୟୁଜିଲାଣ୍ଡକୁ ୫୯ ରନ୍‌ରେ ପରାସ୍ତ କରିଛି ଭାରତ। ଟସ୍‌ ଜିତି ପ୍ରଥମେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୪.୩ ଓଭରରେ ୨୨୭ ରନ୍‌ କରି ଅଲଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୦.୪ ଓଭରରେ ୧୬୮ ରନ୍‌ରେ ଅଲଆଉଟ ହୋଇ ଯାଇଥିଲା।
ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ହରମନ୍‌ପ୍ରୀତ କୌରଙ୍କ ଅନୁପସ୍ଥିତିରେ ଷ୍ଟାଣ୍ଡଇନ୍‌ କ୍ୟାପଟେନ୍‌ ସ୍ମୃତି ମନ୍ଧାନା(୫) ରନ୍‌ରେ ଆଉଟ ହୋଇଥିଲେ। ଶେଫାଳି ବର୍ମା ୩୩ ଓ ୟସ୍ତିକା ଭାଟିଆ ୩୭ ରନ୍‌ କରି ଇନିଂସ ସଜାଡିଥିଲେ। ଦୟାଲାନ ହେମଲତା ୩ ରନ୍‌ରେ ଆଉଟ ହୋଇଥିବା ବେଳେ ଜେମିମା ରୋଡ୍ରିଗୁଏଜ ୩୫ ରନ୍‌ କରିଥିଲେ। ୯୧ ରନ୍‌ରେ ୪ ଉଇକେଟର ପତନ ପରେ କ୍ରିଜରେ ଯୋଗ ଦେଇଥିଲେ ଡେବ୍ୟୁଟାଣ୍ଟ ତେଜଲ। ଉଇକେଟ କିପର ବ୍ୟାଟର ତେଜଲ ଭାରତର ଟପ୍‌ ସ୍କୋରର ରହିବା ସହ ୪୨ ରନ୍‌ ସ୍କୋର କରିଥିଲେ। ୬୪ ବଲ ୍‌ ଖେଳି ସେ ୩ ଚୌକା ସହ ୪୨ ରନ କରିଥିଲେ। ଅନ୍ୟ ପକ୍ଷରେ ଅଲରାଉଣ୍ଡର ଦୀପ୍ତି ଶର୍ମା ୪୧ ରନ୍‌ କରିଥିଲେ। ଶେଷ ଭାଗରେ ବ୍ୟାଟରଙ୍କ ବିଫଳତା କାରଣରୁ ଭାରତ ମାତ୍ର ୨୨୭ ରନରେ ଅଲଆଉଟ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଆମେଲିଆ କେର୍‌ ୪, ଜେସ୍‌ କେର୍‌ ୩, ଏଡେନ୍‌ କାର୍ସନ ୨ ଓ ସୁଜି ବେଟ୍ସ ୧ ଉଇକେଟ ନେଇଥିଲେ।
୨୨୮ ରନ୍‌ ଲକ୍ଷ୍ୟରେ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୪୦.୪ ଓଭରରେ ୧୬୮ ରନ୍‌ ସ୍କୋର କରିଥିଲା। ଦଳ ପକ୍ଷରୁ ବ୍ରୁକ୍‌ ହାଲିଡେ ସର୍ବାଧିକ ୩୯ ରନ୍‌ କରିଥିବା ବେଳେ ମ୍ୟାଡି ଗ୍ରୀନ୍‌ ୩୧ ରନ୍‌ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲରେନ୍‌ ଡାଉନ୍‌ ୨୬, ଜର୍ଜିଆ ପ୍ଲିମର ୨୫ ଓ ଆମେଲିଆ କେର୍‌୨୫* ରନ୍‌ କରିଥିଲେ। ଭାରତ ପକ୍ଷରୁ ରାଧା ଯାଦବ ସର୍ବାଧିକ ୩ ଉଇକେଟ ନେଇଥିଲେ। ପଦାର୍ପଣକାରୀ ସାଇମା ଅଭିଜ୍ଞ ସୁଜି ବେଟ୍ସ ଓ ବ୍ରୁକ୍‌ ହାଲିଡେଙ୍କୁ ଆଉଟ କରିଥିବା ବେଳେ ୩ଟି କ୍ୟାଚ୍‌ ମଧ୍ୟ ନେଇଥିଲେ। ଅରୁନ୍ଧତୀ ରେଡ୍ଡୀ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?