Posted inଖେଳ

ଭାରତ ଆଜି ହଂକଂକୁ ଭେଟିବ

ଦୁବାଇ,୩୧ା୮(ପି.ଟି): ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିବା ପରେ ଆତ୍ମବିଶ୍ୱାସରେ ରହିଛି ରୋହିତ ଶର୍ମାଙ୍କ ଭାରତୀୟ ଦଳ। ବୁଧବାର ଯୋଗ୍ୟତାପର୍ଯ୍ୟାୟରୁ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ହଂକଂ ସହିତ ଭାରତ ଏହାର ଦ୍ୱିତୀୟ ମୁକାବିଲା ଖେଳିବ। ଏହି ମ୍ୟାଚରେ ମଧ୍ୟ ଭାରତ ଏହାର ପରୀକ୍ଷା ନୀରିକ୍ଷା ଜାରି ରଖିବ। ଭାରତୀୟ ଓପନର ଲୋକେଶ ରାହୁଲ ଅପେକ୍ଷାକୃତ ଦୁର୍ବଳ ହଂକଂ ବିପକ୍ଷରେ ଫର୍ମକୁ ଫେରିବା ନେଇ ଆଶା। ଭାରତ ପାଇଁ ଏହି ମୁକାବିଲାଟି ଏକ ନେଟ୍‌ ସେସନ ପରି ହିଁ ରହିବ। ପାକିସ୍ତାନ ବିପକ୍ଷ ଅନ୍ତିମ ଓଭର ଥ୍ରିଲର ଜିତିବା ପରେ ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ ଦେଖିବାକୁ ମିଳିବ। ଚଳିତ ବର୍ଷରେ ନିଜର ଦ୍ୱିତୀୟ ଟି୨୦ ଖେଳିବାକୁ ଯାଉଥିବା ରାହୁଲ ନିଶ୍ଚୟ ଆକ୍ରମଣାତ୍ମକ ଭୂମିକା ଆପଣେଇବାକୁ ପ୍ରୟାସ କରିବେ। ଟି୨୦ରେ ୨୦ ବଲ୍‌ ୪୫ ରନ୍‌ ୬୫ ବଲ୍‌ ୯୦ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏପରି ଇନିଂସ ଖେଳିବାରେ ରାହୁଲ ନିଜର ସ୍ବତନ୍ତଅ ପରିଚୟ ମଧ୍ୟ ତିଆରି କରିଛନ୍ତି। ଆଇପିଏଲ୍‌ରେ ରାହୁଲ ଯେଉଁ ଫର୍ମରେ ବ୍ୟାଟିଂ କରୁଥିଲେ ଏହି ମ୍ୟାଚରେ ମଧ୍ୟ ସମାନ ଢଙ୍ଗରେ ଖେଳିବେ ବୋଲି ଆଶା କରିବ ମ୍ୟାନେଜମେଣ୍ଟ।
ପାକିସ୍ତାନ ବୋଲିଂ ତୁଳନାରେ ହକଂ ବୋଲିଂ ବେଶ ଦୁର୍ବଳ। ଏହି ସୁଯୋଗର ଫାଇଦା ଉଠାଇବା ସହିତ ଏକ ବଡ ସ୍କୋର କରି ଫର୍ମକୁ ଫେରିବାକୁ ସେ ଚେଷ୍ଟା କରିପାରନ୍ତି। ଉଭୟ ଦଳ ପରସ୍ପର ସହିତ ମ୍ୟାଚ୍‌ ଖେଳୁ ନଥିବାରୁ ଅଜଣା ବୋଲରଙ୍କ ବିପକ୍ଷରେ ଆଉଟ ହେବାର ଏକ ଅଲଗା ଭୟ ମଧ୍ୟ ରହିଥାଏ। ଏହା ସହିତ ରିଷଭ ପନ୍ତଙ୍କୁ ଏହି ମ୍ୟାଚରେ ଏକ ସୁଯୋଗ ମିଳିପାରେ। ତେବେ ଦୀନେଶ କାର୍ତ୍ତିକଙ୍କୁ ବି ଏହି ଟିମରେ ରଖାଯିବ। ପନ୍ତଙ୍କ ପ୍ରତ୍ୟାବର୍ତ୍ତନରେ ମିଡିଲ ଅର୍ଡରରେ ବାମ ଡାହାଣ କମ୍ବିନେଶନର ଏକ ଭଲ ସମନ୍ବୟ ରହିପାରିବ। ପ୍ରଥମ ମ୍ୟାଚରେ ସାମାନ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିବା ଆଭେଶ ଖାନଙ୍କୁ ବାଦ ଦେଇପାରେ ମ୍ୟାନେଜମେଣ୍ଟ। ଭାରତୀୟ ଦଳ ପୂର୍ବଭଳି ପରୀକ୍ଷାନୀରିକ୍ଷା ଜାରି ରଖିବ ବୋଲି ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି।ଏହା ସହିତ ବିରାଟ କୋହଲିଙ୍କ ଫର୍ମ ଭାରତ ପାଇଁ ଆଉ ଏକ ପ୍ରମୁଖ ଚିନ୍ତାର କାରଣ। କୋହଲିଙ୍କ ବ୍ୟାଟରୁ ରନ୍‌ ଆସୁଥିଲେ ହେଁ ଆତ୍ମବିଶ୍ୱାସର ଅଭାବ ପରିଲକ୍ଷିତ ହେଉଛି। ଦୁର୍ବଳ ପ୍ରତିପକ୍ଷ ବିପକ୍ଷରେ ଏକ ବଡ ଇନିଂକସ ଖେଳି ପାରନ୍ତି ବିରାଟ। ସେହିପରି ଭାରତ ସ୍ପିନର ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ୍‌ ଓ ରବି ବିଷ୍ଣୋଇଙ୍କୁ ଏକ ସୁଯୋଗ ଦେଇ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri