Posted inଖେଳ

ଭାରତ ଆଜି ହଂକଂକୁ ଭେଟିବ

ଦୁବାଇ,୩୧ା୮(ପି.ଟି): ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିବା ପରେ ଆତ୍ମବିଶ୍ୱାସରେ ରହିଛି ରୋହିତ ଶର୍ମାଙ୍କ ଭାରତୀୟ ଦଳ। ବୁଧବାର ଯୋଗ୍ୟତାପର୍ଯ୍ୟାୟରୁ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ହଂକଂ ସହିତ ଭାରତ ଏହାର ଦ୍ୱିତୀୟ ମୁକାବିଲା ଖେଳିବ। ଏହି ମ୍ୟାଚରେ ମଧ୍ୟ ଭାରତ ଏହାର ପରୀକ୍ଷା ନୀରିକ୍ଷା ଜାରି ରଖିବ। ଭାରତୀୟ ଓପନର ଲୋକେଶ ରାହୁଲ ଅପେକ୍ଷାକୃତ ଦୁର୍ବଳ ହଂକଂ ବିପକ୍ଷରେ ଫର୍ମକୁ ଫେରିବା ନେଇ ଆଶା। ଭାରତ ପାଇଁ ଏହି ମୁକାବିଲାଟି ଏକ ନେଟ୍‌ ସେସନ ପରି ହିଁ ରହିବ। ପାକିସ୍ତାନ ବିପକ୍ଷ ଅନ୍ତିମ ଓଭର ଥ୍ରିଲର ଜିତିବା ପରେ ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ ଦେଖିବାକୁ ମିଳିବ। ଚଳିତ ବର୍ଷରେ ନିଜର ଦ୍ୱିତୀୟ ଟି୨୦ ଖେଳିବାକୁ ଯାଉଥିବା ରାହୁଲ ନିଶ୍ଚୟ ଆକ୍ରମଣାତ୍ମକ ଭୂମିକା ଆପଣେଇବାକୁ ପ୍ରୟାସ କରିବେ। ଟି୨୦ରେ ୨୦ ବଲ୍‌ ୪୫ ରନ୍‌ ୬୫ ବଲ୍‌ ୯୦ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏପରି ଇନିଂସ ଖେଳିବାରେ ରାହୁଲ ନିଜର ସ୍ବତନ୍ତଅ ପରିଚୟ ମଧ୍ୟ ତିଆରି କରିଛନ୍ତି। ଆଇପିଏଲ୍‌ରେ ରାହୁଲ ଯେଉଁ ଫର୍ମରେ ବ୍ୟାଟିଂ କରୁଥିଲେ ଏହି ମ୍ୟାଚରେ ମଧ୍ୟ ସମାନ ଢଙ୍ଗରେ ଖେଳିବେ ବୋଲି ଆଶା କରିବ ମ୍ୟାନେଜମେଣ୍ଟ।
ପାକିସ୍ତାନ ବୋଲିଂ ତୁଳନାରେ ହକଂ ବୋଲିଂ ବେଶ ଦୁର୍ବଳ। ଏହି ସୁଯୋଗର ଫାଇଦା ଉଠାଇବା ସହିତ ଏକ ବଡ ସ୍କୋର କରି ଫର୍ମକୁ ଫେରିବାକୁ ସେ ଚେଷ୍ଟା କରିପାରନ୍ତି। ଉଭୟ ଦଳ ପରସ୍ପର ସହିତ ମ୍ୟାଚ୍‌ ଖେଳୁ ନଥିବାରୁ ଅଜଣା ବୋଲରଙ୍କ ବିପକ୍ଷରେ ଆଉଟ ହେବାର ଏକ ଅଲଗା ଭୟ ମଧ୍ୟ ରହିଥାଏ। ଏହା ସହିତ ରିଷଭ ପନ୍ତଙ୍କୁ ଏହି ମ୍ୟାଚରେ ଏକ ସୁଯୋଗ ମିଳିପାରେ। ତେବେ ଦୀନେଶ କାର୍ତ୍ତିକଙ୍କୁ ବି ଏହି ଟିମରେ ରଖାଯିବ। ପନ୍ତଙ୍କ ପ୍ରତ୍ୟାବର୍ତ୍ତନରେ ମିଡିଲ ଅର୍ଡରରେ ବାମ ଡାହାଣ କମ୍ବିନେଶନର ଏକ ଭଲ ସମନ୍ବୟ ରହିପାରିବ। ପ୍ରଥମ ମ୍ୟାଚରେ ସାମାନ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିବା ଆଭେଶ ଖାନଙ୍କୁ ବାଦ ଦେଇପାରେ ମ୍ୟାନେଜମେଣ୍ଟ। ଭାରତୀୟ ଦଳ ପୂର୍ବଭଳି ପରୀକ୍ଷାନୀରିକ୍ଷା ଜାରି ରଖିବ ବୋଲି ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି।ଏହା ସହିତ ବିରାଟ କୋହଲିଙ୍କ ଫର୍ମ ଭାରତ ପାଇଁ ଆଉ ଏକ ପ୍ରମୁଖ ଚିନ୍ତାର କାରଣ। କୋହଲିଙ୍କ ବ୍ୟାଟରୁ ରନ୍‌ ଆସୁଥିଲେ ହେଁ ଆତ୍ମବିଶ୍ୱାସର ଅଭାବ ପରିଲକ୍ଷିତ ହେଉଛି। ଦୁର୍ବଳ ପ୍ରତିପକ୍ଷ ବିପକ୍ଷରେ ଏକ ବଡ ଇନିଂକସ ଖେଳି ପାରନ୍ତି ବିରାଟ। ସେହିପରି ଭାରତ ସ୍ପିନର ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ୍‌ ଓ ରବି ବିଷ୍ଣୋଇଙ୍କୁ ଏକ ସୁଯୋଗ ଦେଇ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ଭାରୋତ୍ତୋଳକ ଜୋଶେଫଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟର ସହାୟତା

ନୂଆଦିଲ୍ଲୀ,୧୯।୫(ପି.ଟି.): ପୂର୍ବତନ ଭାରୋତ୍ତୋଳକ ଜୋଶେଫ ଜେମ୍ସଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ୨ ଲକ୍ଷ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି। ଏସିଆନ ଗେମ୍ସ...

ଅନ୍ତିମ ଟେଷ୍ଟରେ ଖେଳିବେନି ଏହି ଭାରତୀୟ ଷ୍ଟାର ଖେଳାଳି

ଅହମଦାବାଦ,୧।୩: ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି। ରବିବାର ଭାରତୀୟ ଖେଳାଳିମାନେ ଅଭ୍ୟାସ...

ଟସ୍‌ ପରେ ଜାଣିଶୁଣି ହୋଲ୍ଡରଙ୍କ ସହ ହାତ ମିଳାଇଲେ ଷ୍ଟୋକ୍ସ

ସାଉଥାମ୍ପଟନ, ୯।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଐତିହାସିକ ଟେଷ୍ଟ ସିରିଜ ବୁଧବାରଠାରୁ ସ୍ଥାନୀୟ ରୋଜ୍‌ ବାଉଲ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏଥିସହ ଦୀର୍ଘ...

ପାଓ୍ବାର ଭାରତୀୟ ମହିଳା କ୍ରିକେଟ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୧୪।୫(ପି.ଟି.): ପୂର୍ବତନ ଟିମ୍‌ ଇଣ୍ଡିଆ ସ୍ପିନର ରମେଶ ପାଓ୍ବାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦକୁ ଫେରିଛନ୍ତି। ସେ ଡବ୍ଲ୍ୟୁଭି ରମଣଙ୍କ...

ଭାବବିହ୍ବଳ ହୋଇ ଆଇପିଏଲ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଲରାଉଣ୍ଡର

ଚେନ୍ନାଇ ସୁପର୍‌ କିଙ୍ଗସ ଷ୍ଟାର୍‌ ଅଲରାଉଣ୍ଡର ଶେନ ୱାଟସନ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ ପରେ...

ଏହି ବଡ ବଡ ଖେଳାଳିଙ୍କୁ କିଣିଲେ ନାହିଁ କୌଣସି ଦଳ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ନିଲାମରେ ସମସ୍ତ ୮ ଟିମ ମିଳିତ ଭାବରେ ୫୭ ଖେଳାଳି କିଣିଛନ୍ତି। ପଞ୍ଜାବ ଦଳ ସର୍ବାଧିକ ଖେଳାଳି କିଣିଥିବାବେଳେ ଚେନ୍ନାଇ...

ଆଇପିଏଲ୍‌ରେ ମୁମ୍ବାଇ ଜର୍ସି ପିନ୍ଧି ଖେଳିବାକୁ ଉତ୍ସାହିତ ଏହି ଖେଳାଳି

ଲଣ୍ଡନ,୧୨।୩: ଆହତ ସମସ୍ୟାରୁ ସୁସ୍ଥ ହୋଇ ଦୀର୍ଘଦିନର ବ୍ୟବଧାନରେ ଇଂଲଣ୍ଡ ଟିମ୍‌କୁ ଫେରିଥିବା ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଇପିଏଲ୍‌ ଖେଳିବାକୁ ଉତ୍ସାହିତ ଅଛନ୍ତି। ଦୁଇ...

ଫ୍ଲପ୍‌ ହେଲେ କେ.ଏଲ୍‌. ରାହୁଲ

ହରାରେ,୨୦।୮: ନିରାଶ କଲେ ଭାରତୀୟ ଟିମ୍‌ର ଅଧିନାୟକ କେ.ଏଲ୍‌. ରାହୁଲ। ଶନିବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ମାତ୍ର ୫ ବଲ୍‌ରେ ୧...

Advertisement
Archives

Model This Week