Posted inଖେଳ

ଭାରତ ଆଜି ଅଷ୍ଟ୍ରେଲିଆକୁ ଭେଟିବ

ଭୁବନେଶ୍ୱର, ୧୫।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ରେ ଭାରତ ଗୁରୁବାର ଅଷ୍ଟ୍ରେଲିଆକୁ ଭେଟିବ। ଚଳିତ ସିଜନରେ ନିଜର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ୪-୧ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ମ୍ୟାଚରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ନମ୍ବର ଓ୍ବାନ୍‌ରେ ଥିବା ନେଦରଲାଣ୍ଡ୍ସକୁ ଶୁଟ୍‌ଆଉଟ ୪-୨ ଗୋଲରେ ପରାସ୍ତ କରି ମନୋବଳ ଦୃଢ଼ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ରେ ବରାବର ରହିବାରୁ ଶୁଟ୍‌ଆଉଟ ପର୍ଯ୍ୟାୟରେ ବାଜି ମାରିଥିଲା ଭାରତ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ଚଳିତ ସିଜନରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଆସିଛି। ଏହି ଦଳ ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ୪-୩ ଗୋଲରେ ହରାଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ଆୟର୍ଲାଣ୍ଡକୁ ୫-୦ ଗୋଲରେ ପରାସ୍ତ କରିଛି। ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୨ଟି ଲେଖାଏ ମ୍ୟାଚ ଖେଳିଛନ୍ତି। ଅଷ୍ଟ୍ରେଲିଆ ୨ ବିଜୟ ସହ ୬ ପଏଣ୍ଟ ପାଇଥିବାବେଳେ ଭାରତ ୧ ବିଜୟ ଓ ୧ ଶୁଟ୍‌ଆଉଟ ବିଜୟ ସହିତ ୫ ପଏଣ୍ଟ ହାସଲ କରିଛି।

ଭାରତୀୟ ହକି ଦଳ ବର୍ତ୍ତମାନ ଉତ୍ସାହୀ ପ୍ରଦର୍ଶନ ଦେବାରେ ସକ୍ଷମ ହେଉଥିଲେ ହେଁ ଇତିହାସ ଦେଖିଲେ ଅଷ୍ଟ୍ରେଲିଆ ବିପକ୍ଷରେ ରେକର୍ଡ ଭଲ ନାହିଁ। ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୭୦ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଅଷ୍ଟ୍ରେଲିଆ ୪୮ଟି ମ୍ୟାଚ ଜିତିଥିବାବେଳେ ଭାରତ ମାତ୍ର ୧୬ଟିରେ ବିଜୟୀ ହୋଇଛି। ଅବଶିଷ୍ଟ ୬ ମ୍ୟାଚ ଡ୍ର ରହିଛି। ଗତ ସିଜନରେ ଅନୁଷ୍ଠିତ ୨ଟି ପ୍ରୋ ଲିଗ୍‌ ମ୍ୟାଚରେ କିନ୍ତୁ ଭାରତ ବିଜୟୀ ହୋଇଥିଲା। ୨୦୨୩ ମାର୍ଚ୍ଚ ୧୨ରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଭାରତ ହରମନପ୍ରୀତ ସିଂଙ୍କ ହ୍ୟାଟ୍ରିକ ବଳରେ ୫-୪ ଗୋଲରେ ଅଷ୍ଟ୍ରେଲିଆକୁ ହରାଇଥିଲା। ମାର୍ଚ୍ଚ ୧୫ରେ ସେହି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ମ୍ୟାଚଟି ୨-୨ ଗୋଲରେ ଡ୍ର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ ଆଉଟର ସହାୟତା ନିଆଯାଇଥିଲା। ଏଥିରେ ଭାରତ ୪-୩ ଗୋଲରେ ବିଜୟୀ ହୋଇଥିଲା। ଚଳିତ ସିଜନରେ ଉଭୟ ଦଳ ଭଲ ପ୍ରଦର୍ଶନ କରି ଆସିଥିବାରୁ ଆସନ୍ତା ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।
ଆଗାମୀ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ କଡ଼ା ଚ୍ୟାଲେଞ୍ଜ ମିଳିବ ବୋଲି ଆଶା କରୁଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍‌ କ୍ରେଗ୍‌ ଫୁଲଟନ। ”ଅଷ୍ଟ୍ରେଲିଆ କ୍ରମାଗତ ୨ଟି ବିଜୟ ହାସଲ କରିଥିବାରୁ ଆଗାମୀ ମ୍ୟାଚରେ କଡ଼ା ଚ୍ୟାଲେଞ୍ଜ ଦେବ। ତେଣୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ। ଆମ ଖେଳାଳିଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିଛି। ତେବେ କେତେକ ବିଭାଗରେ ଆମକୁ ଉନ୍ନତ ପ୍ରଦର୍ଶନ କରିବାର ଅଛି। ଶକ୍ତିଶାଳୀ ଦଳଗୁଡ଼ିକ ବିପକ୍ଷରେ ଲଗାତର ମ୍ୟାଚ ଖେଳିବା କଷ୍ଟକର। ଏବେ ଆମେ ସତେଜ ମନରେ ଭୁବନେଶ୍ୱର ଚରଣର ଶେଷ ୨ଟି ମ୍ୟାଚ ଉପରେ ଫୋକସ କରୁଛୁ“ ବୋଲି ଫୁଲଟନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?