Posted inଜାତୀୟ

୮୩ ତେଜସ ବିମାନ କିଣିବ ଭାରତ

ନୂଆଦିଲ୍ଲୀ,୧୨।୧: ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ବୁଧବାର ୪୮ ହଜାର କୋଟି ଟଙ୍କାର ତେଜସ ବିମାନ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ହାଲଠାରୁ ୭୩ଟି ତେଜସ ଲଢୁଆ ବିମାନ ଓ ୧୦ଟି ତେଜସ ଅଭ୍ୟାସ ବିମାନ କିଣା ଯିବ। ଘରୋଇ ବଜାରରୁ ପ୍ରତିରକ୍ଷା ସାମଗ୍ରୀ କିଣିବା ଏହା ସବୁଠୁ ବଡ଼ ଚୁକ୍ତି । ଏନେଇ ଭାରତୀୟ ବାୟୁସେନାର ଲଢୁଆ ବିମାନ ଅଭାବ ଦୂର ହେବା ସହ ସରକାରଙ୍କ ‘ମେକ-ଇନ୍‌-ଇଣ୍ଡିଆ’ ଏବଂ ଆତ୍ମର୍ନିଭର ଭାରତ ଯୋଜନାକୁ ପ୍ରେତ୍ସାହନ ମିଳିବ। ଏହି ସମ୍ପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ୪୮ ହଜାର କୋଟି ମୂଲ୍ୟର ବୃହତ୍ତମ ସ୍ବଦେଶୀ ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ସବୁଜ ସଂକେତ ଦେଇଛି । ଭାରତୀୟ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପକୁ ଆତ୍ମ ର୍ନିଭର କରିବାରେ ଏହା ସହାୟକ ହେବ । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ(ହାଲ) ପକ୍ଷରୁ ର୍ନିମାଣ କରାଯାଉଥିବା ହାଲୁକା ବିମାନ ତେଜସ ଏକ ଚତୁର୍ଥ ପିଢିର ଲଢୁଆ ବିମାନ । ଏହା ଏକ ସିଙ୍ଗଲ ଇଞ୍ଜିନ ମଲଟିରୋଲ ଲଢୁଆ ବିମାନ । ବିଶ୍ବର ଅନ୍ୟ ଲଢୁଆ ବିମାନ ସହ ଏହା ସମକକ୍ଷ ବୋଲି ହାଲ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ ଦେବାପାଇଁ ଆଗ୍ରହୀ

ଶିମଲା,୫ା୧୨(ଆଇଏଏନ୍‌ଏସ୍‌): ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ ଦେବା ପାଇଁ ହିମାଚଳପ୍ରଦେଶର ଦଳିତ କର୍ମୀ ରବିକୁମାର ଆଗ୍ରହ ପ୍ରକାଶ କରିଛନ୍ତି। ତିହାର ଜେଲ୍‌ରେ ତାଙ୍କୁ ଅସ୍ଥାୟୀ ଭାବେ ଘାତକ...

ଯୁବତୀଙ୍କୁ ରକ୍ତ ଦେଲେ ଯବାନ

ଶ୍ରୀନଗର,୨୪।୧୧: ଭାରତୀୟ ସେନାର ଯବାନମାନେ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦିଅନ୍ତି। ନିଜ ଜୀବନ ପ୍ରତି ଧ୍ୟାନ ନ ଦେଇ ଲୋକଙ୍କୁ ରକ୍ଷା...

ମାଗ୍‌ସେସେ ବିଜେତା ସନ୍ଦୀପ ଗୃହବନ୍ଦୀ

ଲକ୍ଷ୍ନୌ, ୧୨ା୮: ମାଗ୍‌ସେସେ ପୁରସ୍କାରପ୍ରାପ୍ତ ସାମାଜିକ କର୍ମୀ ସନ୍ଦୀପ ପାଣ୍ଡେଙ୍କୁ ରବିବାର ଗୃହବନ୍ଦୀ କରାଯାଇଛି। ୩୭୦ ଉଚ୍ଛେଦ ପ୍ରତିବାଦରେ ଜିପିଓ ପାର୍କ ନିକଟରେ ଧାରଣା ଦେବା...

ଶ୍ରୀନଗରରୁ ଦିଲ୍ଲୀ ବିମାନ ଟିକେଟ ଆକାଶ ଛୁଆଁ: ବଢ଼ିଲା ୫ ଗୁଣା

ଶ୍ରୀନଗର,୩।୮: କେନ୍ଦ୍ର ସରକାର ଶୀଘ୍ର ଜମ୍ମୁ-କଶ୍ମୀର ଛାଡ଼ିବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହାକୁ...

ପ୍ରବାସୀ ଶ୍ରମିକ ଫେରିବା ପରେ ଗାଁରେ ୩ ଗୁଣ ବଢିଛି କରୋନା ସଂକ୍ରମଣ

ଭୋପାଳ,୧୪।୬: ମଧ୍ୟପ୍ରଦେଶରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ଗାଁ ଗୁଡିକ ମଧ୍ୟ ବାଦ୍‌ ପଡି ନାହାନ୍ତି। ମିଳିଥିବା ସୂଚନାରୁ...

ବର୍ଷା ନେଲାଣି ୨ଶହରୁ ଊର୍ଦ୍ଧ୍ୱ ଜୀବନ

ମୁମ୍ବାଇ,୧୫।୯: ମହାରାଷ୍ଟ୍ରରେ ଚଳିତ ଥର ବର୍ଷାରେ ଏପର୍ଯ୍ୟନ୍ତ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହାଇଥିବା ବେଳେ ୬ଶହରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଉଛି।...

ଶାହଙ୍କ ଡିନର୍‌ ପାର୍ଟି

ନୂଆଦିଲ୍ଲୀ,୨୨ା୫: ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିବା ୧୪ ଏକ୍‌ଜିଟ୍‌ ପୋଲ ମଧ୍ୟରୁ ୧୨ଟି ଏନ୍‌ଡିଏ ସପକ୍ଷରେ ଜନମତ ରହିଥିବା କହିଛନ୍ତି। ଏଭଳି ସମୟରେ...

ପାକ୍‌ର ଅସ୍ତ୍ରଭର୍ତ୍ତି ଡ୍ରୋନ୍‌କୁ ଖସାଇଲା ବିଏସ୍‌ଏଫ୍‌

ଜମ୍ମୁ,୨୧ା୬(ପି.ଟି.): ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଜମ୍ମୁ-କଶ୍ମୀରର କଠୁଆ ଜିଲା ଉପରେ ଉଡ଼ୁଥିବା ପାକିସ୍ତାନର ଏକ ଡ୍ରୋନ୍‌କୁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଶନିବାର ଖସାଇଦେଇଛି।...

Play 250+ Trending Games
Archives

Model This Week

Why Dharitri