ଚାଇନାରେ ମେଡିକାଲ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ଭାରତର ଚେତାବନୀ

ନୂଆଦିଲ୍ଲୀ/ବେଜିଂ,୧୦ା୯: ଚାଇନାରେ ମେଡିକାଲ ପଢ଼ିବାକୁ ଅପେକ୍ଷା କରିଥିବା ଛାତ୍ରୀଛାତ୍ରଙ୍କୁ ଭାରତ ଚେତାବନୀ ଦେଇଛି। ନୂତନ ଛାତ୍ର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଚାଇନାରେ ଅଧ୍ୟୟନର ପରବର୍ତ୍ତୀ ସମସ୍ୟା ନେଇ ସତର୍କ କରାଇଛି ଭାରତ। ଯେମିତିକି କମ୍‌ ପାସ ଶତକଡ଼ା, ଚାଇନାର ସରକାରୀ ଭାଷା ଶିଖିବାକୁ ବାଧ୍ୟବାଧକତା ଏବଂ ଭାରତରେ ଡାକ୍ତର ଭାବରେ ଅଭ୍ୟାସ କରିବାର ଆବଶ୍ୟକତା ରହିଥିବା ଛାତ୍ରୀଛାତ୍ରଙ୍କୁ ସଚେତନ କରିଛି ଭାରତ।

ବେଜିଂର କୋଭିଡ୍‌ ଭିଜା ନିଷେଧାଦେଶ ଯୋଗୁ ଚାଇନାର ମେଡିକାଲ କଲେଜରେ ପଢୁଥିବା ହଜାର ହଜାର ଭାରତୀୟ ଛାତ୍ର ଦୁଇ ବର୍ଷରୁ ଅଧିକ ସମୟ ଧରି ଘରେ ବସିଛନ୍ତି। ସରକାରୀ ଆକଳନ ଅନୁଯାୟୀ, ବର୍ତ୍ତମାନ ୨୩,୦୦୦ରୁ ଅଧିକ ଭାରତୀୟ ଛାତ୍ର ଚାଇନାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଡାକ୍ତରୀ ଛାତ୍ର ଅଛନ୍ତି।

ଛାତ୍ର ଚୟନ ପାଇଁ ଚାଇନା ନିକଟରେ ଭିଜା ଜାରି କରିଥିଲା, କିନ୍ତୁ ଭାରତରୁ ଚାଇନାକୁ ସିଧାସଳଖ ବିମାନ ଉପଲବ୍ଧ ନ ଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଫେରିବା ପାଇଁ ସଂଘର୍ଷ କରୁଛନ୍ତି। ବେଜିଂରେ ହୋଇଥିବା କ୍ୟାଣ୍ଟିନ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ସୀମିତ ବିମାନ ସୁବିଧା ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଏହି ସମୟରେ ଚାଇନାର ମେଡିକାଲ କଲେଜଗୁଡ଼ିକ ଭାରତ ସମେତ ଅନ୍ୟ ଦେଶର ନୂତନ ଛାତ୍ରମାନଙ୍କୁ ପଞ୍ଜୀକରଣ କରିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୭ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

କାବୁଲ,୨୭।୧୨: ଆଫଗାନିସ୍ତାନରେ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୭ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶର ଜେହାରିଆ ଜିଲାରେ ଏଭଳି ଘଟିଥିବା...

ଏବେ ଭଲ କାମ କରୁଥିବା ବ୍ୟକ୍ତିଙ୍କ ନାଁରେ ଜାରି ହେବ ଡାକ ଟିକେଟ: ମୋଦି

ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୧୨ ଜଣ ଆୟୁଷ ବିଶେଷଜ୍ଞଙ୍କ ନାଁରେ ଡାକ ଟିକେଟ ଜାରି କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୁର୍ବେଦ ଦ୍ୱାରା...

‘ଭାରତକୁ ତାଲିବାନ୍‌ ହେବାକୁ ଦିଆଯିବନି’

ନୂଆଦିଲ୍ଲୀ, ୨୩ା୯ : ଭାଜପା ଏକ ଜୁମ୍‌ଲା ପାର୍ଟି। କେନ୍ଦ୍ର ସରକାର ଭାରତକୁ ତାଲିବାନ୍‌ରେ ପରିଣତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ସଫଳ ହେବାକୁ ଦିଆଯିବନାହିଁ...

ବୁଧବାର ତାମିଲନାଡୁ ଛୁଇଁବ ବାତ୍ୟା ‘ନିବାର’

ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ବୁଧବାର ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଛୁଇଁବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ...

ହସ୍ପିଟାଲରେ ମିଳିଲାନି ଶଯ୍ୟା: ହାତରେ ସାଲାଇନ୍‌ ବୋତଲ ଧରି ଆହତ ପିତାଙ୍କ ସହ ବୁଲିଲେ ନାବାଳକ

ଆରା,୬।୧୧: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ସତ? ଦେଶରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ...

ଏମ୍ସ୍‌ର ବିଦେଶୀ ଡାକ୍ତର ବର୍ଷେ ହେଲା ବିନା ଦରମାରେ…

ନୂଆଦିଲ୍ଲୀ,୬।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ନୂଆଦିଲ୍ଲୀସ୍ଥିତ ଏମ୍ସ୍‌ରେ କାର୍ଯ୍ୟ କରୁଥିବା ୬୫ ଜର ବିଦେଶୀ ଡାକ୍ତରଙ୍କୁ ବର୍ଷେ ହେଲା ଦରମା ମିଳି...

ରେକର୍ଡ ଭାଙ୍ଗୁଛି କରୋନା: ଦିନକୁ ୮୦ ହଜାର ହେବାକୁ ଯାଉଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ଶ୍ରୀନଗର, ୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।...

ଉତ୍ତରାଖଣ୍ଡରେ ରାଜକୀୟ ବିବାହ: ୨ଶହ କୋଟି ରୟାଲ ଓ୍ବେଡିଂ ପାଇଁ ଲାଗିଲା ୫ଶହ କୋଟିର ଫୁଲ

ଡେରାଡୁନ,୧୯।୬: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଉତ୍ତରାଖଣ୍ଡର ଅଲୀ ଏବେ ନବବଧୂ ଭଳି ସଜେଇ ହୋଇଛି। କାରଣ ଉତ୍ତରାଖଣ୍ଡରେ ଜୁନ ୨୦ ଓ ୨୨ରେ ଏକ ହାଇ...

Advertisement
Archives

Model This Week