Posted inଖେଳ

ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ତ୍ରିନିଦାଦ,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ବୁଧବାର ତ୍ରିନିଦାଦର କ୍ୱିନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ପୂର୍ବରୁ ସିରିଜ୍‌ ଜିତି ସାରିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ସିରିଜ୍‌ କ୍ଲିନ୍‌ସୁଇପ୍‌ କରିବାକୁ ଚାହୁଁଥିବାବେଳେ କାରିବିଆନ ଦଳ ଶେଷ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚାହିଁବ। ଏହି ମ୍ୟାଚ୍‌ରେ ଭାରତ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇ ଯୁବ ଖେଲାଳିଙ୍କୁ ସୁଯୋଗ ଦେଇପାରେ। ଚଳିତ ସିରିଜ୍‌ର ପ୍ରଥମ ଦିନିକିଆକୁ ୩ ରନ୍‌ ଏବଂ ଦ୍ୱିତୀୟ ମ୍ୟାଚ୍‌କୁ ୨ ଉଇକେଟ୍‌ରେ ଜିତିଥିଲା।
ଭାରତ ଏବଂ ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ ତ୍ରିନିଦାଦର କ୍ୱିନ୍ସପାର୍କ ଓଭାଲରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଏବଂ ଟସ ୬.୩୦ରେ ପଡିବ। ଫାନକୋଡ ୱେବସାଇଟ ଏବଂ ଏହାର ଆପରେ ଲାଇଭ୍‌ ଷ୍ଟ୍ରିମିଂ ହେବ। ଏହାସହ ଡିଡି ସ୍ପୋର୍ଟସରେ ପ୍ରସାରିତ ହେବ।
ଭାରତୀୟ ଦଳ: ଶିଖର ଧାଓ୍ବନ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ୍‌, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟାର, ଇଶାନ କିଶନ, ସଞ୍ଜୁ ସାମସନ୍‌, ରବୀନ୍ଦ୍ର ଜାଡେଜା(ଉପ-ଅଧିନାୟକ), ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆଭେଶ ଖାନ୍‌, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ୍‌ ଏବଂ ଅର୍ଶଦୀପ ସିଂ।
ଓ୍ବେଷ୍ଟଇଣ୍ଡିଜ ଦଳ: ନିକୋଲାସ୍‌ ପୁରନ୍‌(ଅଧିନାୟକ), ଶାଇ ହୋପ୍‌(ଉପ ଅଧିନାୟକ), ଶମାରା ବ୍ରୁକ୍‌ସ, କେସି କାର୍ଟି, ଜାସନ୍‌ ହୋଲ୍ଡର, ଅକିଲ୍‌ ହୋସେନ୍‌, ଆଲଜାରି ଯୋଶେଫ୍‌, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଗୁଡାକେଶ ମୋତି, କିମୋ ପଲ୍‌, ରୋଭମାନ ପାଓ୍ବେଲ୍‌ ଓ ଜାଡେନ୍‌ ସେଲ୍ସ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri